ସଦର ଥାନା ପୋଲିସ ଦ୍ୱାରା ବିପୁଳ ପରିମାଣର ବାଣ ଜବତ ୨ଗିରଫ


କେନ୍ଦ୍ରାପଡା ସଦର ଥାନା ପୋଲିସ ପକ୍ଷରୁ ୭ଟି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ବାଣ ତଥା ବିଷ୍ପୋରକ ଦ୍ରବ୍ୟ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ସଦର ଥାନା ପକ୍ଷରୁ ବଗଡା ଗ୍ରାମପଞ୍ଚାୟତର କଚେରିପଡା, ତିଳୋତମାଦେଇପୁର ଓ ଗରାପୁର ପ୍ରଭୃତି ୭ଟି ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ବାଣ ତଥା ବିଷ୍ପୋରକ ଦ୍ରବ୍ୟ ଜବତ କରାଯାଇଛି । ଏଥିସହିତ ସଦର ଥାନା ଅନ୍ତର୍ଗତ କଚେରିପଡା ଗ୍ରାମର ମନ୍ମଥ ଓରଫ ମିଟୁଆ ଓରଫ କ୍ଷୀରୋଦ ନାୟକ ଏବଂ ତିଳୋତମାଦେଇପୁର ଗ୍ରାମର ବିଜୟ କୁମାର ପାଣିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନାମରେ ଯଥାକ୍ରମେ ୭୫୦/୨୦୨୩ ଓ ୭୫୧/୨୦୨୩ରେ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୯(ଖ)(ଆଇ)(ଆର ଡବ୍ଲୁ) ଏକ୍ସପ୍ଲୋଜନ ଆକ୍ଟ ଏବଂ ୫ ଓଡିଶା ଫାୟାର କ୍ରାକର ଆଣ୍ଡ ଲାଉଡ ସ୍ପିକର ଆକ୍ଟରେ ମାମଲା ରୁଜୁ କରାଯାଇଛି । ଏଥିସହିତ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି ।