କେନ୍ଦ୍ରାପଡ଼ା, ୨ା୧୦ : କେନ୍ଦ୍ରାପଡା ସହରର ତିନିମୁହାଣି ଛକସ୍ଥିତ ଗାନ୍ଧୀ ପୀଠରେ ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ବିଧାୟକ ଶଶିଭୂଷଣ ବେହେରା, ଶିକ୍ଷାବିତ ନନ୍ଦ କିଶୋର ପରିଡା, ବାସୁଦେବ ଦାସ, ଧିରେନ ସାହୁ, ଗୟାଧର ଧଳ, ମୁକ୍ତାର ଖାଁ, ଡଃ. ଗିରିଶ ପାତ୍ର, ପ୍ରତାପ ନାରାୟଣ ମହାପାତ୍ର, ନରୋତ୍ତମ ବେହେରା, ପଦ୍ମନାଭ ଦାସ, ପ୍ରଭାଶିଷ ପଣ୍ଡା,ଗିତାଞ୍ଜଳି ସେଠୀ ପ୍ରମୁଖ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ମୃତି ପରିଷଦର ଆବାହକ ରାଜେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।