ମାଟିଆପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ୍ୟପ୍ରାଣୀ ସପ୍ତାହ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମାଟିଆପଡା ଉନ୍ନୀତ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଏକ ଦୁଇ ଦିନିଆ କୁମ୍ଭୀର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ପରିବେଶବିତ ମନୋଜ ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଆପୁଆ ନିର୍ଦେଶକ ତଥା ବନ୍ୟ ପ୍ରାଣୀ ସୁରକ୍ଷା ଅଭିଯାନର ପ୍ରବକ୍ତା ପରିବେଶବିତ ବିଜୟ କବି ମୁଖ୍ୟଅତିଥି,ଜମ୍ବୁ ବନଖଣ୍ଡ ବନପାଳ କବି ମହନ୍ତ ମଲିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କୁମ୍ଭୀର ଆକ୍ରମଣରୁ ସୁରକ୍ଷା ପାଇବାର ବିଭିନ୍ନ କୌଶଳ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଶଙ୍କର ଦାଶ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ ।  ଶେଷରେ ପୁଷ୍ପଲତା ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ଆୟୋଜିତ ଚିତ୍ରାଙ୍କନ, ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ବିନୋଦ ଦାସ, ଚନ୍ଦ୍ରଭାନୁ ସାହୁ ଓ ସପ୍ନେଶ୍ଵର ଆଚାର୍ଯ୍ୟ ପରିଚାଳନା କରିଥିଲେ ।


Next Post

ଇଂ ନିରାକାର ବିଶ୍ୱାଳ ପରଲୋକ

Tue Oct 10 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ ଦାଣ୍ଡିସାହି ଗ୍ରାମର ଜଳସମ୍ପଦ ବିଭାଗ ଇଂଜିନିୟର ନିରାକାର ବିଶ୍ୱାଳ ଗତକାଲି ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ୫୭ବର୍ଷ ବୟସ ହୋଇଥିଲା । ଜଣେ ଦକ୍ଷ ଇଂଜିନିୟର ଭାବେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇଁ ପଟ୍ଟାମୁଣ୍ଡାଇ  ବ୍ଲକ ପ୍ରାକ୍ତନ ଅଧକ୍ଷ ତଥା ମାନସ ବିକାଶ ମଞ୍ଚ ସଭାପତି ମାନସ ରଞ୍ଜନ ସାମଲ, […]

KANIKA