
ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ହୃଦୟର ଆରାଧ୍ୟ ଦେବତା ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ପ୍ରିୟ ଭୋଗ ରସାବଳୀକୁ ଜିଆଇ ମାନ୍ୟତା ମିଳିଛି । ଯାହାଫଳରେ ଦୀର୍ଘ ୭୦୦ବର୍ଷର ମହାନ ପରମ୍ପରା ଓ ସଂସ୍କୃତିର ବିଜୟ ହୋଇଛି । ଏହି ଖବର ମିଳିବା ପରେ ଜିଲ୍ଲା ବ୍ୟାପି ଆନନ୍ଦ ଉଲ୍ଲାସ ପ୍ରକାଶ ପାଇଛି । ଏହି ମହାନ ପରମ୍ପରା ବିଜୟ ସହ ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗର ବିଜୟ ହୋଇଛି ବୋଲି ଅନୁଭବ କରି ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପରାମର୍ଶକ୍ରମେ ପଟ୍ଟାମୁଣ୍ଡାଇ ଯୁବଛାତ୍ର ବିଜେଡି ପକ୍ଷରୁ ସ୍ଥାନୀୟ ମେଡିକାଲ ଛକରେ ଜନସାଧାରଣଙ୍କୁ ରସାବଳୀ ବଂଟନ କରାଯାଇ ଉତ୍ସବ ମନାଯାଇଛି । ଜିଲ୍ଲା ଯୁବବିଜେଡି ସମ୍ପାଦକ ଅଶୋକ ଧଳଙ୍କ ନେତୃତ୍ୱରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ପୌର ଅଧ୍ୟକ୍ଷ ହେମନ୍ତ ସାହୁ ଉଦଘାଟନ କରିଥିଲେ । ଏଥିରେ ଯୁବନେତା ବାବନ ସାହୁ,ଏମଡି ପପୁ, ଚିତ ରଂଜନ ସେଠୀ ଅଭିରାମ ସ୍ୱାଇଁ, ଦେବାଶିଷ ନାୟକ ବିପୁଲ ପାଢ଼ୀ,ବ୍ଲକ ସୋସିଆଲ ମିଡ଼ିଆ ସଂଯୋଜକ ନୟନ ଗିରି, ଅସୀମା ମହାନ୍ତି, ଅରୁପ ବିଶ୍ୱାଳ, ସୂର୍ଯ୍ୟକାନ୍ତ ନାୟକ, ପ୍ରଭାତ ମଲିକ ରଂଜନ ସାହୁ, ସରୋଜ ନାୟକ ସୁବୋଧ ମଲିକ ଓ ଜ୍ୟୋତିପ୍ରକାଶ ସାମଲପ୍ରମୁଖ ବହୁ ଯୁବଛାତ୍ର ସାମିଲ ହୋଇ ଜନସାଧାରଣଙ୍କୁ ରସାବଳୀ ବଂଟନ କରିବା ସହିତ ପରସ୍ପର ମଧ୍ୟରେ ରସାବଳୀ ବଂଟନ କରି ଉତ୍ସବ ମନାଇଥିଲେ ।











