ବିଦ୍ୟୁତଲତାଙ୍କ ଶ୍ରାଦ୍ଧବାର୍ଷିକୀରେ ଭିନ୍ନକ୍ଷମଙ୍କୁ ସହାୟତା ଓ ସମ୍ବର୍ଦ୍ଧନା


ପଟ୍ଟାମୁଣ୍ଡାଇ ଧୋୟାଂଚଳର ବିଶିଷ୍ଟ ସମାଜସେବୀ ଦିବ୍ୟଜୀବନ ସଂଘର ଆଜୀବନ ସଦସ୍ୟା ଦିବଂଗତା ବିଦ୍ୟୁତଲତା ବିଶ୍ୱାଳଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ତରଡ଼ିପାଳ ଠାରେ ଭିନ୍ନକ୍ଷମମାନଙ୍କୁ ସହାୟତା ପ୍ରଦାନ ସହ ସମ୍ବର୍ଦ୍ଧିତ ସଭା ଅନୁଷ୍ଠିତ ହୋଇଯାଇଛି । ଡ଼ ଦେବ ପ୍ରସାଦ ସାମଲଙ୍କ ପୌରହିତ୍ୟ ଓ ଖବରଦାତା ଚିତ ରଞ୍ଜନ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ଡ଼ ସିପ୍ରା ମଲିକ,ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧକ୍ଷ ମାନସ ରଞ୍ଜନ ସାମଲ ପ୍ରଫେସର ଡା ବ୍ରହ୍ମାନନ୍ଦ ଦାସ,କେନ୍ଦ୍ରାପଡ଼ା କଲେଜର ପ୍ରାକ୍ତନ ଅଧକ୍ଷ ପ୍ରଫେସର ନନ୍ଦକିଶୋର ପରିଡା, ବ୍ରାହ୍ମଣୀ କଲେଜର ଅଧକ୍ଷ ସୁବାଷ ଜେନା, ପଟ୍ଟାମୁଣ୍ଡାଇ କଲେଜର ପ୍ରାକ୍ତନ ଅଧକ୍ଷ ପ୍ରଫେସର ପ୍ରଭାକର ରାଉତ ଓ ପ୍ରଫେସର ଦେବବ୍ରତ ପ୍ରଧାନ,ପ୍ରଫେସର ତପନ ପତି,ପ୍ରଫେସର ରାଜକୁମାର ନାଥଶର୍ମା,ବରିଷ୍ଠ ସ୍ତମ୍ଭକାର ଶ୍ରୀରାମ ଦାଶ,ଇଂ ଦେବବ୍ରତ ସ୍ୱାଇଁ,ଜିଲ୍ଲା ପରିଷଦସଦସ୍ୟା ପ୍ରିୟଦର୍ଶନୀ ତରାଇ,ଶିକ୍ଷାବିତ ରାଜକୁମାର ବିଶ୍ୱାଳ, କବି ପାର୍ଥସାରଥୀ ଦାସ ଓ ସଚିତ୍ର ବେହୁରା, କବୟିତ୍ରୀ ଚାରୁଲତା ଭୂୟାଁ, ଗାଳ୍ପିକ ପ୍ରଦୀପ ନାୟକ ଓ କବି ଅନ୍ତର୍ଯ୍ୟାମୀ ବେଜ ପୂର୍ବତନ ସରପଂଚ ଅଜୟ ବିଶ୍ୱାଳ, ଚିକିତ୍ସକ ଶତ୍ରୁଘ୍ନ ନାଥ ଓ ଲେଖିକା ମୋନାଲିନ ସିଂହ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଦିବଂଗତା ବିଦ୍ୟୁତଲତାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଇ ଅବସରରେ ଧୋୟାଂଚଳର ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ କରାଯିବା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା ।

 

 


Discover more from

Subscribe now to keep reading and get access to the full archive.

Continue reading