କେନ୍ଦ୍ରାପଡାରେ ବନ୍ଦେ ମାତରମ୍‌ର ସାମୁହିକ ଗାନ ଓ ସ୍ୱଦେଶୀ ଶପଥ ପାଠ



କେନ୍ଦ୍ରାପଡ଼ା,୭ା୧୧:ବଙ୍କୀମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ରାଷ୍ଟ୍ରଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସାମୁହିକ ବନ୍ଦେ ମାତରମ ଗାନ କରିଛନ୍ତି। ଏହାସହିତ ସମସ୍ତ ବିଡ଼ିଓ, ତହସିଲଦାର ଏବଂ ଅନ୍ୟ ସମସ୍ତ କାର୍ଯ୍ୟାଳୟରେ ସାମୁହିକ ଗାନ କରାଯାଇଛି। ଏଥିସହିତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱଦେଶୀ ଶପଥ ପାଠ କରାଇଥିଲେ। ସ୍ୱଦେଶୀ ଉତ୍ପାଦ ବ୍ୟବହାର ଉପରେ ପ୍ରାଥମିକତା ଏବଂ ଆଜିର ଯୁବପିଡି ଏବଂ ପିଲାମାନଙ୍କୁ ସ୍ୱଦେଶୀ ଗ୍ରହଣ କରିବାକୁ ପ୍ରେରଣା ଏବଂ ପରବର୍ତ୍ତୀ ପିଢ଼ିକି ଏହାର ଗୁରୁତ୍ୱ ଜଣାଇବା ଇତ୍ୟାଦି ବିଷୟ ଶପଥ ପାଠରେ ଉଲ୍ଲେଖ ରହିଥିଲା। “ବନ୍ଦେ ମାତରମ’୧୫୦ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସହ ଅନ୍ୟ କାର୍ଯ୍ୟକ୍ରମକୁ ସିଧାପ୍ରସାରଣ କରାଯାଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


Next Post

ଦେଶ ବିଦେଶଗଲେ ଆମେ ଓଡିଶାକୁ ଆଉ କେନ୍ଦ୍ରାପଡାକୁ ଦେଖୁ

Sun Nov 9 , 2025
ବାଲିଯାତ୍ରା ମହୋତ୍ସବର ୫ମ ସନ୍ଧ୍ୟାରେ ସାଂସଦ ବୈଜୟନ୍ତ ପାଣ୍ଡାଙ୍କ ବକ୍ତବ୍ୟ କେନ୍ଦ୍ରାପଡା,୦୯ା୧୧: ଐତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ୫ମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦାନକରି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଜୟ ପଣ୍ଡା କହିଲେ ଆମେ ଯେଉଁ ଦେଶକୁ ଗଲେବି ଓଡଶା ଆଉ କେନ୍ଦ୍ରାପଡାକୁ ଦେଖିପାରିବା ଏଭୁ ଅନୁମେୟ କେନ୍ଦ୍ରାପଡା କେତେ ସମୃଦ୍ଧ । ଏହି ଅବସରରେ ବାଲିଯାତ୍ରା କମିଟିର ସଭାପତି ପ୍ରଦିପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ […]

KANIKA