ଜିଲ୍ଲା ସଡ଼କ ନିରାପତ୍ତା କମିଟି ବୈଠକ: କଡ଼ାକଡ଼ି କରାଯିବ ସୁରକ୍ଷା ବ୍ୟବସ୍ଥା



କେନ୍ଦ୍ରାପଡ଼ା, ୩୦/୭.- ଟ୍ରାଫିକ ନିୟମର କଡ଼ାକଡ଼ି ଅନୁପାଳନ ଓ ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଗଲେ ସଡ଼କ ଦୁର୍ଘଟଣା ବହୁ ପରିମାଣରେ ରୋକା ଯାଇପାରିବ ବୋଲି ବୁଧବାର କେନ୍ଦ୍ରାପଡା ଜିଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ରବୀନ୍ଦ୍ର କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଡ଼କ ନିରାପତା କମିଟି ବୈଠକରେ ମତ ପ୍ରକାଶ ପାଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ କମିଟି ବୈଠକରେ ଜିଲାର ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା, ଗମନାଗମନ, ରାସ୍ତାଘାଟ ପରିସ୍ଥିତି, ମୃତ୍ୟୁଜନିତ ଦୁର୍ଘଟଣା, ସ୍କୁଲ ଓ କଲେଜ ଛାତ୍ରୀଛାତ୍ରଙ୍କ ଯିବାଆସିବା ବ୍ୟବସ୍ଥା, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ତତ୍କାଳ ଚିକିତ୍ସା ବିଷୟରେ ଆଲୋକନ କରଯାଇଥିଲା । ସହରାଞ୍ଚଳରେ ଜନସାଧାରଣଙ୍କ ସୂଚନା ପାଇଁ ବିଭିନ୍ନ ପ୍ରକାର ସଡ଼କ ସୁରକ୍ଷା ସାଇନ୍ ବୋର୍ଡ଼ ଲଗାଇବାକୁ ପରିବହନ ଅଧିକାରୀଙ୍କୁ କୁହାଯାଇଥିଲା। ସହରରେ ଗାଡ଼ି ପାର୍କିଂ ନିମନ୍ତେ ଜାଗା ଚିହ୍ନଟ କରିବା ବିଦ୍ୟାଳୟ, ମହାବିଦ୍ୟାଳୟ ବ୍ୟତୀତ ସାଧାରଣ ଜନତାକୁ ସଡକ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା, ଏହାଛଡା ଅମାନିଆ ଗାଡି ଚାଳକଙ୍କ ପ୍ରତି ଦୁଷ୍ଟି ଦେଇ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ବୈଠକରେ ଦ୍ରୁତ ଗାଡି ଚାଳନ, ଓଭର ଲୋଡିଂ, ହେଲମେଟ ଚେକିଂ, ହମ୍ପସ ନିର୍ମାଣ, ସାଇନ ବୋର୍ଡ,ଇତ୍ୟାଦି ବିଷୟରେ ଆଲୋଚନା ହେବା ସହିତ ଜନସାଧାରଣ ଭୟ ନ କରି ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବାକୁ ଗୁରୁତ୍ୱ ଦିଆଯାଇଛି ।

ପରିବହନ ବିଭାଗର ସୂଚନା ମୁତାବକ ଚଳିତ ବର୍ଷ ଜାନୁଆରୀ ମାସରୁ ଜୁନ ମାସ ମଧ୍ୟରେ ଦ୍ରୁତ ଗାଡି ଚାଲନା ପାଇଁ ୩୯୭ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯାଇଛି । ସେହିପରି ଅଭର ଲୋଡିଂ ପାଇଁ ୪୪, ମଦ ପିଇ ଗାଡି ଚାଳନା ପାଇଁ ୬୭ ଜଣ, ଗାଡି ଚାଳନା ସମୟରେ ଫୋନର ବ୍ୟବହାର ପାଇଁ ୧୯ ଜଣଙ୍କ, ବିନା ହେଲମେଟ ପାଇଁ ୧୪୩ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯାଇଛି ।ଏହି ବୈଠକରେ ଆଞ୍ଚଳିକ ପରିଭଷନ ଅଧିକାରୀ ଧୀରେନ୍ଦ୍ର କୁମାର ନାୟକ,ରାସ୍ତା ଓ କୋଠାବାଡି ବିଭାଗର (୧) ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଜେନା, ଘରୋଇ ବସ ସଂଘର ଆର ଆର ଦାସ, ଓଡିଶା ରାଜ୍ୟ ସଡକ ପରି୍ୱହନର ଆସିଷ୍ଟାଣ୍ଟ ମ୍ୟାନେଜର ଶଶୀକାନ୍ତ ସାହୁ,ଡିଏସପିଇ ଡିଆଇବି ଲକ୍ଷ୍ମୀ ନାରାୟଣ ତିୱାରୀ,କେନ୍ଦ୍ରାପଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି,ଜାତୀୟ ରାଜପଥର ସୁଜିତ କୁମାର ସ୍ୱାଇଁ,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ )ଡ.ସଚ୍ଚିଦାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବୈଠକରେ ମତ ରଖିଥିଲେ ।


Next Post

ପଟ୍ଟାମୁଣ୍ଡାଇ ବନ୍ୟାଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ , ତୁହାକୁ ତୁହା ବର୍ଷା ଯୋଗୁଁ ବିପନ୍ନଙ୍କ ଦୁର୍ଦଶା ବଢୁଛି

Thu Jul 31 , 2025
ପଟ୍ଟାମୁଣ୍ଡାଇ ତା ୩୦/୭-ପଟ୍ଟାମୁଣ୍ଡାଇ ରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ତେବେ ତୁହାକୁ ତୁହା ବର୍ଷା ବନ୍ୟା ବିପନ୍ନଙ୍କ ଦୁର୍ଦଶା ବୃଦ୍ଧି କରିଛି ।ଆଜି ସକାଳ ଠାରୁ ଲଗାଣବର୍ଷା ଲାଗି ରହିଛି । ବ୍ରାହ୍ମଣୀ ନଦୀରେ ଦେଖା ଦେଇଥିବା ୨ୟ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ସିଂହ ଗାଁ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ଓ ବାଛରା ପଂଚାୟତର ଅନେକ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇରହିଛି ।  ଆଜି କେନ୍ଦ୍ରାପଡ଼ା […]

KANIKA