ପଟ୍ଟାମୁଣ୍ଡାଇ ,୨୮ା୯ କଳ୍ପତରୁ ନାୟକ:- ପ୍ରବଳ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ମହାପୁରୁଷ ହଜରତ୍ ସଲାଲହୋ ସଲମଙ୍କ ଜୟନ୍ତୀ ମହାସମାରୋହରେ ଗୁରୁବାର ପଟ୍ଟାମୁଣ୍ଡାଇ ସହରରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଉପଲକ୍ଷେ ଜସନେ-ଇଦ- ମିଲାଦୁନ ନବି କମିଟି ସଂଯୋଜନାରେ ଶାତାଧିକ ସଂଖ୍ୟାଲଘୁ ଭାଇମାନଙ୍କର ଏକ ବିଶାଳ ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ସଂଖ୍ୟାଲଘୁ ବସ୍ତିଠାରୁ ବାହାରି ସହରର ମୁଖ୍ୟ ରାସ୍ତାଦେଇ ସହର ପରିକ୍ରମା କରିବାପରେ ବାଇପାସଠାରେ ପହଂଚିଥିଲା । ସେଠାରେ ସାମାଜିକ କର୍ମୀ ପ୍ରବିଣ ବନ୍ଧଙ୍କ ଦ୍ୱାର ହିନ୍ଦୁ ଓ ସଂଖ୍ୟାଲଘୁଙ୍କ ମଧ୍ୟରେ ଭାଇଚାରା ବଜାୟରଖିବା ଦିଗରେ ସମସ୍ତଙ୍କୁ ଫୁଲମାଳ ପିନ୍ଧାଇବା ସହିତ ମିଷ୍ଟାନ ବଂଟନ କରିଥିଲେ । ଶୋଭାଯାତ୍ରାକାରୀମାନେ ଶାନ୍ତି ଶୃଙ୍ଖଳାସହ ଧାର୍ମିକ ଭାବନାରେ ମସଗୁଲ ହୋଇଯାଇ ଥିବାର ଦେଖାଯାଇଥିଲା । ପରେ ଶୋଭାଯାତ୍ରା ଇଦଘା ପଡିଆରେ ପହଁଚିଥିଲା । ଇଦଘା ପଡିଆରେ ଜସନେ-ଇଦ୍-ମିଲାଦୁନ ନବି କମିଟିର ସଭାପତି ସଫିଉଦିନ ଖାନଙ୍କ ପୈାରହିତ୍ୟର ଏକ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୌଲାନା ଇଫ୍ରାସିଲ ଆମଜୁଦୀନ,ମୈାଲାନ ୱାସିମ କାଦରୀ ଓ ମୌଲାନା ହାପି ଉଦିନ ସାୟରମାନେ ହଜରତ ମହମ୍ମଦ ଙ୍କ ଜୀବନୀ ଏବଂ ଆଦର୍ଶ ଉପରେ ଆଲୋକପାତ କରି ଓ ମହମ୍ମଦଙ୍କ ବାଣୀ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ ଏବଂ ଭାତୃଭାବ, ମାନବସେବା ଓ ଏକତା ବିଷୟରେ ଆଲୋକପାତ କରିଥିଲେ । ଏହି ଧର୍ମସଭାରେ ଧର୍ଯ୍ୟର ସହିତ ଲୋକମାନେ ବସି ବାଣୀ ଶୁଣିଥିଲେ । ଏହି ଉତ୍ସବ ଉପଲକ୍ଷେ ସହରର ବିଭିନ୍ନ ସ୍ଥାନରେ ତୋରଣ ବା ଗେଟ୍, ରଙ୍ଗବେରଙ୍ଗର ଆଲୋକମାଳାରେ ସହରର ମୁଖରିତ ହୋଇଉଠିଥିଲା । ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ବ୍ୟାପକ ସୁବ୍ୟବସ୍ଥା କରାଯାଇଥିଲା । ଏହି ଶୋଭାଯାତ୍ରାରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା ।
kanikanews.in
Next Post
ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ ଅଭିଯୋଗ
Thu Sep 28 , 2023
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅନ୍ତର୍ଗତ ବାବର-ବଅଢିଅ ନିକଟରେ ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ କରାଯାଇଥିବା ନେଇ ତନ୍ତିଆ ପାଳ ସାମୁଦ୍ରିକ ଥାନାରେ ଅଭିଯୋଗ ହୋଇଛି । ନିଖୋଜ ଥିବା କର୍ମଚାରୀ ଜଣଙ୍କ ହେଲେ ମହାକାଳପଡା ଥାନା ରାଜଗଡ଼ ଗ୍ରାମର ସ୍ୱାଗତ ସାମଲ । ସ୍ୱାଗତ ଗତ ୨ ବର୍ଷ ହେବ ରାଜନଗର ବ୍ଲକ ଭାରତ ଫାଇନାସ୍ କମ୍ପାନିରେ କ୍ୟାସ କଲେସନ କର୍ମଚରି ଭାବେ କାମ କରିଆସୁଛନ୍ତି । […]

You May Like
- 2 years ago
ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା
- 7 months ago
ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ
- 2 years ago
ପେଣ୍ଠ ବେଳାଭୂମୀରେ ବାଲୁକା କଳା ଉଦ୍ଘାଟିତ