କେନ୍ଦ୍ରାପଡ଼ା, ୩ା୧୦ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସ୍ୱଛତା ଅଭିଯାନ ଅବସରରେ ଜାତୀୟ ସେବା ସଂସ୍ଥା ଓ କେନ୍ଦ୍ରାପଡା ପୈାରପାଳିକାର ମିଳିତ ସହଯୋଗରେ ମହାବିଦ୍ୟାଳୟ ପରିସରକୁ ସଫେଇ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ଜାତୀୟ ସେବାସଂସ୍ଥାର ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ୱରେ ସ୍ୱେଛାସେବୀମାନେ ସଫେଇ କାର୍ଯ୍ୟକ୍ରମରେ ଶ୍ରମଦାନ କରିଥିଲେ । ଏହି ଅବସରରେ ସ୍ୱେଛାସେବୀମାନେ କଲେଜ ପରିସର ସମେତ କଲେଜ ଛକ ଓ ତିନିମୁହାଣି ଛକ ପ୍ରଭୃତି ସଫେଇ କରିଥିଲେ । ପୈାରପାଳିକାର କର୍ମଚାରୀମାନେ ସ୍ୱେଛାସେବୀମାନଙ୍କ ସହିତ ମିଶି ତିନିମୁହାଣି ବଜାରରେ ଦୋକାନୀମାନଙ୍କୁ ପଲିଥିନ ବ୍ୟବହାର ନକରିବାକୁ ଏବଂ ପରିବେଶକୁ ସ୍ୱଛ ରଖିବାକୁ ପରାମର୍ଶ ଦେଇଥିଲେ । ପ୍ରଫେସର ଗୈାର ପ୍ରସାଦ ଷଡଙ୍ଗୀ, ପ୍ରଫେସର ଅଶୋକ କୁମାର ଦାସ, ଜ୍ଞାନେନ୍ଦ୍ର ଦାସ, ରଞ୍ଜିତ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ପୈାରପାଳିକାର କର୍ମଚାରୀ ଏବଂ ସ୍ୱେଛାସେବୀମାନେ ସଫେଇ କାର୍ଯ୍ୟ କରିଥିଲେ ।
kanikanews.in
Next Post
ଭାଜପା ପକ୍ଷରୁ ବସ୍ତି ସମ୍ପର୍କ ଅଭିଯାନ
Tue Oct 3 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଂଟା ପଂଚାୟତ ଜିଗରଣ ବଙ୍ଗଳିସାହିରେ ଭାଜପା ପକ୍ଷରୁ ବସ୍ତି ସମ୍ପର୍କ ଅଭିଯାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଘରକୁ ଘର ବୁଲି ପ୍ରଧାମନ୍ତ୍ରୀଙ୍କର ୯ ବର୍ଷ ପୂର୍ତି ଅବସରରେ ଗରିବ କଲ୍ୟାଣ ଯୋଜନା ସଂପର୍କରେ ଲୋକ ସଚେତନ କରାଯାଇଥିଲା । ଉକ୍ତ କାର୍ଯକ୍ରମରେ ଭାଜପା ନେତା ଅଜୟ ବେହେରା, ଭାଜପା ଏସସି ମୋର୍ଚ୍ଚା ଜିଲ୍ଲା ସଭାପତି ଅନ୍ତର୍ଜ୍ୟାମି ମଳିକ, ରାଜ୍ୟ କୃଷକ ମୋର୍ଚ୍ଚା ସଭ୍ୟ […]

You May Like
- 12 months ago
ଏମ ଏନ ହାଇସ୍କୁଲ ପୁରାତନ ଛାତ୍ରସଂସଦର ରକ୍ତଦାନ ଶିବର
- 6 months ago
ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସ୍ୱୟଂ ସହାୟକ ଗୋଷ୍ଠୀ ସଭା
- 1 year ago
କଂସାର ପଞ୍ଚାୟତରେ ଆଲୋକି କରଣ