ପଟ୍ଟାମୁଣ୍ଡାଇ ବ୍ଲକରେ ବିପର୍ଯୟ କ୍ଷୟକ୍ଷତି ହ୍ରାସ ତାଲିମ ଶିବିର



ପଟ୍ଟାମୁଣ୍ଡାଇ ତା ୩୦/୧୦- ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଭାବେ ପରିଚିତ ଓଡିଶାରେ ବିପର୍ଯୟ ମୁକାବିଲା, ଜିରୋ କାଜୁୟାଲିଟି ଓ କ୍ଷୟକ୍ଷତି ହ୍ରାସ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରି ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଇ ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକକୁ ନେଇ ବିପର୍ଯୟ କ୍ଷୟକ୍ଷତି ହ୍ରାସ ୨ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିପର୍ଯୟର ଚୀର ସହଚର ଓଡିଶା ଅତୀତରେ ବହୁ ବିପର୍ଯୟର ସମ୍ମୁଖୀନ ହୋଇ ସଫଳ ମୁକାବିଲା କରି ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି । ଆଗାମୀ ଦିନରେ ଆମ୍ଭେମାନେ ବିପର୍ଯୟର ସଫଳ ମୁକାବିଲା କରି ବିପର୍ଯୟ କ୍ଷୟକ୍ଷତି ହ୍ରାସ କରିପାରିଲେ ସରକାରଙ୍କ ଲକ୍ଷ୍ୟ ଓ ଉଦେଶ୍ୟ ପୂରଣ ହୋଇପାରିବା ସହିତ ଆମ୍ଭେମାନେ ସୁରକ୍ଷିତ ଜୀବନ ବିତାଇ ପାରିବା ବୋଲି ମତପ୍ରକାଶ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ବିଡ଼ିଓ ଶୀତଲ ଅଗ୍ରୱାଲ, ଅତିରିକ୍ତ ବିଡ଼ିଓ ନନ୍ଦିନୀ ଶତପଥୀ ଜିଲ୍ଲା ଆପଦକାଳୀନ ଅଧିକାରୀ ଅଜୟ ଜେନା ଯୋଗ ଦେଇ ବିପର୍ଯୟ ମୁକାବିଲା, କ୍ଷୟକ୍ଷତି ହ୍ରାସ ଉପରେ ତତ୍ୱଭିତ୍ତିକ ବିଶ୍ଳେଷଣ କରିଥିଲେ । ଓସଡ଼ମା ତାଲିମଦାତା ଅନନ୍ତ କର, ବାବୁଲାଲ କର, ନିରଞ୍ଜନ ସ୍ୱାଇଁ ପ୍ରମୁଖ ବିପର୍ଯୟ ଆଇନ ୨୦୦୫, ବିପର୍ଯୟ ସମୟରେ ପଂଚାୟତ, ଗୋଷ୍ଠୀର ଭୂମିକା, ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ, ବିପର୍ଯୟ କ୍ଷୟକ୍ଷତି ସହାୟତା ଓ କ୍ଷୟକ୍ଷତି ହ୍ରାସ ଉପରେ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ ଶିବିରରେ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ କାର୍ଯ୍ୟରତ ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଏକ ମାର୍ଗଦର୍ଶିକା ପ୍ରଦାନ କରାଯାଇଥିଲା । ଶେଷରେ ରଂଜିତ ପରିଡା ଧନ୍ୟବାଦ ଦେଇଥିଲେ ।


Next Post

କେନ୍ଦ୍ରାପଡା ରାଜ୍ୟ ମହିଳା ଫିଡେ ରେଟିଙ୍ଗ ଚେସ ଚୋମ୍ପିଅନସିପ-୨୦୨୫ ଉଦଘାଟିତ

Sat Nov 1 , 2025
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ୍ ଆନୁକୁଲ୍ୟରେ ତଥା ଅଲ୍ ଓଡ଼ିଶା ଚେସ ଆସୋସିଏସନ୍ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ର ସହୋଯୋଗ ରେ ଆଜି ସ୍ଥାନୀୟ ଗରପୁର୍ ଠାରେ ଥିବା ସ୍ୱୟଙ୍ଗସିଦ୍ଧା ଠାରେରେ ଚଳିତ ବର୍ଷ ର ଓଡ଼ିଶା ମହିଳା ଫିଡେରେଟିଙ୍ଗ ଚେସ ଚାମ୍ପିଅନସିପ -୨୦୨୫ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟଟି ସର୍ବୋଚ୍ଚ ପୁରସ୍କାର ରାଶି ୫୦୦୦୦ ଟଙ୍କା ଥିବା ବେଳେ ଖେଳାଳି […]

KANIKA