
କେନ୍ଦ୍ରାପଡ଼ା, ୫/୫: କେନ୍ଦ୍ରାପଡା ବ୍ଲକ କପାଳେଶ୍ୱର ଗ୍ରାମପଞ୍ଚୟତ ଅର୍ନ୍ତଗତ ହଳଦୀଢିଅଠାରେ ବ୍ଲକସ୍ତରୀୟ ବିଜେଡିର ବନ୍ଧୁମିଳନ ଜିଲ୍ଲା ବିଜେଡି ସଭାପତି ଧିରେନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ସଭାପତି ଆଲୋକ ସାହୁ ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ଭାଷଣ ଦେଇଥିଲେ । ଉକ୍ତ ସମାବେଶରେ ଦଳର ପୁରାତନ ଓ ନବାଗତ କାର୍ଯ୍ୟକର୍ତ୍ତା, କର୍ମୀ ଓ ଲୋକ ପ୍ରତିନିଧିମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ଗଣେଶ୍ୱର ବେହେରା ଉଦ୍ବୋଧନ ଦେଇ କେନ୍ଦ୍ରାପଡାର ବିକାଶ ଓ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ସଂକଳ୍ପ ନେବା ସହ ଉପସ୍ଥିତ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ ।
ମଞ୍ଚାସୀନ ନେତୃମଣ୍ଡଳୀ ରାଜେଶ ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଗାଶୀଷ ମହାନ୍ତି, ସଂଯୋଜକ ଚିତ୍ରସେନ ପରିଡା ପୂର୍ବତନ କଂଗ୍ରେସ ବ୍ଲକ ସଭାପତି, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ପୂର୍ବତନ ଜିଲ୍ଲା ମହିଳା କଂଗ୍ରେସ ସଭାପତି ଜିନତ୍ ପ୍ରିୟଦର୍ଶିନୀ ରାଉତ, ମହିଳା ବ୍ଲକ ସଭାପତି ସୁମିତ୍ରା ପାଢୀ, ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ମଧୁଛନ୍ଦା ମହାନ୍ତି, ଲିଲିତା ଦାସ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ହିରଣ୍ୟ ପଣ୍ଡା, ସଂଖ୍ୟାଲଘୁ ସେଲ୍ ସଭାପତି ସେକ୍ ଚନ୍ଦନ, କିଷାନ ନେତା ନାରାୟଣ ଚନ୍ଦ୍ର ପରିଡା, ପରଭେଜ ଅଖତର, ପୂର୍ବତନ କଂଗ୍ରେସ ଯୁବ ସଭାପତି ପ୍ରଭାତ ଉଡାଣସିଂ, ରତିକାନ୍ତ ସାମଲ, ପ୍ରଦ୍ୟୁମ୍ନ ଜେନା, ସୁବନି ସାହୁ, ଶିବପ୍ରସାଦ ବିଶ୍ୱାଳ, ରାଜ୍ୟ ସମ୍ପାଦିକା ଭକ୍ତିମୟୀ କର, ଜିଲ୍ଲା ମହିଳା ଉପସଭାପତି ମିନତୀ ପରିଡା, ରାଜ୍ୟ ମହିଳା ସମ୍ପାଦିକା ଲୋପାମୁଦ୍ରା ବାରିକ, ରବିନ୍ଦ୍ର କୁମାର ପଣ୍ଡା, ନାରାୟଣ ପତି, ମମତାରାଣୀ ଧଳ, ବ୍ଲକ ଯୁବ ସଭାପତି ସଙ୍ଗମ ସାମଲ, ବ୍ଲକ ଛାତ୍ର ସଭାପତି ପ୍ରକାଶ ସାହୁ, ରାଜ୍ୟ ସମ୍ପାଦକ ରଣଜିତ କୁମାର ସାହୁ, ଲୋହିତ ମହାନ୍ତି, ପ୍ରମୋଦ ପ୍ରଧାନ, ନାରାୟଣ ସ୍ୱାଇଁ, ରାଜୁ କୁବେର, ରଞ୍ଜନ ଦାସ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଉଭୟ ପାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟଦେଇ ବହୁ ଭୋଟ ବ୍ୟବଧାନରେ ଜିତାଇବାକୁ ନିବେଦନ କରିଥିଲେ । ଶେଷରେ କପାଳେଶ୍ୱର ଗ୍ରାମ ପଞ୍ଚାୟତର ସରପଞ୍ଚ ଗାୟତ୍ରୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।











