କେନ୍ଦ୍ରାପଡା କଂଗ୍ରେସ ପକ୍ଷରୁ ଭାରତରତ୍ନ ଆମ୍ବେଦକରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି



କେନ୍ଦ୍ରାପଡ଼ା, ୧୪ା୪: କେନ୍ଦ୍ରାପଡା କଂଗ୍ରେସ ପକ୍ଷରୁ ରବିବାର ଭାରତରତ୍ନ ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ କେନ୍ଦ୍ରାପଡା ହାଇସ୍କୁଲ ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଓ ସହରର ପୁରୁଣା ବସଷ୍ଟାଣ୍ଡରେ ଥିବା ଜାତିରପିତା ମହାତ୍ମା ଗାନ୍ଧୀ ଓ ଡ. ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ହଳଧର ସେଠୀ, ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ରାଜ୍ୟ ପଛୁଆବର୍ଗ କଂଗ୍ରେସର ଉପାଧ୍ୟକ୍ଷ ଫକୀର ଚରଣ ଖଟୁଆ, ପ୍ରାକ୍ତନ ପୈାରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ, ସନ୍ତୋଷ କୁମାର ବେହେରା, ସୁଧିର ମଳିକ ଇତ୍ୟାଦି ଉପସ୍ଥିତ ରହି ଭାରତରତ୍ନ ବାବାସାହେବ ଡ. ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


Next Post

କେନ୍ଦ୍ରାପଡାରେ ହିନ୍ଦୁ ଏକତା ଶୋଭାଯାତ୍ରା

Sun Apr 14 , 2024
କେନ୍ଦ୍ରାପଡ଼ା, ୧୪ା୪: ଆଜି ଓଡିଆ ନବବର୍ଷ ତଥା ହନୁମାନଜୀଉଙ୍କ ଜୟନ୍ତୀ ଉତ୍ସବ ଅବସରରେ ପାଞ୍ଚଶହ ବର୍ଷର ସଂଘର୍ଷମୟ ଇତିହାସର ବିଜୟ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲା “ଧର୍ମରକ୍ଷା ସେନା” ଓ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ଆନୁକୂଲ୍ୟରେ ଏକ “ବିଶାଳ ହିନ୍ଦୁ ଗୌରବ ଯାତ୍ରା” ଆୟୋଜନ କରାଯାଇଥିଲା । ଏହି ଯାତ୍ରା ସହରର ତିନିମୁହାଣୀସ୍ଥିତ ଶ୍ରୀରାମ ମନ୍ଦିରଠାରୁ ଆବାଳ ବୃଦ୍ଧ ବନିତା ଶତାଧିକ ହିନ୍ଦୁ ପାରମ୍ପରିକ ପଟୁଆରରେ ସନାତନ ହିନ୍ଦୁମାନଙ୍କର […]

KANIKA