କେନ୍ଦ୍ରାପଡା ପୈାରପରିଷଦରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମୀକ୍ଷା


କେନ୍ଦ୍ରାପଡ଼ା, ୨୯ା୯: ରାଜ୍ୟରେ ଥିବା ସମସ୍ତ ପୈାରାଞ୍ଚଳର ଗରିବଲୋକମାନଙ୍କୁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଠିକ ଭାବରେ କାର୍ଯ୍ୟକାରିତା କରିବା ପାଇଁ ସରକାର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ପ୍ରଦାନ କରିଛନ୍ତି । ସେହି ଅନୁଯାୟୀ କେନ୍ଦ୍ରାପଡା ପୈାରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସ୍ଥିତି ପରଖିବା ନିମନ୍ତେ ଏକ ଉଚ୍ଚପଦସ୍ଥ ସରକାରୀ ଅଧିକାରୀମାନଙ୍କ ଟିମ କେନ୍ଦ୍ରାପଡା ପୈାରାଞ୍ଚଳର କେତେକ ୱାର୍ଡକୁ ପରିଦର୍ଶନରେ ଯାଇ ଏହି ଯୋଜନାର ହିତାଧିକାରୀମାନଙ୍କୁ ଭେଟି ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ସେମାନଙ୍କ ସହିତ ମତବିନିମୟ କରିଥିଲେ । ପରିଦର୍ଶନରୁ ଫେରି ପୈାରପରିଷଦ ସମ୍ମିଳନୀ କକ୍ଷରେ ଏକ ବୈଠକରେ ଆବାସ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ନଗରପାଳ ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମୀକ୍ଷା ବୈଠକରେ ଓଡିଶା ଅର୍ବାନ ହାଉସିଂ ମିଶନର ଏସଏଲଟିସି ପାର୍ଥସାରଥି ସାହୁ ଯୋଗଦେଇ ଏହି ଯୋଜନାର ନୀୟମାବଳି ସମ୍ପର୍କରେ ଆଲୋଚନା କରିବା ସହ ଏହାର ସଫଳ କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ । କେନ୍ଦ୍ରାପଡା ପୈାରପରିଷଦର ୨୧ଟି ୱାର୍ଡରେ ୧୬୩୩ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ୧୧୩୯ଜଣ ଆବାସ ଗୃହ ନିର୍ମାଣ ସଂପୂର୍ଣ୍ଣ ଶେଷ କରିଥିବା ବେଳେ ୧୧୨ଜଣ ଛାତ ପତନ ପର୍ଯ୍ୟନ୍ତ, ଫାଉଣ୍ଡେସନ ପର୍ଯ୍ୟନ୍ତ ୪୭ଜଣ ନିର୍ମାଣ କରିଥିବା ବେଳେ ୩୩୫ ଜଣ ଆଦୈା ଗୃହ ନିର୍ମାଣ ଆରମ୍ଭ କରିନଥିବା ସମୀକ୍ଷାରୁ ଜଣାପଡିଛି । ଏହି ବୈଠକରେ ଉପାଧ୍ୟକ୍ଷା ଆକବରୀ ଖାତୁନ, ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, କାଉନସିଲର ରଶ୍ମୀତା ସିଂ, ଜୟନ୍ତୀ ପାଣି, ଉମେଶ ଚନ୍ଦ୍ର ନାୟକ, ଚୈାଧୁରୀ ସୁକୁମାର ଦାସ ପ୍ରମୁଖ କାଉନସିଲରମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


Next Post

କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଥର ପାଇଁ ଅବସର ପୂର୍ବରୁ ଫାଇନାଲ ପେନସନ କାଗଜପତ୍ର ସମାପ୍ତ

Sat Sep 30 , 2023
କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗର ସେକସନ ଅଫିସର ପଦରୁ ବ୍ରହ୍ମାନନ୍ଦ ସ୍ୱାଇଁ ଅବସର ଗ୍ରହଣ କରିଛନ୍ତି । ଜିଲ୍ଲାର ପ୍ରଥମ ସରକାରୀ କର୍ମଚାରୀ ଭାବେ ଶ୍ରୀ ସ୍ୱାଇଁଙ୍କର ଅବସର ପୂର୍ବରୁ ତାଙ୍କର ଫାଇନାଲ ପେନସନ କାଗଜପତ୍ର ଅନଲାଇନ୍‌ରେ ପଠାଇଦିଆଯାଇଛି । ଅବସର ନେବା ପରେ ସରକାରୀ କର୍ମଚାରୀମାନେ ପେନସନ ପାଇଁ କାର୍ଯ୍ୟାଳୟକୁ ଦୈାଡି ଦୈାଡି ନିରାଶ ହେଉଥିବା ବେଳେ ଏହା କେନ୍ଦ୍ରାପଡା ଜିଲ୍ଲାରେ ପଥମ ଘଟଣା ବୋଲି ବିଭାଗ ପକ୍ଷରୁ […]

KANIKA