କେନ୍ଦ୍ରାପଡା ପୌର ପରିଷଦ ସାଧାରଣ ବୈଠକ


 

କେନ୍ଦ୍ରାପଡା ପୌର ପରିଷଦର ସାଧାରଣ ବୈଠକ ଆଜି ପୌର ପରିଷଦ ପୌରପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ନଗରପାଳ ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ଶଶି ଭୂଷଣ ବେହେରା ଯୋଗ ଦେଇ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ନିମନ୍ତେ ସହଯୋଗ କରିବାକୁ ପୌର ପରିଷଦକୁ ପରାମର୍ଶ ଦେଇଥିଲେ । ଏଥି ନିମନ୍ତେ ଯାହା ଆବଶ୍ୟକ ତାହା କରିବାକୁ କହିଥିଲେ । ପୂର୍ବ ବୈଠକର ପ୍ରସ୍ତାବ ଗୁଡିକୁ ଦୃଢିକରଣ କରାଯାଇଥିଲା । ଟେଣ୍ଡର ହୋଇଥିବା ୮୧ଟି କାମକୁ ବୈଠକରେ ମଞ୍ଜୁର କରାଯାଇଥିଲା । କେନ୍ଦ୍ରାପଡା ସହରର ଗଣ ପର୍ବ ଗଜଲକ୍ଷ୍ମୀ ପୂଜାକୁ ସରସ ସୁନ୍ଦର କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଆଜିର ଏହି ବୈଠକରେ ଉପାଧ୍ୟକ୍ଷା ଅକ୍ତରୀ ଖାତୁନ, ପୌର ସଭ୍ୟ ଉମେଶ ନାୟକ, କାଳୀ ପ୍ରସାଦ ମିଶ୍ର, ନିରାକାର ସ୍ୱାଇଁ, ଚୌଧୁରୀ ସୁକୁମାର ଦାସ, ପୁଷ୍ପଲତା ବସ୍ତିଆ, ପ୍ରଭାଶୀଷ ପଣ୍ଡା, ଜୟନ୍ତୀ ପାଣୀ, ଅଭୟ ବେହେରା, ରମେଶ ଦାସ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading