
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ ଦାଣ୍ଡିସାହି ଗ୍ରାମର ଜଳସମ୍ପଦ ବିଭାଗ ଇଂଜିନିୟର ନିରାକାର ବିଶ୍ୱାଳ ଗତକାଲି ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ୫୭ବର୍ଷ ବୟସ ହୋଇଥିଲା । ଜଣେ ଦକ୍ଷ ଇଂଜିନିୟର ଭାବେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧକ୍ଷ ତଥା ମାନସ ବିକାଶ ମଞ୍ଚ ସଭାପତି ମାନସ ରଞ୍ଜନ ସାମଲ, ସମ୍ପାଦକ ସଂଜୀବ ମଲ୍ଲିକ, ପେଣ୍ଠପାଳ ସମିତିସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ, ସମବାୟ ସମିତି ସଭାପତି ଧନେଶ୍ୱର ପ୍ରଧାନ, କମଳାକାନ୍ତ ରାଉତ, ଦେବବ୍ରତ ପ୍ରଧାନ, ନିର୍ମଳ ବିଶ୍ୱାଳ (ବୁନିଆ ),କ୍ଷମାନିଧି ସାମଲ ଜଗମୋହନ ଛୋଟରାୟ, ରଂଜିତ ରଞ୍ଜନ ସାମଲ ଓ ଶ୍ରୀକାନ୍ତ ସାମଲ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଅଂଚଳ ପରିକ୍ରମା କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏକମାତ୍ର ପୁତ୍ର ସ୍ୱସ୍ତିକ କୁମାର ବିଶ୍ୱାଳ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।











