କେନ୍ଦ୍ରାପଡ଼ା, ୧ା୧୦ : କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ୧୯୮୧ମସିହା ମାଟ୍ରିକ ବ୍ୟାଚ ଛାତ୍ରମାନଙ୍କ ବାର୍ଷିକ ବନ୍ଧୁମିଳନ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୁରାତନ ଛାତ୍ର ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଯୋଗଦେଇ ପୁରାତନ ଛାତ୍ରମାନଙ୍କ ବିଦ୍ୟାଳୟ ପ୍ରତି ଥିବା ଆବେଗିକ ସମ୍ପର୍କ ଉପରେ ଆଲୋକପାତ କରିବା ସହିତ ଶିକ୍ଷକମାନଙ୍କ ପ୍ରତି […]
Day: 1 October 2023
କେନ୍ଦ୍ରାପଡ଼ା, ୧ା୧୦ : କେନ୍ଦ୍ରାପଡା ସହର ସନ୍ନିକଟ ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ “ଏକ ଅକ୍ଟୋବର ଏକ ଘଣ୍ଟା ଶ୍ରମ ଦାନ” କରି ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମକୁ ସଫଲ ରୂପାୟନ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଫେଇ ଉପକରଣ ଧରି ସେବା ମାଧ୍ୟମରେ ସଫେଇ କରି ସ୍ୱଛ ରଖିବାର ସଂକଳ୍ପ ନେଇଥିଲେ । ପ୍ରଥମେ ସେମାନେ ଜିଲ୍ଲାପାଳଙ୍କ […]
କେନ୍ଦ୍ରାପଡା,୧/୧୦- କେନ୍ଦ୍ରାପଡା ଜିଲ୍ଲାର ୧୮ତମ ଜିଲ୍ଲାସ୍ତରୀୟ କ୍ୟୁରୋସି ଏବଂ ସପ୍ତମ ଟ୍ୟୁମସି ଚମ୍ପିଆନସିପ୍ ଗରାପୁରସ୍ଥିତ ସୌଭାଗ୍ୟ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ତାଇକୋଣ୍ଡୋ ସଂଘର ସଭାପତି ବିମଳ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କପାଳେଶ୍ୱର ପଞ୍ଚାୟତ ସରପଞ୍ଚ କଳ୍ପନା ମହାନ୍ତି ମୁଖ୍ୟ ଅତିଥି ଓ ଓଡିଶା ତାଇକୋଣ୍ଡୋ ସଂଘର ସଭାପତି କୃଷ୍ଣଚନ୍ଦ୍ର ଦାସ, ଭୁବନେଶ୍ୱର ତାଇକୋଣ୍ଡୋ ସଂଘର ସଭାପତି ସଞ୍ଜୟ କୁମାର ଜଗଦେବ, ଭୁବନେଶ୍ୱର ତାଇକୋଣ୍ଡୋ ସଂଘର […]
କେନ୍ଦ୍ରାପଡ଼ା, : କଟକ-ଚାନ୍ଦବାଲି ରାସ୍ତାର ଚଣ୍ଡିବଜାର ଠାରୁ ଚାନ୍ଦୋଳ ମଧ୍ୟରେ ଥିବା ରାସ୍ତାରେ ବହୁତ ଗୁଡିଏ ଖାଲଖମା ପରିପୂର୍ଣ୍ଣ ହୋଇଥିବାରୁ ସେହି ରାସ୍ତାରେ ବିଭିନ୍ନ ସମୟରେ ଦୂର୍ଘଟଣା ମାନ ଘଟି ଧନଜୀବନ କ୍ଷୟକ୍ଷତି ହେଉଥିବା ଅଭିଯୋଗ ହୋଇଆସୁଛି । ଆଜି ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ସେହି ରାସ୍ତାରେ ଚଣ୍ଡିବଜାର ନିକଟସ୍ଥ ଜହ୍ନିମୂଳ ଗ୍ରାମର ନିରଞ୍ଜନ ମୁଦୁଲି ନାମକ ବ୍ୟକ୍ତି ଘରୁ ସ୍କୁଟିରେ ଚଣ୍ଡିବଜାରକୁ ଯାଉଥିବା ବେଳେ ତାଙ୍କ […]
କେନ୍ଦ୍ରାପଡ.୧/୧୦- ପୌର ପରିଷଦ ଟାଉନ ହଲ ପରିସରରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଟ ନାଗରିକ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଦାୟକ ଶଶିଭୂଷଣ ବେହେରା ଯୋଗ ଦେଇ ପ୍ରତ୍ୟେକ ପିତା ମାତା ସେମାନଙ୍କ ସନ୍ତାନ ପରିବାର ପାଇଁ ଅଶେଷ ତ୍ୟାଗ କରିବା ସହ ସମସଜ ଓ ଦେଶ ପାଇଂ ବହୁ ଅବଦାନ ଦେଇଛନ୍ତି ବୋଲି କହିଥିଲେ […]
କେନ୍ଦ୍ରାପଡା,୧ା୧୦ : ଗତ ଜୁଲାଇ ମାସରେ ବୋନ କ୍ୟାନସରରେ ପୁରୁଶତ୍ତମପୁର ଗ୍ରାମର ସୋମନାଥ ନାୟକଙ୍କ (ଓସିଏ ପ୍ୟାନେଲ ଅମ୍ପାୟାର) ମୃତ୍ୟୁ ଘଟିଥିଲା । ସୋମନାଥ ପରିବାର ମୁଖ୍ୟ ଉପାର୍ଜନକାରୀ ଥିବା ବେଳେ ମୃତ୍ୟୁ ପରେ ତାଙ୍କ ପତ୍ନୀ ଓ ଏକମାତ୍ର ୬ ମାସର ସନ୍ତାନକୁ ଛାଡି ଯାଇଛନ୍ତି । ଏହି ଖବର ପ୍ରଥମେ ଜିଲ୍ଲା କ୍ରିକେଟ ଆଶୋସିଏସନ କେନ୍ଦ୍ରାପଡା ଜାଣିବା ପରେ ଗଭୀର ଦୁଃଖ ପ୍ରକାଶ ସହ ଓଡିଶା କ୍ରିକେଟ […]
କେନ୍ଦ୍ରାପଡା,୧/୯- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ କେନ୍ଦ୍ରାପଡା କେନ୍ଦ୍ରୀୟବିଦ୍ୟାଳୟ ବାରିମୂଳଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ୧ ଅକ୍ଟୋବର ଦିନ ୧୦ ବେଳେ ଏକ ଘଣ୍ଟା ଶ୍ରମ ଦାନ କରିବା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ/ଶିିକ୍ଷୟତ୍ରୀ ତଥା ଅଭିଭାବକ ମାନେ ବିଦ୍ୟାଳୟ ପରିସର, ନିକଟସ୍ଥ ସାହି ତଥା ଜେଲ୍ ପରିସରକୁ ସଫା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି […]
କେନ୍ଦ୍ରାପଡା,୧/୧୦- ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ପାଳନ ପୂର୍ବଦିନ“ସ୍ୱଚ୍ଛତା ହିଁ ସେବା”କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ରାପଡା ପୌରାଞ୍ଚଳର ୧୮ନଂ ୱାର୍ଡକୁ ସ୍ଥାନୀୟ ପୌରସଭ୍ୟ ଚୌଧୂରୀ ସୁକୁମାର ଦାସଙ୍କ ନେତୃତ୍ୱରେ ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌରଧ୍ୟକ୍ଷା ସରିତା ସାହୁ ଉପସ୍ଥିତରହି ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ । କାକଟଙ୍ଗଳା ମନ୍ଦିର ଠାରୁ ସହରର ମୁଖ୍ୟ ରାସ୍ତା ଦେଇ ବାଲାବାବା ମନ୍ଦିର ପର୍ଯ୍ୟନ୍ତ ସମସ୍ତ ଅଳିଆ ଆବର୍ଜନାକୁ ସଫା କରାଯାଇ ବ୍ଲିଚିଂ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଉତିକଣ ଅଂଚଳ ୧୫ ପଂଚାୟତର ଚାଷୀମାନଙ୍କର ଏକମାତ୍ର ଭରସା ହେଉଛି ପଟ୍ଟାମୁଣ୍ଡାଇ କେନାଲକୁ ସଂଜୋଗ କରୁଥିବା ଗୋବରୀ ସମ୍ପ୍ରସାରିତ କେନାଲ । ଅତିତରେ ଏହି ଗୋବରୀ କେନାଲ ଦେଇ ଜଳସେଚନ ଓ ବାଣିଜ୍ୟ କାରବାରର ହେଉଥବା ବେଳେ ଦୀର୍ଘବର୍ଷ ହେଲା କେନାଲ ସଂସ୍କାର ନ ହେବା ଯୋଗୁ ଗୋବରୀ ସମ୍ପ୍ରସାରିତ କେନାଲ ଓ ଶାଖା କେନାଲ ଏବେ ସଙ୍କୁଚିତ ହେବା ସହ ପୋତି ହେବାରେ […]
ପଟ୍ଟାମୁଣ୍ଡାଇ ୧/୧୦ -ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁ ହୋଟେଲ କରିଥିବା ନେଇ ପଟ୍ଟାମୁଣ୍ଡାଇ ମେଡିକାଲଛକ ଓ ରାଜନଗରରେ ଗତ ୨୯ ତାରିଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ, କୁଶପୁତଳିକା ଦାହ, ଖବରଦାତା ସମ୍ମିଳନୀ କରାଯାଇଥିବା ବେଳେ ରବିବାର ବରିଷ୍ଠ ବିଜେଡି ନେତା ଆଇନଜୀବୀ କ୍ଷୀରୋଦ ପ୍ରଧାନ ଏକ ପ୍ରେସ ବିବୃତିରେ ଜବାବ ରଖିଛନ୍ତି । ସେ ରାଜନଗର କଂଗ୍ରେସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସଂଙ୍ଗେ କଂଗ୍ରେସର ଏହା […]
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ନିପାଣିଆ ସେତୁ ଉଦ୍ଘାଟନ ଓ ନିପାଣିଆ ଗ୍ରାମକୁ ରାସ୍ତା ନିର୍ମାଣ ନିମନ୍ତେ ଶିଳାନ୍ୟାସ ପାଇଁ ଆଜି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଯିବାର ଥିଲା । ମାତ୍ର ଏହା ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲଗାଯାଇଥିବା ଫଳକକୁ ଗତକାଲି ରାତିରେ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ ଏହି ଘଟଣା ପରେ ବିଭାଗ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା ଓ ମନ୍ତ୍ରୀ ସେଠାକୁ […]
କେନ୍ଦ୍ରାପଡ଼ା, ୩୦ା୯: ଗାନ୍ଧିବାଦୀ ନେତା, ଶିକ୍ଷାବିତ୍ ସମାଜସେବୀ ଭଜକୃଷ୍ଣ ରାଉତଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ଚ୍ଛଗରିଆସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଣ୍ଡିତ ହୃଷିକେଶ ରଥଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ପ୍ରତାପ କୁମାର ଦେବ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଶଶିଭୂଷଣ ବେହେରାଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ପୁସ୍ତକ “ଅନିର୍ବାଣ ଦୀପଶିଖା” ଉନ୍ମୋଚିତ ହୋଇଥିଲା । ସ୍ୱର୍ଗତ ଭଜକ୍ରୁଷ୍ଣ ରାଉତ ଜଣେ […]
କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୫ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ଅନ୍ୟ ୧୭ ଗୋଟି ରାଜ୍ୟ ଭଳି ଆମ ରାଜ୍ୟର ସାମ୍ବାଦିକ ମାନଙ୍କୁ ଭତ୍ତା ପ୍ରଦାନ, ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ସାମ୍ବାଦିକ ମାନଙ୍କୁ ଅଧିକରୁ ଅଧିକ ଆକ୍ରିଡେସନ୍ ପ୍ରଦାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା, ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା […]
କେନ୍ଦ୍ରାପଡା -୩୦/୯- ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମାସିକ ବନ୍ଧୁ ମିଳନ ପର୍ବ ପବିତ୍ର ଇନ୍ଦୁପୂର୍ଣ୍ଣିମା ଓ ଭାଗବତଜନ୍ମ ଅବସରରେ ଆଜି ଆକାଶୀୟ ବୈଠକ (ଭର୍ତ୍ତୁଆଲ)ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁ ମିଳନର ଏହି ମାହେନ୍ଦ୍ର ମୁହୂର୍ତ୍ତରେ ମାସିକ ରାଜଶ୍ରୀ “ଇ’ ପତ୍ରିକାର ସେପ୍େଟମ୍ବର ମାସ ସଂଖ୍ୟା “ରାଜଶ୍ରୀ’କୁ ଉନ୍ମୋଚନ କରାଯାଇଥିଲା । ‘ଇ‘ ପତ୍ରିକାର ମୁଖ୍ୟ ସମ୍ପାଦକ ବରିଷ୍ଠ କବି ସଞ୍ଜୟ କୁମାର ରଥ ଏବଂ ସଂଯୋଜିକା […]
କେନ୍ଦ୍ରାପଡା ୩୦/୯-ମହାକାଳପଡା ବିଧାୟକ ତଥା ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ବତୀଘର ପଞ୍ଚାୟତକୁ ମାରାଥନ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ ପ୍ରଥମେ ବତୀଘର ପଞ୍ଚାୟତର ବିଦ୍ୟାସାଗର ପ୍ରାଥମିକ ବିଦ୍ୟାଳୟ ବରକୋଳି ଖଳାରେ କିଶୋର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ, ବରକୋଳି ଖଳାରେ ଥିବା ଜ୍ଞାନମୟୀ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରିକରଣ […]