
କେନ୍ଦ୍ରାପଡା,୧ା୧୦ : ଗତ ଜୁଲାଇ ମାସରେ ବୋନ କ୍ୟାନସରରେ ପୁରୁଶତ୍ତମପୁର ଗ୍ରାମର ସୋମନାଥ ନାୟକଙ୍କ (ଓସିଏ ପ୍ୟାନେଲ ଅମ୍ପାୟାର) ମୃତ୍ୟୁ ଘଟିଥିଲା । ସୋମନାଥ ପରିବାର ମୁଖ୍ୟ ଉପାର୍ଜନକାରୀ ଥିବା ବେଳେ ମୃତ୍ୟୁ ପରେ ତାଙ୍କ ପତ୍ନୀ ଓ ଏକମାତ୍ର ୬ ମାସର ସନ୍ତାନକୁ ଛାଡି ଯାଇଛନ୍ତି । ଏହି ଖବର ପ୍ରଥମେ ଜିଲ୍ଲା କ୍ରିକେଟ ଆଶୋସିଏସନ କେନ୍ଦ୍ରାପଡା ଜାଣିବା ପରେ ଗଭୀର ଦୁଃଖ ପ୍ରକାଶ ସହ ଓଡିଶା କ୍ରିକେଟ ଆସୋସିଏସନଙ୍କୁ ସୋମନାଥଙ୍କ ପରିବାର ପାଇଁ କିଛି ଅନୁକମ୍ପା ମୂଳକ ସହାୟତା ପାଇଁ ଅନୁରୋଧ କରିଥିଲେ । ଓସିଏର ସେକ୍ରେଟାରୀ ସଞ୍ଜୟ କୁମାର ବେହେରା ଜିଲ୍ଲା କ୍ରିକେଟ ଆଶୋସିଏସନ କେନ୍ଦ୍ରାପଡା ସେକ୍ରେଟାରୀ ଶୁଭାସିଶ ସେନାପତିଙ୍କ ପରିବାରଙ୍କ ଅନୁରୋଧ କ୍ରମେ ସୋମନାଥଙ୍କ ପରିବାରକୁ ଏକ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି । ଏଥି ନିମନ୍ତେ ଶୁଭାସିଶ ସେନାପତି ବିଶେଷ ଭାବେ ଓସିଏ ସେକ୍ରେଟାରୀ ସଞ୍ଜୟ କୁମାର ବେହେରାଙ୍କୁ ଅଶେଶ କୃତଜ୍ଞତା ଜଣାଇଛନ୍ତି ।











