କେନ୍ଦ୍ରାପଡାର ଝିଅ ସର୍ବଭାରତୀୟ ସ୍ତରରେ କୃତିତ୍ୱ ଆଣିଲେ


କେନ୍ଦ୍ରାପଡାର ନୃତ୍ୟ ଅନୁଷ୍ଠାନ ରୟାଲ ଡ୍ୟାନ୍ସ ଏକାଡେମିର ନୃତ୍ୟ ଶିଳ୍ପି ତଥା କେନ୍ଦ୍ରାପଡାର ଝିଅ ଚୀରାବ୍ଧି ତନ୍ନୟା ସର୍ବଭାରତୀୟ ସ୍ତରରେ ନୃତ୍ୟ ପ୍ରତିଯୋଗୀତାରେ ସଫଳତା ଆଣିଛନ୍ତି । ମଧ୍ୟ ପ୍ରଦେଶର ଗ୍ୱାଲିଅର ଠାରେ ଅନୁଷ୍ଠିତ ଦୁଇଦିନିଆ ସର୍ବଭାରତୀୟ ସ୍ତରରେ ନୃତ୍ୟ ପ୍ରତିଯୋଗୀତା ‘ସ୍ରୁଜନ’ରେ ବିଶିଷ୍ଟ ସାମ୍ବାଦିକ ରାଜେସ କୁମାର ବେହେରାଙ୍କ ଝିଅ ଚୀରାବ୍ଧି ତନ୍ନୟା ଓଡିଶି ନୃତ୍ୟ ‘ବସନ୍ତ ପଲ୍ଲବୀ’ରେ ନୃତ୍ୟ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗୀତାରେ ବିଚାରକ ଭାବରେ କଥକ ନୃତ୍ୟ ଗୁରୁ ଡଃ ଭଗବାନ ଦାସ ମାନିକ, ଡଃ ମୋନିକା ଶ୍ରୀବାସ୍ତବ, ଦେବାଶିଂ ଶର୍ମା ଯୋଗ ଦେଇ ଏକ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏଥି ସହିତ ଓଡିଶୀରେ ଶୁଭଶ୍ରୀ ସାହୁ, ସମ୍ବଲପୁରୀରେ ଅଭୟ କେତନ ଜେନା ନୃତ୍ୟ ପ୍ରତିଯୋଗୀତାରେ ସଫଳତା ମଧ୍ୟ ହାସଲ କରି ଟ୍ରଫି ଓ ପ୍ରମାଣ ପତ୍ର ପାଇଛନ୍ତି । ଏହି ପ୍ରତିଯୋଗୀତା ପାଇଁ ଭାରତର ବିଭିନ୍ନ ସ୍ଥାନରୁ ବହୁ ପ୍ରତିଯୋଗୀମାନେ ଯୋଗ ଦେଇଥିଲେ ।


Next Post

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତି ପାଳିତ

Mon Oct 9 , 2023
କେନ୍ଦ୍ରାପଡା ସହରରେ ସୋମବାର ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜନ୍ମ ଜୟନ୍ତି ପାଳନ କରାଯାଇଛି । ଏହି ଅବସରରେ କେନ୍ଦ୍ରାପଡା ମହାବିଦ୍ୟାଳୟ, ତହସିଲ କାର୍ଯ୍ୟାଳୟ ନିକଟ ଓ କୋର୍ଟ ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୃର୍ତ୍ତିରେ ବିଶିଷ୍ଠ ବ୍ୟକ୍ତିମାନେ ମାଲ୍ୟାପର୍ଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଶଶିଭୂଷଣ ବେହେରାଙ୍କ ନେତୃତ୍ୱରେ ତହସିଲ କାର୍ଯ୍ୟାଳୟ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । […]