କେନାଲ ରାସ୍ତାରେ ପଡୁଛି ପୌରାଂଚଳ ଆବର୍ଜନା ପ୍ରତିକାର ପାଇଁ ଦାବି



ପଟ୍ଟାମୁଣ୍ଡାଇ ପୈାରସଂସ୍ଥା ପକ୍ଷରୁ ବିଭିନ୍ନ ୱାର୍ଡରୁ ବାହାରୁଥିବା ଅଳିଆ ଆବର୍ଜ୍ଜନା ସବୁକୁ ପଟ୍ଟାମୁଣ୍ଡାଇ କେନାଲ ବନ୍ଧର ଇଲେକ୍ଟ୍ରିକ ଅଫିସ ନିକଟ ପୋଲ ପାଖ କେନାଲ କଡରେ ପକାଯାଉଥିବାରୁ ସେଠାରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଏଭଳି ସହରର ଅଳିଆ ଓ ଆବର୍ଜ୍ଜନା ସବୁକୁ କେନାଲବନ୍ଧ ରାସ୍ତା କଡରେ ପକାଇବା ଦ୍ୱାରା ପୂର୍ତ ଗନ୍ଧମୟ ପରିବେଶ ସୃଷ୍ଠି ହେଇଛି । ଫଳରେ ସେହି ରାସ୍ତା ଦେଇ ପ୍ରତ୍ୟେହ ଯାଉଥିବା ପଥଚାରୀ ଓ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଆସୁଛି । ତେଣୁ ଏଥିପ୍ରତି ପୈାର କର୍ତୃପକ୍ଷ ଦୃଷ୍ଟିଦେଇ ଅଳିଆ ଆବର୍ଜ୍ଜନା ଗୁଡିକୁ ସେଥିପାଇଁ ଉଦ୍ଦିଷ୍ଟ ସ୍ଥାନରେ ପକାଇବାକୁ ନିବେଦନ କରାଯାଇଛି । ଏନେଇ  ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନ, ଉପସଭାପତି ଅବିନାଶ ଲେଙ୍କା, କାଉନସିଲର ମଳୟ ଓଝା, ସମ୍ରାଟ ଜେନା, ସତ୍ୟପ୍ରିୟ ସାମଲ ଓ ଓଁକାର ମହାନ୍ତି ପ୍ରମୁଖ ଏ ସମ୍ପର୍କରେ ଅଭିଯୋଗ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୌରନିର୍ବାହୀ ଅଧିକାରୀ ନାରାୟଣ ପ୍ରସାଦ ଗିରିଙ୍କୁ ଦାବି କରିଛନ୍ତି ।


Next Post

ସାନଅଢଙ୍ଗ ଗ୍ରାମପଞ୍ଚାୟତର ଜାଲ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ , ଅର୍ଥ ଆଦାୟ ପାଇଁ ହାଇକୋର୍ଟଙ୍କ ନିର୍ଦେଶ

Fri Sep 29 , 2023
କେନ୍ଦ୍ରାପଡ଼ା, ୨୯ା୯: ସାନଅଢଙ୍ଗ ଗ୍ରାମପଞ୍ଚାୟତର ୭୭ଜଣ ଜାଲ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଭତ୍ତା ଅର୍ଥ ଆଦାୟ ପାଇଁ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଦେଢମାସ ମଧ୍ୟରେ ଗ୍ରହଣ କରିବାକୁ ହାଇକୋର୍ଟ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ସାନଅଢଙ୍ଗ ଗ୍ରାମପଞ୍ଚାୟତର ୭୭ଜଣ ଜାଲ ଭତ୍ତା ହିତାଧିକାରୀଙ୍କୁ ଗତ ୨୦୧୨ରୁ ୨୦୧୭ମସିହା ମଧ୍ୟରେ ବିନା ସରକାରୀ ମଞ୍ଜୁରୀରେ ମଧୁବାବୁ ପେନସନ, ବିଧବା […]

KANIKA