ଜନଶିକ୍ଷଣ ସଂସ୍ଥାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ


କେନ୍ଦ୍ରାପଡା ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ସଂସ୍ଥାନର ସଭାଗୃହରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ପୂର୍ବତନ ଜିଲ୍ଲା ପଞ୍ଚାୟତ ଅଧିକାରୀ ପିତାମ୍ବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ମଣିଷ ବଞ୍ଚିବା ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହର ଆବଶ୍ୟକତା ରହିଛି । କିନ୍ତୁ ଏସବୁ ସତ୍ୱେ ଯଦି ପରିବେଶ ସ୍ୱଛ ନରହିବ ତେବେ ମନୁଷ୍ୟ ରୋଗଗ୍ରସ୍ତ ହୋଇଥାଏ । ତେଣୁ ସୁସ୍ଥ ରହିବା ପାଇଁ ସ୍ୱଛ ପରିବେଶ ଓ ସ୍ୱଛ ବାୟୁମଣ୍ଡଳର ଆବଶ୍ୟକ ରହିଛି । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ସୃତିରଞ୍ଜନ ବିଶ୍ୱାଳ, ପ୍ରୋଗ୍ରାମ ଅଫିସର ସୈାମ୍ୟରଞ୍ଜନ ସ୍ୱାଇଁ, କ୍ଷେତ୍ର ସଂଯୋଜକ ରଶ୍ମୀରଞ୍ଜନ ରଣରାଜୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।


Next Post

କଖାରୁଣୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ

Wed Oct 4 , 2023
ପଟ୍ଟାମୁଣ୍ଡାଇ ତା ୩/୧୦-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସି ଆର ସି ସି ମନୋଜ କୁମାର ମୁଦୁଲିଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟଅତିଥି, ପୋଖରୀଆପଡା କ୍ଲଷ୍ଟର ସି ଆର ସି ସି ମଳୟ ଜେନା ଓ ପତ୍ରପୁର ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଆରାଧନା […]

KANIKA