ଶୁକଦେବ ବ୍ରହ୍ମଚାରୀ ଉପ୍ରା ବିଦ୍ୟାଳୟରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ


କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଞ୍ଚାୟତର ଦୋବନ୍ଧା ଗ୍ରାମର ଶୁକଦେବ ବ୍ରହ୍ମଚାରୀ ଉପ୍ରା ବିଦ୍ୟାଳୟରେ ‘ସ୍ୱଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକବୃନ୍ଦ, ପରିଚାଳନା କମିଟିର ସଭ୍ୟ/ସଭ୍ୟା ଏକାଠି ହୋଇ ବିଦ୍ୟାଳୟ ପରିସରକୁ ସଫେଇ କରିଥିଲେ । ଏଥିରେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀ ପାବନି କୁମାର ରାଉତ ଯୋଗଦେଇ ସମସ୍ତଙ୍କୁ ପରିସ୍କାର ପରିଛନ୍ନ ରହିବାକୁ ପରାମର୍ଶ ଦେବା ସହିତ ଏକ ସ୍ୱଛ ଓ ସୁସ୍ଥ ପରିବେଶ ଗଠନ କରିବା ପାଇଁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନେଶ୍ୱର ପାତ୍ର, ସହକାରୀ ଶିକ୍ଷକ ବିଜୟ ନାୟକ, ପରିଚାଳନା କମିଟି ସଭ୍ୟ ବିଜୟ ଘଡାଇ, ଦୀପକ ରାଉତ, ଗୋରା ଖାଁ, ମାନସ ରାଉତ, ସୁଭଦ୍ରା ମଲିକ, ବିଜୟ ଯେନା ପ୍ରମୁଖ ପରିଚାଳନା କରିଥିଲେ ।


Next Post

ଯାଦବ ସଭା ପକ୍ଷରୁ ପବିତ୍ର ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଜୟନ୍ତୀ ଉପଲକ୍ଷେ ସମ୍ବର୍ଦ୍ଧନା ଉତ୍ସବ

Wed Oct 4 , 2023
ପବିତ୍ର ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଜୟନ୍ତୀ ଅବସରରେ ପଟ୍ଟାମୁଣ୍ଡାଇ ଆଂଚଳିକ ଯାଦବ ସଭା ଆନୁକୂଲ୍ୟରେ ଚଉଦକୁଲାଟ ଶ୍ରୀ ରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ଦୋଳଗୋବିନ୍ଦ ଦାସଙ୍କ ପୌରହିତରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାର ପ୍ରାରମ୍ଭରେ ବରିଷ୍ଠ ସଂଗୀତଜ୍ଞ ସୁଧାଂଶୁ ଶେଖର ଦାସ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା । ଯାଦବ ସଭା ସମ୍ପାଦକ ନବକିଶୋର ଦାସ ବାର୍ଷିକ ବିବରଣୀ ପାଠ କର ିଆଗାମୀ ଦିନରେ ଯାଦବ […]