କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚରପଡା ଗ୍ରାମରେ ଦୀର୍ଘ ୮ ରୁ ୯ ମାସ ହେବ ହେଉଥିବା ଚୋରା ମଦ କାରବାରକୁ ଝାନ୍ସୀ ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ମହିଳା ସଭ୍ୟାମାନଙ୍କ ଦ୍ୱାରା ବନ୍ଦ କରାଯାଇଛି । କାରଣ ସ୍କୁଲପାଖ ଓ ମନ୍ଦିର ପାଖରେ ମଦ୍ୟ ବ୍ୟବସାୟ କରୁଥିଲେ । ଯାହା ଫଳରେ ସ୍କୁଲକୁ ଛାତ୍ରଛାତ୍ରୀମାନେ ଯାତାୟତ କରିପାରୁନଥିଲେ ଓ ପୂଜା କରିବା ପାଇଁ ମନ୍ଦିରକୁ ମହିଳାମାନେ ଆସୁନଥିଲେ । ମହିଳାମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ବିଭିନ୍ନ ଗ୍ରାମରୁ ବହୁତ ଅସାମାଜିକ ଯୁବକ ଆସି ଆଡା ଜମାଇଥିଲେ । ମଦପାନ କରି ସ୍କୁଲ ଝିଅ ଓ ପୂଜା କରିବା ପାଇଁ ଆସୁଥିବା ମହିଳାମାନଙ୍କୁ ବିଭିନ୍ନ ଭାଷାରେ କମେଣ୍ଟ କରିବା ସହିତ ଅଶ୍ଳିଳ ଭାଷାରେ ଗାଳିଗୁଳଜ କରୁଥିଲେ । ସ୍କୁଲକୁ ଝିଅ ପିଲାମାନେ ଆସିଲେ ନାହିଁ ଓ ମନ୍ଦିରକୁ ମହିଳାମାନେ ପୂଜା କରିବା ପାଇଁ ଗଲେ ନାହିଁ । ଏହି କାର୍ଯ୍ୟକୁ କିପରି ବନ୍ଦ କରାଯାଇପାରିବ ଆମ ଗ୍ରାମର ୪ ରୁ ୫ ଜଣ ମହିଳା ଗୋଷ୍ଠୀ ଡାକି ମିଟିଙ୍ଗ୍ କରାଗଲା ଏବଂ ଆଲୋଚନା ପରେ ନିଷ୍ପତ୍ତି କରାଗଲା କି କୌଣସି ବ୍ୟକ୍ତି ଚୋରାମଦ ବ୍ୟାପାର କରିପାରିବ ନାହିଁ । ଯେଉଁ ବ୍ୟକ୍ତି ବ୍ୟାପାର କରିବ ତାକୁ ଆମେ ପୋଲିସ୍କୁ ଧରାଇ ଦେବୁ ଏବଂ ସମସ୍ତ ମଦକୁ ନଷ୍ଟ କରିଦେବୁ । ଏହି କଥାକୁ ସମସ୍ତ ସଭ୍ୟାମାନେ ସ୍ୱାଗତ କରିଥିଲେ । ସେବେଠାରୁ ମଦ ବ୍ୟାପାର ବନ୍ଦ ଥିବା ଏହି ଆଲୋଚନା ଜୋରଦାର କରିବା ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନଗୁଡିକ ସହଯୋଗ କରିଥିଲେ । କିନ୍ତୁ ଆମ ଗ୍ରୁପ୍ ଯେତେ ଜଗିଲେ ବି କଣ୍ଡିଆ ଦୁର୍ଗାଛକଠାରେ ଅକ୍ଷୟ କୁମାର ସାହୁ ଓ କଦଳାଘାଇ ବାବାଜୀ ମଲ୍ଲିକ ଚୋରା ମଦ ବ୍ୟାପାର କରୁଛନ୍ତି । ଯାହାଫଳରେ କି ଗ୍ରାମର ଅଧିବାସୀମାନେ ଚଳପ୍ରଚଳ ହେକୁ ଅସୁବିଧା ହେଉଛି । ତେଣୁ ଏମାନଙ୍କ ବିରାଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଏହି ସ୍ୱୟଂ ସାହାୟକ ଗୋଷ୍ଠିର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଏହି ଦାବିପତ୍ର ସମୟରେ ଝାନସୀରାଣୀ ସ୍ୱୟଂ ସହାୟକ ଗୋଷ୍ଠିର ପ୍ରମିଳା ମଲ୍ଲିକ, ରାଜନ ମଲ୍ଲିକ, ତିଳୋତ୍ତମା ମଲ୍ଲିକ, ଉର୍ବସୀ ମଲ୍ଲିକ ମଞ୍ଜୁଲତା ମଲ୍ଲିକ, ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠିର ସଭାନେତ୍ରୀ ସରସ୍ୱତୀ ମଲ୍ଲିକ ଓ ସମ୍ପାଦିକା ଜେମାମଣୀ ମଲ୍ଲିକ, ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠିର ସଭାନେତ୍ରୀ ସୁକାନ୍ତି ମଲ୍ଲିକ ଓ ସମ୍ପାଦକା ସୌଦାମିନି ମଲ୍ଲିକ,ଜୟ ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠିର ସଭାନେତ୍ରୀ ପ୍ରମିଳା ମଲ୍ଲିକ ଓ ସମ୍ପାଦିକା ନମିତା ମଲ୍ଲିକ ପ୍ରମୁଖ ଶତାଧିକ ମହିଳାମାନେ ଉପସ୍ଥିତ ଥିଲେ ।
kanikanews.in
Next Post
କେନ୍ଦ୍ରାପଡା ପୈାରପରିଷଦରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମୀକ୍ଷା
Sat Sep 30 , 2023
କେନ୍ଦ୍ରାପଡ଼ା, ୨୯ା୯: ରାଜ୍ୟରେ ଥିବା ସମସ୍ତ ପୈାରାଞ୍ଚଳର ଗରିବଲୋକମାନଙ୍କୁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଠିକ ଭାବରେ କାର୍ଯ୍ୟକାରିତା କରିବା ପାଇଁ ସରକାର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ପ୍ରଦାନ କରିଛନ୍ତି । ସେହି ଅନୁଯାୟୀ କେନ୍ଦ୍ରାପଡା ପୈାରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସ୍ଥିତି ପରଖିବା ନିମନ୍ତେ ଏକ ଉଚ୍ଚପଦସ୍ଥ ସରକାରୀ ଅଧିକାରୀମାନଙ୍କ ଟିମ କେନ୍ଦ୍ରାପଡା ପୈାରାଞ୍ଚଳର କେତେକ ୱାର୍ଡକୁ ପରିଦର୍ଶନରେ ଯାଇ ଏହି ଯୋଜନାର ହିତାଧିକାରୀମାନଙ୍କୁ […]

You May Like
- 8 months ago
ଓଷ୍ଟା ମେଧାବୃତ୍ତି ଅନ୍ୱେଷଣ ପରୀକ୍ଷା ୨୦୨୪-୨୫
- 6 months ago
ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ୨କୋର୍ଟ ଚାଲାଣ
- 11 months ago
ପଟ୍ଟାମୁଣ୍ଡାଇ ଯୁବଛାତ୍ରବିଜେଡି ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା