କେନ୍ଦ୍ରାପଡା ଜିଲ୍ଲା “ଭୂମି ସମ୍ମାନ”ରେ ପୁରସ୍କୃତ


କେନ୍ଦ୍ରାପଡ଼ା,୧୮ା୭: ଲ୍ୟାଣ୍ଡ ରେକର୍ଡସର ସମ୍ପୂର୍ଣ୍ଣ ଡିଜିଟାଲାଇଜେସନରେ ଉଲ୍ଲେଖନୀୟ ସଫଳତା ହାସଲ କରି କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ(ଲ୍ୟାଣ୍ଡ ରିସୋର୍ସେସ) ଦ୍ୱାରା “ଭୂମି ସମ୍ମାନ-୨୦୨୩” ଭାବରେ ପୁରସ୍କୃତ ହୋଇଛି ।

ନୂଆ ଦିଲ୍ଲୀ ବିଜ୍ଞାନ ଭବନ ଠାରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ପୁରସ୍କାର ଗ୍ରହଣ କରିବା ସମୟରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ଓ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ସେଠାରେ ଉପସ୍ଥିତ ଥିଲେ । ସାରା ଭାରତ ବର୍ଷର ୬୮ଟି ଜିଲ୍ଲା ମଧ୍ୟରୁ ଓଡିଶାର ୧୯ଜିଲ୍ଲାକୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ତାହା ମଧ୍ୟରେ କେନ୍ଦ୍ରାପଡା ଅନ୍ୟତମ । କେନ୍ଦ୍ରାପଡା ଜିଲ୍ଲାର ପ୍ରତିନିଧି ହିସାବରେ ଏକ ତିନିଜଣିଆ ଟିମ ଉପସ୍ଥିତ ରହି ଏହି ସମ୍ମାନ ଗ୍ରହଣ କରିବା ହିଁ ଜିଲ୍ଲା ପ୍ରଶାସନ ତଥା ଆମ ଜିଲ୍ଲା ପାଇଁ ଗୌରବର ବିଷୟ । ଲ୍ୟାଣ୍ଡ ରେକର୍ଡସ ଗୁଡିକର ପଞ୍ଜିକରଣ ତଥା ଡିଜିଟାଲ କରଣ ଯୋଗୁ ଜମିଜମା ସମ୍ବନ୍ଧୀୟ ମକଦ୍ଦମା ହ୍ରାସ କରିବାରେ ସହାୟକ ହୋଇପାରିବ । ଗତ ୭୫ବର୍ଷରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶର ୬୮ଟି ଜିଲ୍ଲାପାଳମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଯୋଗଦାନ ପାଇଁ “ଭୂମି ସମ୍ମାନ-୨୩” ପ୍ରଦାନ କରାଯାଇଛି ।


Next Post

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡାଦେଶ

Tue Jul 18 , 2023
  କେନ୍ଦ୍ରାପଡ଼ା,୧୮ା୭: ଜନୈକ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରାଇବା ଅପରାଧରେ ଅଭିଯୁକ୍ତ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅଂଚଳର ରାଜୀବ ମଲିକକୁ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜଜ୍ ପ୍ରଣତୀ ପଟ୍ଟନାୟକ ୨୦ବର୍ଷ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହିତ ୨୫ହଜାର ଟଙ୍କାର ଜରିମାନା କରିଛନ୍ତି । ଜରିମାନା ଅନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ […]