୫ଦଫା ଦାବି ନେଇ କେନ୍ଦ୍ରାପଡା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର


କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୫ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ଅନ୍ୟ ୧୭ ଗୋଟି ରାଜ୍ୟ ଭଳି ଆମ ରାଜ୍ୟର ସାମ୍ବାଦିକ ମାନଙ୍କୁ ଭତ୍ତା ପ୍ରଦାନ, ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ସାମ୍ବାଦିକ ମାନଙ୍କୁ ଅଧିକରୁ ଅଧିକ ଆକ୍ରିଡେସନ୍ ପ୍ରଦାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା, ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ବାପା, ମା ଏବଂ ୩୦ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଏବଂ ଝିଅକୁ ସାମିଲ କରିବା, ରାଜ୍ୟରେ ପ୍ରେସ୍ ଏକାଡେମୀ ଗଠନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ଗୁଡିକୁ ସରକାର ଅଣଦେଖା କରୁଥିବାରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ଦାବି ଗୁଡିକ ପୁରଣ ନହେଲେ ଆଗାମୀ ଶୀତକାଳୀନ ଅଧିବେଶନ ସମୟରେ ସାମ୍ବାଦିକମାନଙ୍କ ପକ୍ଷରୁ ବିଧାନସଭା ଆଗରେ ଧାରଣା ଦିଆଯିବ ବୋଲି ସଂଘର ସଭାପତି ହିମାଂଶୁ ଶେଖର ନାୟକ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ମନୋଜ ସ୍ୱାଇଁ, ସମ୍ପାଦକ ପ୍ରଶାନ୍ତ ନାୟକ, କୋଷାଧ୍ୟକ୍ଷ ରାଧାକାନ୍ତ ମହାନ୍ତି, ସଦସ୍ୟ ସଞ୍ଜୟ ଦାସ, ସୁବାଷ ଖୁଣ୍ଟିଆ, ସୁଧାଂଶୁ ତ୍ରିପାଠୀ, ପ୍ଲାବନ ସ୍ୱାଇଁ, ମନ୍ମଥନାଥ ସାହୁ, ପ୍ରଭୁ କଲ୍ୟାଣ ସେନାପତି, ବିରଞ୍ଚି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ଗାନ୍ଧିବାଦୀ, ଶିକ୍ଷାବିତ୍ ଭଜକୃଷ୍ଣ ରାଉତଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

Sun Oct 1 , 2023
କେନ୍ଦ୍ରାପଡ଼ା, ୩୦ା୯: ଗାନ୍ଧିବାଦୀ ନେତା, ଶିକ୍ଷାବିତ୍ ସମାଜସେବୀ ଭଜକୃଷ୍ଣ ରାଉତଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ଚ୍ଛଗରିଆସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଣ୍ଡିତ ହୃଷିକେଶ ରଥଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ପ୍ରତାପ କୁମାର ଦେବ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଶଶିଭୂଷଣ ବେହେରାଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ପୁସ୍ତକ “ଅନିର୍ବାଣ ଦୀପଶିଖା” ଉନ୍ମୋଚିତ ହୋଇଥିଲା । ସ୍ୱର୍ଗତ ଭଜକ୍ରୁଷ୍ଣ ରାଉତ ଜଣେ […]