ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ୨କୋର୍ଟ ଚାଲାଣ



କେନ୍ଦ୍ରାପଡ଼ା,୧ା୨: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗଡାସ୍ଥିତ ହୋଟେଲ ଚଣ୍ଡିଆ ପ୍ୟାଲେସର ମାଲିକ ବଳରାମ ସାହୁ ଓରଫ ବାବୁନିଙ୍କୁ ଶନିବାର ସକାଳ ପ୍ରାୟ ୧୦ଟା ବେଳେ ପୁରୁଣା କଚେରୀ ନିକଟସ୍ଥ ମାଛ ଦୋକାନରେ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ଟାଉନ ଥାନା ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଅଭିଯୋଗରୁ ପ୍ରକାଶ ଯେ ବାବୁନି ମାଛ କିଣୁଥିବା ବେଳେ ହଠାତ ଟାଉନ ଥାନା ଅନ୍ତର୍ଗତ ପୋଷ୍ଟଅଫିସଲେନ୍‌ର ଦୁଇ ଯୁବକ ପହଁଚି ବଳରାମକୁ ମରଣାନ୍ତଙ୍କ ଆକ୍ରମଣ କରିଥିଲେ। କୈାଣସି ସୁତ୍ରରୁ ଟାଉନ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସେଠାରୁ ଉଭୟ ପକ୍ଷଙ୍କୁ ଥାନାକୁ ନେଇଆସିଥିଲେ। ପରେ ବଳରାମଙ୍କ ଲିଖିତ ଅଭିଯୋଗ ଉପରେ ଟାଉନ ଥାନା ପୋଲିସ ୨୩/୨୦୨୫ରେ ଭାରତୀୟ ନ୍ୟାୟ ସଂହିତାର ୧୨୬(୨), ୧୨୭(୨), ୨୯୬, ୪୫(୨), ୩୫(୩) ଓ ୩୬ଧାରାରେ ଏକ ମାମଲା ରୁଜୁ କରିବା ସହ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କ ଠାରୁ ଜଣାପଡିଛି।


Next Post

କେନ୍ଦ୍ର ବଜେଟ ଜନବିରୋଧୀ ଓ ଅଭିବୃଦ୍ଧି ବିରୋଧୀ

Sun Feb 2 , 2025
କେନ୍ଦ୍ରାପଡ଼ା,୧ା୨: କେନ୍ଦ୍ର ବଜେଟ୍ ଜନବିରୋଧୀ ଓ ଅଭିବୃଦ୍ଧି ବିରୋଧୀ ବୋଲି କହିଛନ୍ତି ସିପିଆଇ(ଏମ୍‌) କେନ୍ଦ୍ରାପଡା ଜିଲ୍ଲା କମିଟି ସମ୍ପାଦକ ଗୟାଧର ଧଳ। ସେ କହିଛନ୍ତି ଯେ ଦୁଇ ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ଓ ଆଗାମୀ ବିହାର ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଆଗତ କରାଯାଇଥିବା ୨୦୨୫-୨୬ର କେନ୍ଦ୍ର ବଜେଟ ଦେଶ ତଥା ଦେଶବାସୀଙ୍କ ମୌଳିକ ସମସ୍ୟା ପ୍ରତି ଆଖି ବୁଜି ଦେଇଛି। […]

KANIKA