ଅସହାୟ ସରୋଜିନୀ ଓ ଶଶୀକଳାଙ୍କୁ ଭେଟିଲେ ପୂର୍ବତନ ବିଧାୟକ ଅଂଶୁମାନ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡ଼ା ପଂଚାୟତ ସାହୁପଡ଼ା ଗ୍ରାମର ପକ୍ଷାଘାତ ପୀଡିତା ଅସହାୟ ବୃଦ୍ଧା ସରୋଜିନୀ ତାଙ୍କ ଦିବ୍ୟାଙ୍ଗ କନ୍ୟା ଶଶୀକଳାଙ୍କ ଦୁଃଖ ଯାତନା ସମ୍ପର୍କରେ ଶୁଣିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଏହି ଦୁସ୍ଥ ଅସହାୟ ପରିବାରକୁ ଭେଟି ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି ଏହି ପରିବାରକୁ ସମସ୍ତ ସରକାରୀ ସହାୟତା ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଶ୍ରୀ ମହାନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ପୂର୍ବତନ ବିଧାୟକ ଶ୍ରୀମହାନ୍ତିଙ୍କ ସହିତ ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନ, ଉପସଭାପତି ଅବିନାଶ ଲେଙ୍କା ସନାତନ ବିଶ୍ୱାଳ, କାଉନସିଲର ମଳୟ ଓଝା, ପୂର୍ବତନ ସରପଂଚ ବିରଂଚି ଦାଶ ଯୁବନେତା ସମୀର ଜେନା ପ୍ରମୁଖ ଅସହାୟ ପରିବାରକୁ ଭେଟିଥିଲେ ତେବେ ସର୍ବଶେଷ ସମ୍ବାଦରୁ ପ୍ରକାଶ ଯେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତଋତୁରାଜଙ୍କ ନିର୍ଦେଶରେ ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ତହସିଲଦାର ସମୀର ବେହେରା ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ସମ୍ପୃକ୍ତ ଅସହାୟ ପରିବାରକୁ ପ୍ରଦାନ କରିଥିବା ଜଣାପଡିଛି