ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ପୌର ଅଧକ୍ଷ ହେମନ୍ତ ସାହୁ,ମୁଖ୍ୟଅତିଥି, ପ୍ରଫେସର ବୈଷ୍ଣବ ସିଂ ମୁଖ୍ୟବକ୍ତା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନାତନ ବେହୁରା, ଜଗନ୍ନାଥ ସଂସ୍କୃତି ପ୍ରଚାରକ ପରୀକ୍ଷିତ ମିଶ୍ର, ପ୍ରଧାନଶିକ୍ଷକ ଗଗନ ବିହାରୀ ସୂତାର, ଉପଦେଷ୍ଟା ତ୍ରୈଲୋକ୍ୟ ନାଥ ପଣ୍ଡା, ସମ୍ପାଦକ କଣ୍ଡୁରୀ ସ୍ୱାଇଁ ଓ କୋଷାଧକ୍ଷ ଗୋପୀନାଥ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍କୁଲ ବିକାଶ, ଶିକ୍ଷକ ପଦବୀ ପୂରଣ ଓ ୫ଟି ରୂପାନ୍ତକରଣରେ ଅସମ୍ପୂର୍ଣ୍ଣ କାର୍ଯ୍ୟ, ମୋ ସ୍କୁଲ ଅଭିଯାନ ଅଗ୍ରଗତି ଆଦି  ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ଉତ୍ସବରେ ପୂର୍ବତନ ପ୍ରଶାସକ ଡ଼ କେଳୁ ଚରଣ ସ୍ୱାଇଁ, ପ୍ରଫେସର ଅନିରୁଦ୍ଧ ରାଉଳ, ପ୍ରଫେସର କୈଳାଶ ପାତ୍ର, ପ୍ରଫେସର ଡ଼ ଅର୍ଜୁନ ନାୟକ,  ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଶିକାନ୍ତ ପ୍ରଧାନ,  ବିଜୟାଲଷ୍ମୀ ମହାନ୍ତି, ଇଂ ତପନ ପାତ୍ର, ସଚିନନ୍ଦନ ଦାଶ, ସଂଜୀବ କର, ସଞ୍ଜୟ ବର୍ମା, ରାଜେନ୍ଦ୍ର ଦାଶ, ଅକ୍ଷୟା ମହାନ୍ତି, ବ୍ରଜ କିଶୋର ପଣ୍ଡା, ରମେଶ ଦେ, ସ୍କୁଲ ପରିଚାଳନା କମିଟି ସଭାପତି ତପନ ଦାଶ, ଶିକ୍ଷାବିତ ଅଶୋକ ଜେନା, କବି ବ୍ରଜସୁନ୍ଦର ସାହୁ, ଆଇନଜୀବୀ ପ୍ରମୋଦ ସାହୁ ଓ ଶିଶିର ମଲିକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ମୋ ସ୍କୁଲ ଅଭିଯାନ ପାଇଁ ପୁରାତନ ଛାତ୍ର ପୌର ଅଧ୍ୟକ୍ଷ ହେମନ୍ତ ସାହୁ ଓ ଡ଼ ପ୍ରକାଶ ଦେ ୫୦,୦୦୦ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ । ଏଇ ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଉତ୍ସବ ଆରମ୍ଭରେ ଦିବଂଗତ ଛାତ୍ରଛାତ୍ରୀଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ପ୍ରମୋଦ ସାହୁ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading