କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମାନ୍ୟତା ମିଳିବା ପରେ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ରସାବଳି ବଣ୍ଟନ


କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗର ମାନ୍ୟତା ମିଳିବା ପରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଦାଣ୍ଡରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ମହାପ୍ରଭୁଙ୍କୁ ସମର୍ପିତ ଦିବ୍ୟ ନୈବେଦ୍ୟ ରସାବଳି ପ୍ରସାଦକୁ ମନ୍ଦିର ବେଢାରେ ଓ ରଥଦାଣ୍ଡରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବିତରଣ କରିଥିଲେ । ବଳଦେବସେନା ପକ୍ଷରୁ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ରାପଡା ରସାବଳି ପୁସ୍ତକର ଲେଖକ ବିଶିଷ୍ଟ ଗବେଷକ ନିରଞ୍ଜନ ମେକାପଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସାଂସ୍କୃତିକ ଉତ୍ସବରେ ମନ୍ଦିରର ସେବକ ଓ ପୂଜକ ବୃନ୍ଦ, ଗରାପୁରସ୍ଥିତ କେନ୍ଦ୍ରାପଡା ଦିବ୍ୟ ଜୀବନସଙ୍ଘର ସଭ୍ୟମାନେ, ଶିବାନନ୍ଦ ବିଦ୍ୟାମନ୍ଦିରର ଗୁରୁଜୀ,ଗୁରୁମାମାନେ ଅଂଶଗ୍ରହଣ କରିଥିଲେ । ଶ୍ରୀମା ମହାପ୍ରଭୁ ଶ୍ରୀଜୀଉଙ୍କ ମହିମା ଓ ରସାବଳିର ଦିବ୍ୟତା ସମ୍ପର୍କରେ ସମବେତ ସଜ୍ଜନମଣ୍ଡଳୀଙ୍କୁ ପ୍ରବଚନ ଦେଇଥିଲେ । ଗବେଷକ ଶ୍ରୀ ମେକାପ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଠାରୁ ରସାବଳିର ଭୈାଗଳିକ ମାନ୍ୟତାର ଜୟଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading