ରାଜ୍ୟ ବିଦ୍ୟାଳୟ ସମୁହ ଭଲିବଲ ପ୍ରତିଯୋଗିତା


ତିନୋଟି ବର୍ଗରେ ଚମ୍ପିୟନ କେନ୍ଦ୍ରାପଡା ଜିଲ୍ଲା

କେନ୍ଦ୍ରାପଡ଼ା,୧୫ା୧୦:୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୁହ ଭଲିବଲ ପ୍ରତିଯୋଗିତା- ୨୦୨୫ରେ କେନ୍ଦ୍ରାପଡା ଜିଲ୍ଲା ତିନୋଟି ବର୍ଗରେ ଚମ୍ପିୟନ ଆଖ୍ୟା ଅର୍ଜ୍ଜନ କରିବା ସହ ୩ଟି ଟ୍ରଫି ହାସଲ କରିଛି। ଚଳିତମାସ ୧୧ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଭଦ୍ରକ ଜିଲ୍ଲାର ଚରମ୍ପାସ୍ଥିତ ଶ୍ରୀ ଶ୍ରୀ ହନୁମାନଜୀଉ ଉଚ୍ଚବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ବିଦ୍ୟାଳୟ ସମୁହ ୬୯ତମ ଭଲିବଲ ପ୍ରତିଯୋଗିତାରେ ୧୪ବର୍ଷରୁ କମ ବର୍ଗର ବାଳକ ବିଭାଗରେ କେନ୍ଦ୍ରାପଡା ଜିଲ୍ଲା ଚମ୍ପିୟନ ହୋଇ ଟ୍ରଫି ହାସଲ କରିଛି। ସେହିଭଳି ୧୭ବର୍ଷରୁ କମ ବର୍ଗର ବାଳକ ଓ ବାଳିକା ବିଭାଗରେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲା ଚମ୍ପିୟନ ହୋଇ ଟ୍ରଫି ହାସଲ କରିଛି। ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତାରେ ପ୍ରଥମଥର ପାଇଁ କେନ୍ଦ୍ରାପଡା ଜିଲ୍ଲା ତିନୋଟି ବର୍ଗରେ ସମୁଦାୟ ୩ଟି ଟ୍ରଫି ହାସଲ କରି ଇତିହାସ ସୃଷ୍ଟି କରିଛି। ମଙ୍ଗଳବାର ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଉଚ୍ଚଶିକ୍ଷା, କ୍ରୀଡା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଚମ୍ପିୟନ ଦଳ କେନ୍ଦ୍ରାପଡା ଜିଲ୍ଲାର ତିନି ଦଳକୁ ୩ଟି ଚମ୍ପିୟନସ୍ ଟ୍ରଫି ପ୍ରଦାନ କରିଥିଲେ। ଜିଲ୍ଲାଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ପ୍ରୋତ୍ସାହନ ଓ ସହଯୋଗ ଯୋଗୁଁ ପ୍ରଥମଥର ପାଇଁ ଜିଲ୍ଲାକୁ ଏଭଳି ସଫଳତା ମିଳିଥିବା କ୍ରୀଡାବୀତମାନେ କହିଛନ୍ତି। କେନ୍ଦ୍ରାପଡାରୁ ମ୍ୟାନେଜର ଶଶାଙ୍କଶେଖର ସାହୁ ଓ ତୃପ୍ତିମୟୀ ତରାଇ ଏବଂ କୋଚ୍ ଉତ୍କଳ ମହାପାତ୍ର ଓ ସୁଶ୍ରୀସଂଗୀତା ଜେନାଙ୍କ ତତ୍ୱାବଧାନରେ ୧୪ବର୍ଷରୁ କମ ବାଳକ ଓ ବାଳିକା, ୧୭ବର୍ଷରୁ କମ ବାଳକ ଓ ବାଳିକା ଏଭଳି ୪ଟି ବର୍ଗରେ ୧୨ଜଣ କରି ମୋଟ ୪୮ଜଣ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିସହିତ କେନ୍ଦ୍ରାପଡା ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ସ୍ମିତାପ୍ରତିଭା ସାହୁ ଓ ମନୋଜ କୁମାର ସାହୁ ଷ୍ଟେଟ ଅଫିସିଆଲ ଭାବେ ଏହି ପ୍ରତିଯୋଗିତାରେ ଯୋଗଦେଇଥିଲେ। ବୁଧବାର ୩ଟି ଚମ୍ପିୟନସ୍ ଟ୍ରଫି ସହିତ ବିଜୟୀ ଛାତ୍ରଛାତ୍ରୀମାନେ ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଜିଲ୍ଲାଶିକ୍ଷାଧିକାରୀ ଶ୍ରୀ ବାରିକ ସଫଳତା ହାସଲ କରି ଫେରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ସହ ମିଠାଖୁଆଇ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ।


Next Post

୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ , ୨ ଗିରଫ

Wed Oct 15 , 2025
ପଟ୍ଟାମୁଣ୍ଡାଇ ୧୫/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ବୁଧବାର ପଟ୍ଟାମୁଣ୍ଡାଇ ମେଡିକାଲ ଛକ ଓ ପୋଖରିଆପଡା ଗ୍ରାମରେ ଚଢ଼ାଉ କରାଯାଇ ୧୧୫ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରାଯାଇଛି। ଏମାନେ ହେଲେ ପୌରାଂଚଳର ୧୧ ନଂ ୱାର୍ଡର ଏସକେ ମୁଜାଫର ଅଲ୍ଲି ଓ ଡିକେ ସମସେର ଅଲ୍ଲିଙ୍କୁ ବୋଲି ଅବକାରୀ ପୋଲିସ କହିଛି । ଜବତ ବ୍ରାଉନ ସୁଗାରର […]

KANIKA

Subscribe