କେନ୍ଦ୍ରାପଡା,୨୯ା୯ : ଶୁକ୍ରବାର ଇନ୍ଦୁ ପୂର୍ଣ୍ଣିମା ଦିନ ଶ୍ରୀ ଗୋପିନାଥ ଜୀୟୁ, ବିନୋଦବିହାରୀଜୀୟୁ ଓ ବାଲାବାବା ଟ୍ରଷ୍ଟ ପରିଚାଳନା କମିଟି ଆନୁକୂଲ୍ୟରେ ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବାଙ୍କର ଜନ୍ମ ଉତ୍ସବ ତଥା ବାର୍ଷିକୋତ୍ସବ ଓ ଭାଗବତ ଜନ୍ମ ମହାସମାରୋହରେ ସ୍ଥାନୀୟ ଗଣାମାହାଲ ବାଲାବାବା ମନ୍ଦିରଠାରେ ମହାସମାରୋହରେ ଅନୁଷ୍ଠିତ ହେଇଯାଇଛି । ଏହି ଉପଲକ୍ଷେ ଗୁରୁବାର ଅପରାହ୍ନ ୫ଟା ସମୟରେ ସହରର ତିନିମୁହାଣି ଠାରୁ ସାନ୍ତସାହି ପର୍ଯ୍ୟନ୍ତ ବାଲାବାବାଙ୍କର ଏକ ଫଟୋ ଚିତ୍ର ସହ ନଗରକୀର୍ତ୍ତନ କରାଯାଇଥିଲା । ଶୁକ୍ରବାର ଦିନ ପ୍ରାତ ୬ଟା ସମୟରେ ପହଡ ଖୋଲାଯିବା ପରେ ସ୍ନାନ କରାଯାଇ ପୁଜାଅର୍ଚ୍ଚନା କରାଯାଇଥିଲା । ଏହାପରେ ମଧ୍ୟାହ୍ନରେ ଷୋଡଶ ଉପଚାର ତଥା ସନ୍ୟାସୀ ବେଶ କରାଯିବା ପରେ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା । ସନ୍ଧ୍ୟାରେ ମହାଅଭିଷେକ କରାଯାଇଥିଲା । ଏହି ଅବସରରେ ଗତ ସେଣ୍ଟେମ୍ବର ୨୩ତାରିଖଖ ଠାରୁ ଭାଗବତ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଭକ୍ତ ବାବାଙ୍କ ଆର୍ଶିବାଦ ନେଇଥିଲେ ।
kanikanews.in
Next Post
ଚୋରା ମଦ ବେପାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ
Fri Sep 29 , 2023
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚରପଡା ଗ୍ରାମରେ ଦୀର୍ଘ ୮ ରୁ ୯ ମାସ ହେବ ହେଉଥିବା ଚୋରା ମଦ କାରବାରକୁ ଝାନ୍ସୀ ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ମହିଳା ସଭ୍ୟାମାନଙ୍କ ଦ୍ୱାରା ବନ୍ଦ କରାଯାଇଛି । କାରଣ ସ୍କୁଲପାଖ ଓ ମନ୍ଦିର ପାଖରେ ମଦ୍ୟ ବ୍ୟବସାୟ କରୁଥିଲେ । ଯାହା ଫଳରେ ସ୍କୁଲକୁ ଛାତ୍ରଛାତ୍ରୀମାନେ ଯାତାୟତ କରିପାରୁନଥିଲେ ଓ ପୂଜା କରିବା ପାଇଁ ମନ୍ଦିରକୁ ମହିଳାମାନେ ଆସୁନଥିଲେ […]

You May Like
- 8 months ago
ଧୋୟାଂଚଳ ବିକାଶ ମଂଚ କାର୍ଯ୍ୟକାରୀ କମିଟି ପୁନଃଗଠିତ