ରେସୱା ପରିସରରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଉଦଘାଟିତ


କେନ୍ଦ୍ରାପଡ଼ା, ୩ା୧୦ : ମଣିଷ ବଞ୍ଚିରହିବା ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହର ଆବଶ୍ୟକତା ରହିଛି । କିନ୍ତୁ ଏସବୁ ସତ୍ୱେ ଯଦି ପରିବେଶ ସ୍ୱଛ ନରହିବା ତେବେ ମଣିଷ ରୋଗଗ୍ରସ୍ତ ହୋଇପଡିବ । ସ୍ୱଛ ପରିବେଶ ଓ ସ୍ୱଛ ବାୟୁମଣ୍ଡଳ ମଣିଷର ଆୟୁ ବୃଦ୍ଧି କରିଥାଏ । ଏହାକୁ ଦୃଷ୍ଟିରେ ରଖି ଜାତିର ପିତା ମହାତ୍ମା ଗାନ୍ଧୀ ସ୍ୱଛତାକୁ ବହୁତ ମହତ୍ୱ ଦେଉଥିଲେ ଏବଂ ସ୍ୱଛ ଭାରତ ଗଠନ ପାଇଁ ଆହ୍ୱାନ ଦେଇଥିଲେ । ତାଙ୍କର ଏହି ମହତ୍ୱ ଉଦେଶ୍ୟକୁ ଆଗେଇ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଦିନ ସ୍ୱଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗାଁ ଏବଂ ସହରରେ ପାଳନ କରିବା ପାଇଁ ଦେଶବାସୀଙ୍କୁ ସେ ଅନୁରୋଧ କରିଥିଲେ । ସେହିଦିନ ଠାରୁ ଏହି ସ୍ୱଛତା ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ଓଡିଶା ସରକାରଙ୍କ ପକ୍ଷରୁ ଓ. ଏସ. ସି. ପି. ଏସ. ନିର୍ଦେଶ କ୍ରମେ ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ନେଇ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅକ୍ଟୋବର ପହିଲାରୁ ଆରମ୍ଭ ହୋଇ ୩୧ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ।

ସେହି ଅନୁଯାୟୀ ଅକ୍ଟୋବର ୧ତାରିଖରେ ରେସୱା ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀ, ରେସୱା ସୁଧାରଗୃହର ଅନ୍ତେବାସୀ ଏବଂ ସମାଜସେବୀମାନେ ମିଳିତ ଭାବେ ଅନୁଷ୍ଠାନ ପରିସରରେ ସଫେଇ କରିଥିଲେ । ଅକ୍ଟୋବର ୨ତାରିଖରେ ମହାତ୍ମାଗାନ୍ଧୀ ଜୟନ୍ତୀ ଓ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ପୂଣ୍ୟତିଥି ଅବସରରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମକୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ସ୍ୱାଗତିକା ପାତ୍ର, ମୁଖ୍ୟବକ୍ତା ଭାବେ ଶିଶୁ ସୁରକ୍ଷା ୟୁନିଟର ପୂର୍ଣ୍ଣଚନ୍ଦ୍ର ମଲିକ, ସମ୍ମାନିତ ଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ସଦସ୍ୟ ଲଳିତ କୁମାର ସାହୁ ଓ ବାସନ୍ତୀ ବେହେରା, ରେସୱା ନିର୍ଦେଶକ ସେକ ଲିୟାକତ ହୋସେନ, ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ପ୍ରମୁଖ ଯୋଗଦେଇ ଅନ୍ତେବାସୀମାନଙ୍କୁ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମର ମହତ୍ୱ ସମ୍ପର୍କରେ ଅବଗତ କରାଇବା ସହ ଏହାକୁ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିଶୁଯତ୍ନ ଅନୁଷ୍ଠାନର ଅଧ୍ୟକ୍ଷ ଅମିତରଞ୍ଜନ ସାହୁ ପରିଚାଳନା କରିଥିବା ବେଳେ ସ୍ୱାଧାରଗୃହର ପରିଚାଳିକା ମିନତୀ ମହାରଣା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ ରେସୱା ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କାଉନସିଲର ଗାୟତ୍ରୀ ଦଳାଇ, ଜୟନ୍ତୀ ସୁତାର, କଳ୍ପନା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।


Next Post

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ୱଛତା ଅଭିଯାନ

Tue Oct 3 , 2023
କେନ୍ଦ୍ରାପଡ଼ା, ୩ା୧୦ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସ୍ୱଛତା ଅଭିଯାନ ଅବସରରେ ଜାତୀୟ ସେବା ସଂସ୍ଥା ଓ କେନ୍ଦ୍ରାପଡା ପୈାରପାଳିକାର ମିଳିତ ସହଯୋଗରେ ମହାବିଦ୍ୟାଳୟ ପରିସରକୁ ସଫେଇ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ଜାତୀୟ ସେବାସଂସ୍ଥାର ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ୱରେ ସ୍ୱେଛାସେବୀମାନେ ସଫେଇ କାର୍ଯ୍ୟକ୍ରମରେ ଶ୍ରମଦାନ କରିଥିଲେ । […]

You May Like