ଶିଶୁଙ୍କ ପାଇଁ ଦିନଟିଏ କେନ୍ଦ୍ରାପଡ଼ା ଜିଲ୍ଲାରେ ପାଳିତ



କେନ୍ଦ୍ରାପଡା,୧/୨ – ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ମତେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ଥରରେ ଶିଶୁ ମାନଙ୍କ ସମସ୍ୟା ବୁଝିବାକୁ “ଶିଶୁଙ୍କ ପାଇଁ ଦିନଟିଏ” ପ୍ରତି ତ୍ରୈମାସିକରେ କରିବାକୁ ନିର୍ଦେଶ ରହିଛି । ତଦନୁଯାଇ ଜିଲ୍ଲାପାଳ କେନ୍ଦ୍ରାପଡ଼ାଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟର ସଦ୍ଦଭାବନା ସଭା ଗୃହରେ ଜିଲ୍ଲାପାଳ ସ୍ମତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇଥିଲେ ଡ଼ିଏସପି ସରିତା ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରି ସଚିଦାନନ୍ଦ ମିଶ୍ର ,ଜିଲ୍ଲା ସମାଜ କଲ୍ୟାଣଅଧିକାରୀଣୀ ମନୋରମା ସ୍ୱାଇଁ ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରିଣୀ, ଡେପୁଟି ସିଇଓ ଓରମାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାର, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିଯୋଜନ ଅଧିକାରୀ, ସିଡବ୍ଲୁ ସମସ୍ତ ସଭ୍ୟ ସଭ୍ୟାଙ୍କ ସହ “ଶିଶୁଙ୍କ ପାଇଁ ଦିନଟିଏ”କମିଟିର ଅନ୍ୟ ସଭ୍ୟ ସଭ୍ୟାଉପସ୍ଥିତ ଥିଲେ । ଜିଲ୍ଲା ଚାଇଲ୍ଡ ହେଲ୍ପଲାଇନର କର୍ମକର୍ତ୍ତା, ଜିଲ୍ଲା ମହିଳା ସହାୟତା କେନ୍ଦ୍ରର ସମସ୍ତ କର୍ମକର୍ତା, ଉନିସେଫ ଓ ଆକସନଏଡର ଜିଲ୍ଲା ସଂଯୋଜିକା, ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ କାମ କରୁଥିବା ପଲିଶ୍ରୀ, ଭାରତ ଓ ରେସୱା ସ୍ୱଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ। ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି, ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବାଲ୍ୟ ବିବାହ ଓ କୈଶୋର ସଶକ୍ତିକରଣ, ବେଟୀ ବଚାଓ ବେଟୀ ପଢାଓ ଓ ଶିଶୁ ଶ୍ରମିକ ବନ୍ଦ କମିଟି ତଥା ଚାଇଲ୍ଡ ହେଲ୍ପଲାଇନ-୧୦୯୮ ର ତ୍ରୈମାସିକ ବୈଠକରେ ପ୍ରଗତି ତଥା ଆଗାମୀ ପଦକ୍ଷେପ ସମ୍ପର୍କିତ ଆଲୋଚନା ସ୍ଥାନିତ ହୋଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଜିକାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଜିଲ୍ଲାରେ ହୋଇଥିବା ପ୍ରଗତି ସମ୍ପର୍କରେ ତଥ୍ୟ ରଖିଥିଲେ । ଜିଲ୍ଲାରେ ଥିବା ସମସ୍ତ ମାତୃପିତୃ ହୀନ ଶିଶୁ ମାନଙ୍କୁ ଚିହ୍ନଟ ହୋଇଥିବା ଶିଶୁ ମାନଙ୍କ ମଧ୍ୟରୁ ୯୧ ଜଣ ଶିଶୁଙ୍କୁ ଆର୍ôଥକ ସହାୟତା ପ୍ରଦାନ କରାଯାଉଥିବାର ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶ ମତେ ଜିଲ୍ଲାସ୍ତରରେ, ବ୍ଲକ ସ୍ଥରରେ ଓ ପଞ୍ଚାୟତ ସ୍ଥରରେ ଗୋଟିଏ ଗୋଟିଏ ଦିନ “ଶିଶୁ ଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମକୁ ନିଶ୍ଚିତ କରିବା ସହ ଗ୍ରାମ ଗୁଡିକୁ କିପରି ବାଲ୍ୟ ବିବାହ ମୁକ୍ତ ତଥା ଶିଶୁ ଅନୁକୂଳ କରାଯାଇ ପାରିବ, ସେ ବିଷୟରେ ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନଙ୍କର ପୂର୍ଣ୍ଣ ସହଯୋଗ ଚାହିଁଥିଲେ। ଏହି କ୍ରମରେ ଜିଲ୍ଲାର କେନ୍ଦ୍ରାପଡ଼ା ବ୍ଲକ ଅଧୀନ ଭାଗବତପୁର ଗ୍ରାମପଞ୍ଚାୟତ ଓ ଅନ୍ୟ ବ୍ଲକ ମାନଙ୍କର ୬୪ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ କରିବାର ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଏହି ଗ୍ରାମ ଗୁଡିକୁ ଆଗାମୀ ଦିନରେ ସମସ୍ତ ପଞ୍ଚଚାୟତ ସହିତ ମିଶାଇ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ସମସ୍ତଙ୍କ ସହଯୋଗ ସହିତ ଦାଇତ୍ୱର ସହ କାମ କରିବାକୁ ସମସ୍ତଙ୍କୁ ନିର୍ଦେଶ ଦେଇଥିଲେ ଏବଂ ଏଥିନିମନ୍ତେ ଇଉନିସେଫ ଓ ଆକଶନଏଡ଼୍‌ର ସହାୟତା ଉଲ୍ଲେଖ ଯୋଗ୍ୟ। ଉପଦେଷ୍ଟା ନେଚରସ୍ କ୍ଲବ ଶ୍ରୀ ପତି ଜିଲ୍ଲାରେ ବଢୁଥିବା ବାଲ୍ୟ ବିବାହ, ଶିଶୁ ଯୌନ ଅତ୍ୟାଚାର ଓ ଶିଶୁ ଚାଲାଣ ଇତ୍ୟାଦିକୁ ଗ୍ରାମସ୍ତରରେ ସଚେତନତା ମାଧ୍ୟମରେ ରୋକଯାଇ ପାରିଲେ ଜିଲ୍ଲାକୁ ଆମେ ଅଗ୍ରଣୀ ଭାବେ ପରିଗଣିତ କରିପାରିବା ବୋଲି ମତ ପ୍ରକାଶ କରିଥିଲେ। ଜିଲ୍ଲା ସଂଯୋଜିକା- ଅମିତା ସିଂହ ବାଲ୍ୟ ବିବାହ ନିମନ୍ତେ ହୋଇଥିବା ଜିଲ୍ଲାସ୍ତରୀୟ ୧୫ ଦିନିଆ ପ୍ରତିଜ୍ଞା କ୍ୟାମ୍ପେନ ଦ୍ୱ।ରା ତୃଣାମୂଳ ସ୍ତରୀୟ ସଚେତନତା ସହ କିଶୋରୀ ମାତୃତ୍ୱକୁ ରୋକିବା ସମ୍ପର୍କରେ ଉପସ୍ତାପନ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ଜିଲ୍ଲା ସୁରକ୍ଷା ଅଧିକାରିଣୀ ଧନ୍ୟବ।ଦ ଅର୍ପଣ କରିଥିଲେ ।


Next Post

ଜେଜେବାପା ଜେଜେମାଆ ପୂଜନ ଓ ପୁରସ୍କାର ବିତରଣ ଉତ୍ସବ

Sun Feb 2 , 2025
ପଟ୍ଟାମୁଣ୍ଡାଇ ତା ୧/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ରାଧାରମଣ ମଠ ପରିସରରେ ଥିବା ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ଠାରେ ଜେଜେ ବାପା ଜେଜେ ମା ପୂଜନ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ସମ୍ପାଦକ ଅମ୍ବୁଜ ଭୂଷଣ ନାୟକ ଉଦଘାଟନ କରିଥିଲେ I ଓକିଲ ସଂଘ ସଭାପତି ତପନ କୁମାର ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ […]

KANIKA