କିଶୋରୀ ସଶକ୍ତିକରଣ ପାଇଁ ଅଦ୍ୱିକା କପ୍‌-୨୦୨୩


କେନ୍ଦ୍ରାପଡ଼ା, ତା୧୪/୧୦: ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ କ୍ରୀଡ଼ା ମାଧ୍ୟମରେ କିଶୋରୀ ସଶକ୍ତିକରଣ ପାଇଁ ଅଦ୍ୱିକା କପ୍ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, ୟୁନିସେଫ୍ ଏବଂ ଆକ୍ସନ୍ ଏଡ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଅଣ-ପାରମ୍ପରିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ମିନି ଷ୍ଟାଡିୟମ୍‌ରେ । ଏଥିରେ ଅଂଶଗ୍ରହଣ କରିଥିଲେ ସମସ୍ତ ୯ଟି ବ୍ଲକ୍‌ର କିଶୋରୀ ବାଳିକାମାନେ । କିଶୋରୀମାନେ ମଶାଲ ଶୋଭାଯାତ୍ରା କରିବା ପରେ ଆରମ୍ଭ ହୋଇଥିଲା ଅଣପାରମ୍ପରିକ କ୍ରୀଡ଼ା । କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ଦଳମାନଙ୍କୁ ଶେଷରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାକକ୍ଷରେ ପୁରସ୍କାର ପ୍ରଦାନ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର । ନିମନ୍ତ୍ରିତ ଅତିଥିମାନେ କିଶୋରୀ ସଶକ୍ତିକରଣ ପାଇଁ ଅଣପାରମ୍ପରିକ କ୍ରୀଡ଼ାର ଉପାଦେୟତା ଉପରେ ଉଦ୍‌ବୋଧନ ଦେବା ସହ ସମାଜରେ କିଶୋରୀମାନଙ୍କ ପ୍ରତି ଥିବା ମଧ୍ୟଯୁଗୀୟ ବିଚାରଧାରାରେ ପରିବର୍ତନ ଆଣିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସତ୍ୟଭାମା ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ରୂପାଲି ପ୍ରିୟଦର୍ଶିନୀ, ଜିଲ୍ଲା ବାଲ୍ୟବିହାହ ନିଷେଧ ସଂଯୋଜିକା ସୁଶ୍ରୀ ଅମିତା ସିଂହ, ଜିଲ୍ଲାର ସମସ୍ତ ସିଡିପିଓ, ସୁପରଭାଇଜର୍‌, ଅଙ୍ଗନୱାଡ଼ି କର୍ମୀ, ଏନ୍‌ସିସିର ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ ।


Next Post

ଲୁଚିଯିବାକୁ ବସିଲାଣି ଢିଙ୍କି

Sat Oct 14 , 2023
ସମୟ ବଦଳିବା ସହିତ ମନୁଷ୍ୟ ମଧ୍ୟ ପରିବର୍ତନ ହେଉଛି । ଆଧୁନିକତାର ଚାକଚକ୍ୟ ସମୟର ସ୍ପଳ୍ପତା ଭିତରେ ଆଜିର ମଣିଷ ପୁରୁଣା ଓ ପାରମ୍ପରିକ ଘରକରଣା ଜିନିଷକୁ ହଜେଇ ଦେଇ ଆଧୁନିକ ମେସିନ୍‌ର ବ୍ୟବହାର ବହୁଳ ଭାବରେ ବଢି ଚାଲିଛି । ଆଗକାଳରେ ବ୍ୟବହାର୍ଯ୍ୟ କରାଯାଉଥିବା ଅନେକ ଜିନିଷ ଏବେ ଲୋପ ପାଇବାକୁ ବସିଲାଣି । ତା’ ଭିତରୁ ଢିଙ୍କି ଅନ୍ୟତମ ଅଟେ । ଏକଦା ଢିଙ୍କି ଥିଲା ସବୁ […]

KANIKA