
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ଠାରେ ବନ୍ଦେ ମାତରମ ନୋଡାଲ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜୟ ହିନ୍ଦ ହାଇସ୍କୁଲ ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟ ଓ ସି ଆର ସି ସି କଳାକର ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଏ ବି ଇ ଓ ଚନ୍ଦ୍ରଭାନୁ ମଲ୍ଲିକ, ପ୍ରାକ୍ତନ ଏ ବି ଇ ଓ ସନାତନ ତରାଇ, ଅଣ୍ଢରା ହାଇସ୍କୁଲ ପ୍ରଧାନଶିକ୍ଷକ ଅମୀର ସେଠୀ,କୂଳ ସାହି ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ସଞ୍ଜୟ ସ୍ୱାଇଁ, ଶିକ୍ଷକନେତା ମନୋଜ ସେଠୀ,ପ୍ରାକ୍ତନ ଶିକ୍ଷକ ସୁଦର୍ଶନ ପତି, ଶିକ୍ଷାବିତ କାର୍ତିକ ରାଉତ,ରମେଶ ଦାଶ, ମାଗୁଣି ସାହୁ, ନାରାୟଣ ମହାପାତ୍ର ଓ ଶିକ୍ଷକନେତା ଅଶୋକ ମଲ୍ଲିକ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ପାଇଁ ଶିଶୁ ମହୋତ୍ସବ ସୁରଭି ସରକାରଙ୍କ ବଳିଷ୍ଠ ପଦକ୍ଷେପ ବୋଲି ମତପ୍ରକାଶ କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଶିକ୍ଷକନେତା ଅରୂପାନନ୍ଦ ବିଶ୍ୱାଳ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ସି ଆର ସି ସି କଳାକର ସାହୁ ଧନ୍ୟବାଦ ଦେଇଥିଲେ । ଏଥିରେ ବନ୍ଦେ ମାତରମ କ୍ଲଷ୍ଟରର ୧୪ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଚନ୍ଦନ ମହାନ୍ତି, ମନୋରମା ମଲ୍ଲିକ, ସସ୍ମିତା ଜେନା,ପ୍ରଭାକର ନାୟକ ସିଦ୍ଧାର୍ଥଶଙ୍କର ବିଶ୍ୱାଳ ଓ ପ୍ରଭାତ ନାୟକ ପରିଚାଳନା କରିଥିଲେ ।











