କେନ୍ଦ୍ରାପଡ଼ା,୩ା୯ : କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବ ପ୍ରାଚୀନ ସାଂସ୍କୃତିକ ଅନୁଷ୍ଠାନ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ଆନୁକୂଲ୍ୟରେ ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ଭବ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମାରୋହକୁ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସଂଗୀତ ସଦନର ସଭାପତି ଅମ୍ବିକା ପ୍ରସାଦ ଦାସ ଏଥିରେ ପୌାରହିତ୍ୟ କରି ରାଜ୍ୟରେ […]

କେନ୍ଦ୍ରାପଡ଼ା – ଅଲ ଓଡିଶା ପିଯନ ଆସୋସିଏସନ ଓ କେନ୍ଦ୍ରାପଡ଼ା ପିଯନ କ୍ଳବର ମିଳିତ ଉଦ୍ଧ୍ୟମରେ ଆଜି ଗୌରୀଶଙ୍କର ହୋଟେଲ ପରିସରରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ପାରା ଉଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉଡାଣରେ ସାଲେପୁର, ନୃସିଂହ, ପିରବଜାର , ଲିଙ୍ଗରାଜ, ପୁରୀ, ଖୋର୍ଦ୍ଧା, କଟକଆଦି ପିଯନ କ୍ଳବର ସଦସ୍ୟମାନେ ସେମାନଙ୍କ ପାରା ଉଡାଇଥିଲେ । […]

କେନ୍ଦ୍ରାପଡ଼ା, ୩ା୯: କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ଲିଗାଲ ଲିଟେରାସି ଫେଷ୍ଟିଭାଲ(ଆଇନଗତ ସ୍ୱାକ୍ଷରତା ପାର୍ବଣ) ଅନୁଷ୍ଠିତ ହୋଇଯାଇଛି । ଏହି ବ୍ୟବସ୍ଥାକୁ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଆଇନ ବିଷୟରେ ଅବଗତ କରାଇବା ଓ ସଚେତନ କରାଇବା । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲାର ୧୬ଟି ବିଦ୍ୟାଳୟର ଲିଗାଲ ଲିଟେରାସି କ୍ଲବର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ […]

କେନ୍ଦ୍ରାପଡ଼ା, ୩ା୯: କେନ୍ଦ୍ରାପଡା ଜିଲ୍ଲା “ଖଣ୍ଡାୟତ କ୍ଷେତ୍ରିୟ ମହାସଭା”ର ଏକ ପ୍ରସ୍ତୁତି ବୈଠକ ଆଜି ଗୋଲଖ ଚନ୍ଦ୍ର ପଢିହାରୀଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ସହରର ନୂଆ ବସ୍‌୍‌ଷ୍ଟାଣ୍ଡ୍‌ସ୍ଥିତ ହୋଟେଲ ରିଭର୍ ଭିୟୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖଣ୍ଡାୟତ ଜାତିର ସାଙ୍ଗଠନିକ ଜିଲ୍ଲାରେ ଅଭିବୃଦ୍ଧି ଓ ଖଣ୍ଡାୟତ ସଙ୍ଗଠନକୁ କିପରି ମଜବୁତ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ତତ୍ ସହିତ ଆଗାମୀ ୧୦ତାରିଖରେ ଜିଲ୍ଲା […]

କେନ୍ଦ୍ରାପଡ଼ା,୩ା୯ : ବଜ୍ରପାତରେ ଜଣେ ଯୁବଚାଷୀଙ୍କ ବିୟୋଗ ହୋଇଯାଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ପଞ୍ଚାୟତର କଂସାର ଗ୍ରାମର ରଘୁନାଥ ରଣାଙ୍କ ପୁତ୍ର ପ୍ରତାପ ରଣା(୨୮) ଆଜି ଅପରାହ୍ନ ପ୍ରାୟ ସାଢେ ଗୋଟାଏ ସମୟରେ ବିଲରେ ତଳି ରୁଆ କାର୍ଯ୍ୟ କରୁଥିବା ବେଳେ ହଠାତ ବଜ୍ରପାତ ଘଟି ସେ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ସଙ୍କାଟାପନ୍ନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ସଂସାରଫଳ ନିକଟରେ ଷଣ୍ଢ ସହ ବାଇକ୍ ଧକ୍କା ହେବା ଫଳରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଯୁବକଙ୍କଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ପ୍ରଥମେ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର […]

 କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜରୋଡ କାନାରା ବ୍ୟାଙ୍କ ନିକଟରେ ଏକ ସ୍କୁଟି ସହିତ ବାଇକ ମୁହାଁମୁହିଁ ଧକ୍କା ହେବାରୁ ସ୍କୁଟି ଆରୋହି ଗୁରୁତର ହୋଇଛନ୍ତି । ଶନିବାର ସନ୍ଧ୍ୟା ୬ଟା ସମୟରେ ଏକ ସ୍କୁଟି ଯୋଗେ ଅରପିତା ରାଉତ ନାମକ ଯୁବତୀ ଗ୍ରାମକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ପଲସର ବାଇକ ମୁହାଁ ମୁହିଁ ଧକ୍କା ଦେଇଥିଲା । ଯାହା ଫଳରେ ସ୍କୁଟି ଚାଳକ ଅରପିତା ପଡି ଗୁରୁତର […]

କେନ୍ଦ୍ରାପଡା ସହର ଉପକଣ୍ଠ ଗଣାମାହାଲ ସ୍ଥିତ ଶ୍ରୀ ଶ୍ରୀ ବିନୋଦବିହାରୀ ଓ ଗୋପିନାଥଜୀୟୁଙ୍କ ଝୁଲଣ ଯାତ୍ରା ମହାସମାରୋହରେ ଗୁରୁବାର ଦିନ ଶେଷ ହୋଇଛି । ପବିତ୍ର ଶ୍ରାବଣ ଶୁକ୍ଳ ଏଦଶମୀ ଠାରୁ ଆରମ୍ଭ ହୋଇ ୫ଦିନ ଧରି ଅନୁଷ୍ଠିତ ଏହି ଝୁଲଣ ଯାତ୍ରା ଗହ୍ମା ପୂର୍ଣ୍ଣମୀରେ ଉଦ୍‌ଯାପିତ ହୋଇଛି । ସନ୍ଧ୍ୟା ଆଳତୀ ପରେ ଶ୍ରୀ ରାଧାଗୋବିନ୍ଦଙ୍କୁ ଝୁଲଣ ମଣ୍ଡପକୁ ବିଜେ କରାଯାଇ ଝୁଲଣ କରାଯାଇଥିଲା । ଝୁଲଣ ମଣ୍ଡପରେ […]

କେନ୍ଦ୍ରାପଡ଼ା,୨ା୯ : ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଡିହ(ରାମଚନ୍ଦ୍ରପୁର) ଗ୍ରାମର ଅଶୋକ କୁମାର ଖଟୁଆଙ୍କ ଭିନ୍ନକ୍ଷମ ଝିଅ ମିତାଲୀ ଖଟୁଆଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଟ୍ରଷ୍ଟର ପୃଷ୍ଟପୋଷକ ଆମେରିକାରେ ଥାଇ ମଧ୍ୟ ଏକ ଓଡିଆ ଖବର କାଗଜରୁ ଏସମ୍ପର୍କରେ ଅବଗତ ହେବା ପରେ ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତିଙ୍କୁ ସଂପୃକ୍ତ ଛାତ୍ରୀଙ୍କୁ ତୁରନ୍ତ ମେଧାବୃତ୍ତି […]

କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଜିଲ୍ଲାରେ ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବାର ସୁଧାର ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କ୍ରୀୟାନୁଷ୍ଠାନ କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲ ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ କେନ୍ଦ୍ରାପଡା ଏକ ଆର୍ଥିକ ଅନଗ୍ରସର ଜିଲ୍ଲା । ଆମ ଲୋକମାନଙ୍କର ମୁଖ୍ୟ ଜୀବିକା କୃଷି ହୋଇଥିଲେ ମଧ୍ୟ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଂଚ ତରଫରୁ ଶୁକ୍ରବାର ଷଣ୍ଢପଲ୍ଲୀ କେନାଲ ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ ଓ ପ୍ରଫେସର ଭରତ ପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ସଭ୍ୟ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ଧର ପାତ୍ର, ବରିଷ୍ଠନାଗରିକ ମଂଚ କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, ଶିକ୍ଷାବିତ ଲଷ୍ମୀଧର ପାତ୍ର,କାର୍ଯକାରୀ ସଭାପତି କଣ୍ଡୁରୀ […]

