ମର୍ତ୍ତିକା ସ୍ୱାସ୍ଥ୍ୟ ଯତ୍ନ ଓ ପରୀକ୍ଷଣ ସମ୍ପର୍କିତ ପ୍ରଶିକ୍ଷଣ ଶିବିର



କେନ୍ଦ୍ରାପଡ଼ା ୮/୬ – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଆୟବା ପଞ୍ଚାୟତ ବାଲିଗୋଠ ଗ୍ରାମରେ ପିପିଏଲ ଓ ରିଲିଆନ୍ସ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଏକ ମୂର୍ତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷା ଓ ମୂର୍ତ୍ତିକା ପରୀକ୍ଷଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପାରାଦ୍ୱୀପ ଫସଫେଟ ଲିମିଟେଡ଼ ର କୃଷି ସଂଯୋଜକ ନୀଳମାଧ୍ୱ ପଣ୍ଡା ମୂର୍ତ୍ତିକା ସ୍ୱାସ୍ଥ୍ୟ ଯତ୍ନ ଓ ସାର ପରିଚାଳନା ବିଷୟରେ ଆଲୋଚନା କରିବା ସହ କିପରି ମୂର୍ତ୍ତିକାକୁ ବିଲରୁ ସଂଗ୍ରହ କରି ପରୀକ୍ଷା ଗାରକୁ ପଠାଯାଇପାରିବ, ଶ୍ରୀ ପଣ୍ଡା ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ରିଲିଆନ୍ସ ଫାଉଣ୍ଡେସନ ଜିଲ୍ଲା ସଂଯୋଜକ ଅଶୋକ କୁମାର ମଲ୍ଲିକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଉପସ୍ଥିତ ଚାଷୀ ମାନଙ୍କୁ ରିଲିଆନ୍ସ ଫାଉଣ୍ଡେସନ ନିଃଶୁଳ୍କ ନମ୍ବର ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଚାଷୀ ଅଂଶଗ୍ରହଣ କରି ନିଜ ନିଜ ମୂର୍ତ୍ତିକା ସ୍ୱାସ୍ଥ୍ୟ ସମ୍ପର୍କରେ ଓ ସାର ପରିଚାଳନା ବିଷୟରେ ପଚାରି ବୁଝିଥିଲେ ।


Next Post

ପଟ୍ଟାମୁଣ୍ଡାଇରେ ବିଧାୟକ ଧ୍ରୁବ ସାହୁଙ୍କୁ ବିଭିନ୍ନ ସଂଗଠନର ଭବ୍ୟ ସମ୍ବର୍ଦ୍ଧନା

Sat Jun 8 , 2024
ରାଜନଗର ବିଧାୟକ ଭାବେ ପ୍ରଭାବଶାଳୀ ବିଜେଡି ଯୁବନେତା ବିଧାୟକ ଧ୍ରୁବ ସାହୁ ପୁନର୍ବାର ବିଜୟ ବାନା ଉଡାଇ ଦ୍ୱିତୀୟ ବାର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି I ବିଧାୟକ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ ସାହୁ ପୁନର୍ବାର ବିଧାୟକ ଭାବେ ନିର୍ବାଚିତ ହେବା ପରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ଅଧକ୍ଷ ହେମନ୍ତ […]