ଅବହେଳିତ ଗାଁ ଖଡିଅଂଟା


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଂଟା ପଂଚାୟତ ଅଧୀନ ଖଡିଅଂଟା ଗାଁ ବହୁ ଦିନ ଧରି ଅବହେଳିତ ହୋଇ ପଡିଛଥିବା ବେଳେ ଯାତାୟାତ ଲାଗି ଏହି ଗାଁକୁ ସବୁଦିନିଆ ଭଲ ରାସ୍ତା ନାହିଁ । ମାତ୍ର ଗାଁ ଭିତର ରାସ୍ତା ଯାତାୟାତ ଅନୁପଯୋଗୀ ହୋଇପଡିଥିବା ବେଳେ ବିଲ ବାଡିକୁ ରାସ୍ତା ନିର୍ମାଣ ହେଉଛି । ବିନା ପ୍ଲାନିଙ୍ଗରେ ଯନ୍ତ୍ରୀ ରାସ୍ତା ଉପରେ ଫେବର ରାସ୍ତା କରୁଥିବା ବେଳେ ଗାଁ ଦାଣ୍ଡରେ କାଦୁଅ ସରସର ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ପ୍ରଶାସନ ପକ୍ଷରୁ ଦୃଷ୍ଟି ପଡୁ ନ ଥିବାରୁ ଗଁ । ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ପଟ୍ଟାମୁଣ୍ଡାଇ ବ୍ଲକର ସର୍ବପୁରାତନ ଗୁରୁତ୍ୱ ପୁର୍ଣ୍ଣ ଗ୍ରାମ ହେଉଛି ଖଡିଅଂଟା । ଏହି ଗ୍ରାମର ପ୍ରବେଶ ପଥରେ ଖଡିଅଂଟା ପଂଚାୟତ ଅଫିସ ଅବସ୍ଥିତ । ସେଠାରୁ ଗ୍ରାମର ଶେଷ ମୁଣ୍ଡ ପଚଂମୁଠି ପର୍ଯ୍ୟନ୍ତ ପ୍ରାୟ ଦେଢ କିମି ରାସ୍ତା ଖାଲ ଖମା କାଦୁଅ ପଚର ପଚର ହେଉଛି । ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନ,ଜେଇ ଓ ସରପଂଚଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ କୁହନ୍ତି ।ଅନ୍ୟପକ୍ଷରେ ଖଡିଅଂଟାପଂଚାୟତ ଦାଇତ୍ୱାରେ ଥିବା ଯନ୍ତ୍ରୀ ବିନା କୌଣସି ପ୍ଲାନିଙ୍ଗ ନକରି ବ୍ୟବହାର ଅନୁପଯୋଗି ରାସ୍ତା କରିଚାଲୁଛନ୍ତି । ଏହା କାହା ପରୋଚନାରେ ହେଉଛି ତାହା ତଦନ୍ତ ସାପେକ୍ଷ ବୋଲି ଗ୍ରାମର ବୁଦ୍ଧିଜିବୀ ମାନେ କହିଛନ୍ତି । ବର୍ଷା ହେଲେ ଯାତାୟାତ କରିବାରେ ଲୋକେ ଅସୁବିଧା ଭୋଗୁଛନ୍ତି । ଗାଁ ରେ ୪୫୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବାବେଳେ କେନାଲ ରାସ୍ତାରୁ ଏହି ଗ୍ରାମକୁ ଯାଇଥିବା ୨କି.ମି. ଅଣଓସାରିଆ ମାଟି, ମୋରମ ରାସ୍ତା ବର୍ଷା ସମୟରେ କାଦୁଅ ପାଣିରେ ଜୁଡୁବୁଡୁ ହେଉଥିବାରୁ ଯାତାୟାତରେ ସମସ୍ୟା ହୋଇଥାଏ । ଗାଁ ଭିତରେ କିଛି ରାସ୍ତା କଂକ୍ରିଟ ହୋଇଥିବା ବେଳେ ବାକି ରାସ୍ତାରେ ଗାଡ଼ି ସାଇକେଲ ତ ଦୂରର କଥା ଜୋତା ହାତରେ ଧରି ଯାଉଥିବା ଦୁଃଖର ସହ ଗ୍ରାମବାସୀ ପ୍ରକାଶ କରିଛନ୍ତି । ସେହିପରି ଜରୁରୀ ସମୟରେ ଦମକଳ ଓ ଆମ୍ବୁଲାନ୍ସ ଗଁ ।କୁ ପଶିପାରୁ ନ ଥିବାରୁ ଗୁରୁତର ରୋଗୀଙ୍କୁ ସାଙ୍ଗିଭାରରେ କେନାଲ ରାସ୍ତା ପର୍ଯ୍ୟନ୍ତ ବୋହି ନେବାକୁ ପଡ଼ିଥାଏ । ଲଗାଣ ବର୍ଷାରେ ପାଣି ଯାଉଥିବାର ଗାଁ ଜଳମଗ୍ନ ହୋଇଯାଇଥାଏ । ଗ୍ରାମରେ ଥିବା ଏକମାତ୍ର ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ର ଏପିଣ୍ଡା ରୁ ସେ ପିଣ୍ଡା ଡେଇଁ ଯିବାଆସିବା କରନ୍ତି । ଗାଁକୁ ଭଲ ରାସ୍ତା କରିବା ପାଇଁ ଗ୍ରାମର ନୃସଂହ ଦାସ,ଅରୁଣ ସାହୁ, ତାରକେଶ୍ୱର ସାହୁ, ବାବୁ ସାମଲ, ବିଜୟ ସାମଲ ପ୍ରମୁଖ ଦାବି କରିଛନ୍ତି । 


Next Post

ମିଶନଶକ୍ତି ନୂଆ ଓଡିଶା ଗଠନର ସ୍ଥପତି : ଉପଦେଷ୍ଟା ଡ଼ ଲୋପାମୁଦ୍ରା

Fri Oct 6 , 2023
ମିଶନଶକ୍ତି ନୂଆ ଓଡିଶା ଗଠନର ସ୍ଥପତି ବୋଲି ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ମିଶନଶକ୍ତି ମହିଳାମାନଙ୍କ ମହାସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ମହିଳା କମିଶନ ପ୍ରାକ୍ତନ ଅଧ୍ୟକ୍ଷା ତଥା ମିଶନଶକ୍ତି ଉପଦେଷ୍ଟା ଡ଼ ଲୋପାମୁଦ୍ରା ବକ୍ସିପାତ୍ର ପ୍ରକାଶ କରିଛନ୍ତି । ମିଶନଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ କୈଳାଶ ସେନାପତିଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଭାଷଣ ଦେଇ ମିଶନଶକ୍ତି ଉପଦେଷ୍ଟା ଡ଼ ବକ୍ସିପାତ୍ର କହିଲେ ଯେ ମହିଳାମାନଙ୍କୁ […]

You May Like