
କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ଅଷ୍ଟାଦଶ ପୁଣ୍ୟତିଥି ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ପୌରୋହିତ୍ୟରେ ଆଜି ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ହେନ୍ତାଳ ପତ୍ରିକାର ସମ୍ପାଦକ ବିପ୍ଳବୀ କବି ହେମନ୍ତ କୁମାର ରାଉତ ଯୋଗଦାନ କରି କହିଲେ ବ୍ରହ୍ମାନନ୍ଦ ଦାସ ଥିଲେ ଜଣେ ଦରଦୀ ବନ୍ଧୁ । ସେ ଅଣୁ କବିତା ଲେଖି ବିରାଟ ବିରାଟ ଜୀବନ ଦର୍ଶନର ବିଷୟ ନିହିତ ଥାଏ । ସେ ଶିକ୍ଷା ଓ ଶିକ୍ଷକମାନଙ୍କ ନିମନ୍ତେ ରାଜ ରାସ୍ତାରେ ଆନ୍ଦୋଳନ କରି କାର୍ତ୍ତିକ ନାୟକଙ୍କ ସହିତ ସେ ୭ ଦିନ କାରାବରଣ କରିଥିଲେ । ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଧ୍ୟାପକ ଅଜୟ କୁମାର ସାମଲ, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ, ଉପସଭାପତି ପ୍ରଦୀପ କୁମାର ଦାଶ, ରାମକୃଷ୍ଣ ଦାସ, ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ, ଉପଦେଷ୍ଟା କାର୍ତ୍ତିକ ଚରଣ ନାୟକ, ଯୁଗ୍ମ ସମ୍ପାଦକ ନିରୁପମା ଦାସ, ନୃସିଂହ ଚରଣ ତ୍ରିପାଠୀ, କାକୁଲି ମଲ୍ଲିକ, ଶ୍ରୀଧର କୁମାର ଭୋଳ, ଦିବାକର ସାହୁ, ଶ୍ରୀଧର ମହାନ୍ତି, ଶରତ କୁମାର ରାଉତ, ଶୁଭଲକ୍ଷ୍ମୀ ପତ୍ରୀ, ରଞ୍ଜନ କୁମାର ବାଇ, ଅଜୟ କୁମାର ପାତ୍ର, ଦୀପକ କୁମାର ସାହୁ ଇତ୍ୟାଦି ଯୋଗ ଦେଇ ବ୍ରହ୍ମାନନ୍ଦ ଦାସଙ୍କ ସାହିତ୍ୟ କୃତୀ ଓ ଜୀବନ ସଂଗ୍ରାମ ସମ୍ପର୍କରେ ଆଲୋଚନା କରି କହିଲେ ବ୍ରହ୍ମାନନ୍ଦ ଦାସ ସବୁବେଳେ କହୁଥିଲେ ସାହିତ୍ୟ ଯେଉଁ ଦିନ ସମାଜର ସବାଶେଷ ମଣିଷ ପାଖରେ ପହଞ୍ôଚପାରିବ ସେତେବେଳେ ସାହିତ୍ୟର ଉଦ୍ଦେଶ୍ୟ ସଫଳ ହେବ । ଏଥିରେ କଣ୍ଠଶିଳ୍ପୀ ଗୋଲକ କୁମାର ସେଠୀ ଆବାହନୀ ସଙ୍ଗୀତ ଗାନ କରିଥିବା ବେଳେ ଶରତ କୁମାର ରାଉତ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଶିଷ୍ଟ ସାମ୍ବାଦିକ ଆଶିଷ ସେନାପତି ଓ ଫକୀର ଚରଣ ଓଝା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

