ବୋଇତ ବନ୍ଦାଣ ଓ ବାଲିଯାତ୍ରା ଉତ୍ସବ ଇନ୍ଦୁପୁର



କେନ୍ଦ୍ରାପଡା,୦୫ା୧୧: କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଇନ୍ଦୁପୁର ବିରୁପାନଦୀ ରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥି ପ୍ରଫେସର ଚାରୁ ଚନ୍ଦ୍ର ହାଜରା, ସଭାପତି-ଶିକ୍ଷାବିତ୍ ପ୍ରଣବ କୁମାର ଜେନା ଆଡଭୋକେଟ୍ ଗୋକୁଳ ଚନ୍ଦ୍ର ଦାସ, ନିକିରାଇ ଥାନା ଅଧିକାରିଣୀ ପଦ୍ମାଳୟା ପ୍ରଧାନ ମହିଳା କମିଶନ ସଦସ୍ୟା ଡଃ କଳ୍ପନା ମଲିକ୍ ଅବସର ପ୍ରାପ୍ତ ପ୍ରଶାସକ ସୁଖ ରଞ୍ଜନ ବୋଷ, କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ମୁରଲୀଧର ବିଶ୍ୱାଳ, ମୁଖ୍ୟ ବକ୍ତା ପ୍ରଭାସ କୁମାର ଜେନା, ବୀରକିଶୋର ରାଉତ, ଶ୍ରୀବତ୍ସ ନାୟକ, ନୀଳମାଧବ ପତି ପ୍ରଭୃତି ଉପସ୍ଥିତ ରହି ଅତୀତର ନୈାବାଣିଜ୍ୟ କ୍ଷେତ୍ରରେ ଇନ୍ଦୁପୁର ବିରୂପାନଦୀର ଭୂମିକା ସମ୍ପର୍କରେ ଆଲୋକ ପାତ କରିଥିଲେ । ଦେବାଶିଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମନାରାୟଣ ସିଂହ, ଧିରେନ୍ଦ୍ର ସେଠୀ, ବିନୟ ବୋଷ, ପ୍ରକାଶ ଜେନା, ପ୍ରଭୃତି ପରିଚାଳାରେ ସାହାଯ୍ୟ କରିଥିଲେ ।


Next Post

ଐତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ଉଦ୍‌ଘାଟିତ

Thu Nov 6 , 2025
କେନ୍ଦ୍ରାପଡା,୦୫ା୧୧: ଐତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୨୫କୁ ଉଦଘାଟକ ଭାବେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରି କହିଲେ ଗୋବରୀ ନଦୀର ବିକାଶ ଆମର ଏକାନ୍ତ କାମ୍ୟ । ଏହି ଅବସରେ ପ୍ରଥମେ ସୁସଜ୍ଜିତ ବିଶାଳ ଶୋଭାଯାତ୍ରାରେ ଅତିଥିମାନଙ୍କ ସହ ସାଧବ, ସାଧବାଣୀ କେନ୍ଦ୍ରାପଡାର ନୂଆବସ ଷ୍ଟାଣ୍ଡ ସାମନା ଗୋବରୀ ନଦୀ କୂଳରେ ପାରମ୍ପାରିକ ଭାବରେ ବୋଇତ ବନ୍ଦାଣ କରିଥିଲେ । ତତ୍ […]

KANIKA