କେନ୍ଦ୍ରାପଡା ସହର ଉପକଣ୍ଠ ବଣିଆମାଳସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥଜୀଉଙ୍କ ଝୁଲଣ ଯାତ୍ରା ଦୀର୍ଘ ୫ ଦିନ ଧରି ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାକ୍ତନ ଅର୍ଥମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ରାପଡାର ବିଧାୟକ ଶଶିଭୂଷଣ ବେହେରା ଯୋଗ ଦେଇ ଶ୍ରୀଜୀଉଙ୍କ ଆର୍ଶୀବାଦ ଭିକ୍ଷା ପୂର୍ବକ ଆଗାମୀ ୧୫ ଦିନ ମଧ୍ୟରେ ଜୀଉଙ୍କ ଦୋଳବେଦୀରେ ପୁର୍ନବିନ୍ୟାସ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଜୀଉଙ୍କ ମନ୍ଦିରର ପୁନରୁଦ୍ଧାର ଓ ଦୋଳବେଦୀକୁ […]

କେନ୍ଦ୍ରାପଡ଼ା, ୧ା୯: ଅଖିଳ ଭାରତ କୃଷକ ସଭା(ଏ.ଆଇ.କେ.ଏସ.) କେନ୍ଦ୍ରାପଡା ଜିଲ୍ଲା କମିଟି ଓ ରମଚଣ୍ଡୀ କୃଷକ ସଭା ପକ୍ଷରୁ ଆଜି କୃଷକଙ୍କର ଦାବି ଦିବସ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ସାଥି ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ୧୯୩୬ ମସିହା ଆଜିର ଦିନରେ ପରାଧିନ ଭାରତ ବର୍ଷରେ ଅଖିଳ ଭାରତ କୃଷକ ସଭା ଗଠିତ ହୋଇ ଦେଶ ସ୍ୱାଧୀନତାର ଅନେକ ଏ.ଆଇ. କେ.ଏସ. ନେତା […]

କେନ୍ଦ୍ରାପଡା ବିଧାନସବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ସାତଗୋଟି ଧୋୟାଅଞ୍ଚଳର ଅଳପୁଆ, ତରଡିପାଳ, ପେଣ୍ଠପାଳ, ସିଂହଗାଁ, ଅଣ୍ଡରା, ଅମୃତମଣୋହି ଓ ବଲୁରିଆର ପଞ୍ଚାୟତରେ ଏକ ମିଳିତ କଂଗ୍ରେସ କର୍ମୀ ବୈଠକ ଦାଣ୍ଡିସାହି ଠାରେ ପୂର୍ବଚନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ “ଆମେ ବିଧାନ ସଭା ଯିବା” ସଂକଳ୍ପ ଗ୍ରହଣ କରାଯାଇଛି । ପୂର୍ବଚନ ମନ୍ତ୍ରୀ ଗଣେଶ୍ୱର ବେହେରା ସମେତ କଂଗ୍ରେସର […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ କୁମ୍ଭୀର ଆକ୍ରମଣରେ ଛଅଟି ଲୋକ ପ୍ରାଣ ହରାଇଥିବା ଘଟଣା ବ୍ରାହ୍ମଣୀ ନଦୀର ତଟବର୍ତ୍ତୀ ଗାଁରେ ଭୟଙ୍କର ଆତଙ୍କ ସୃଷ୍ଟି କରିଛି । ମାତ୍ର ୭୫ ଦିନ ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକର ୩ଜଣ, ରାଜନଗର ବ୍ଲକରୁ ୨ ଜଣ ଓ ବରୀ ବ୍ଲକରୁ ଜଣେ ରକ୍ତମୁଖା କୁମ୍ଭୀରର ଶିକାର ହୋଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ଘାଗରାଡିଆ, କୁଳସାହି, ଶାସନ, ବରୀ ବ୍ଲକର ଅମଂପୁର […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ନିଅଂଟିଆ ବର୍ଷା ସାଙ୍ଗକୁ କେନାଲ ପାଣି କ୍ଷେତକୁ ମାଡୁନଥିବା ଯୋଗୁଁ ସବୁଠି ସ୍ଥିତି ବେହାଲ । ସରିଲା ଶ୍ରାବଣ, କିନ୍ତୁ ବର୍ଷାର ଦେଖାନାହିଁ । ନା ଅଛି ମୌସୁମୀ ବର୍ଷା ନା ଲଘୁଚାପଜନିତ ବର୍ଷା । ଚାଷୀ ଚାଷ କାର୍ଯ୍ୟ ପାଇଁ ମଟରପମ୍ପ ଲଗାଇ ରୁଆ ପୋତା କରୁଛନ୍ତି । ମୁଖ୍ୟ କେନାଲର ଅବ୍ୟବସ୍ଥା ତଥା ମରାମତି କାର୍ଯ୍ୟର ଅବହେଳା ହେତୁ ପାଣି କ୍ଷେତକୁ […]

କେନ୍ଦ୍ରାପଡା ପୈାରପରିଷଦ ପକ୍ଷରୁ ସର୍ବ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସନ୍ଧ୍ୟାରେ ପୈାର ଟାଉନହଲରେ ପୈାରାଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନେକ ସ୍ମୃତି ଓ କୃତି ଯୋଡି ହୋଇ ରହିଛି କେନ୍ଦ୍ରାପଡା ସହିତଆମର ସ୍ମୃତି ଆମର ଉତ୍ତର ପିଢୀକୁ ଅନୁପ୍ରାଣିତ କରିବ । କେନ୍ଦ୍ରାପଡାର ଐତିହ୍ୟ, ସଂସ୍କୃତି […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କେରଡାଗଡ-ଏକମାଣିଆ ନଦୀରେ ଘାଟଡଙ୍ଗା ଚଳାଉଥିବା ସୁଦର୍ଶନ ସ୍ୱାଇଁଙ୍କୁ ମରଣୋତର ଭାବେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତ ସୁଦର୍ଶନଙ୍କ ସ୍ତ୍ରୀ ସୁବାସୀ ସ୍ୱାଇଁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର ଉତ୍ସବରେ କ୍ରୀଡାମନ୍ତ୍ରୀ ତୃଷାରକାନ୍ତୀ ବେହେରା, ହକି ଇଣ୍ଡଆ ସଭାପତି ଦିଲ୍ଲୀପ ତିର୍କୀ, ମୁଖ୍ୟ ଶାସନ ସଚିବ ପ୍ରଦୀପକୁମାର ଜେନା, ୫-ଟି ସଚିବ […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଗ୍ରାମରେ ଗୁରୁବାର ଅଭୟ ରାଉତଙ୍କୁ ବ୍ରାହ୍ମଣୀ ନଦୀପଠାରେ କୁମ୍ଭୀର ଝାମ୍ପି ନେଇଯାଇଥିବା ଖବରପାଇ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଶୋକସନ୍ତପ୍ତ ଅଭୟଙ୍କ ବାସଭବନରେ ପହଁଞ୍ଚି ତାଙ୍କ ପରିବାରକୁ ଶାନ୍ତ୍ୱନା ଦେବା ସହ ସମବେଦନା ଜଣାଇଥିଲେ । ସେଠାରେ ଉପସ୍ଥିତ ଥିବା ରେଞ୍ଜ ଅଫିସର ଚିତରଂଜନ ବେଉରା ଓ ଫରେଷ୍ଟର ବିଜୟ ପାତ୍ରଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହିତ ବ୍ଲକ କଂଗ୍ରେସ […]

  କେନ୍ଦ୍ରାପଡା ଜିଲ୍ଲାରେ କୁମ୍ଭୀର ଆତଙ୍କ ପୁଣି ଦେଖିବାକୁ ମିଳିଛି । ନଦୀକୂଳିଆ ଗ୍ରାମବାସୀଙ୍କ ମନରେ ଛନକା ପଶିଛି । ଦୁଇମାସ ମଧ୍ୟରେ ୫ଜଣ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଲେଣି । ରାଜନଗର ବ୍ଲକ ରାଜପୁର ଗ୍ରାମର ଅଭୟ ରାଉତ (ଭାସିଆ) ୬୫ବର୍ଷକୁ ବ୍ରାହ୍ମଣୀ ନଦୀ ପଠାରୁ କୁମ୍ଭୀର ଝାମ୍ପି ନେଇଛି । ସବୁଠାରୁ ବଡକଥା ହେଲା, ଅନିଲର ଆଖି ଆଗରେ ତା ବାପା ଅଭୟକୁ କୁମ୍ଭୀର ଝାମ୍ପି ନେଉଥିବାର […]

କେନ୍ଦ୍ରାପଡ଼ା, ତା୩୧/୮: ଦରିଦ୍ର ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନସେବା ଯୋଗାଇଦେବା ଲକ୍ଷ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରୀୟ ଲୋକ ଅଦାଲତ । ଆସନ୍ତା ସେପ୍ଟେମ୍ବର ମାସ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କେନ୍ଦ୍ରାପଡ଼ା କୋର୍ଟ ସମେତ ଏହାର ନିକଟବର୍ତି ପଟ୍ଟାମୁଣ୍ଡାଇ, ଆଳି, ରାଜନଗର କୋର୍ଟ ପରିସରରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ । […]