ଜିଲ୍ଲାସ୍ତରୀୟ ଲୋକଅଦାଲତ ; ୧୭୪୦ ମାମଲା ସମାଧାନ, ୧୨ଲକ୍ଷ ଟଙ୍କା ଜୋରିମାନା ଆଦାୟ


କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ନ୍ୟାୟାଳୟ ପରିସରରେ ଆଜି ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି । ଆଜି ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ମୋଟୋରଯାନ ଦୁର୍ଘଟଣା, ଜମି ଅଧିଗ୍ରହଣ,ପାରିବାରିକ ବିବାଦ, ରାଜସ୍ୱ ବିଭାଗର ମାମଲା ଗୁଡିକର ଶୁଣାଣୀ କରାଯାଇଥିଲା । ଆଜି ସମୁଦାୟ ୧୯୦୪ ଟି ବିଭିନ୍ନ ମାମଲା ଶୁଣାଣୀ ପାଇଁ ପଂଜିକୃତ ହୋଇଥିବା ବେଳେ ୧୭୪୦ଟି ମାମଲାର ସମାଧାନ କରାଯାଇଥିଲା । ଜୋରିମାନା ବାବଦକୁ ୧୨ ଲକ୍ଷ ୭ ହଜାର ୩୫୮ଟଙ୍କା ଆଦାୟ କରାଯାଇଥିଲା । ସେହିପରି ପଟାମୁଣ୍ଡାଇ ସିଭିଲକୋର୍ଟ ପରିସର,ରାଜନଗର ସିଭିଲକୋର୍ଟ, ଆଳି ସିଭିଲକୋର୍ଟ ପରିସରରେ ମ୍ମ ଏହି ଲୋକ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନ୍ୟାୟାଳୟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତକୁ ଜିଲ୍ଲାଜଜ୍ ବିଶ୍ୱଜିତ ମହାନ୍ତି,ପରିବାର ଅଦାଲତ ଜଜ୍ ବିକାଶଚନ୍ଦ୍ର ଦେ,ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଜୟକୁମାର ପ୍ରଧାନ, ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ତଥା ବରିଷ୍ଠ ସିଭିଲଜଜ୍ ସୁମିତ୍ରା ସାହୁ ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ପଟାମୁଣ୍ଡାଇ ସିଭିଲ ଜୋର୍ଟରେ ଅନୁଷ୍ଠିତ ଅଦାଲତରେ ସିନିଅର ସିଭିଲଜଜ୍ ସୁଶ୍ରୀସଂଗୀତା ମଲିକ,ଜେଏମଏଫସି ସମୀକ୍ଷା ମହାନ୍ତି , ଜେଏମଏ‘ସି ମୋନାଲିସା ପ୍ରଧାନ, ରାଜନଗର ଗ୍ରାମ୍ୟ ନ୍ୟାୟାଳୟରେ ଜେଏମଏଫସି ଜ୍ୟୋତିର୍ମୟୀ ଷଡଙ୍ଗୀ, ଆଳି ସିଭିଲ କୋର୍ଟ ପରିସରରେ ଜେଏମଏଫସି ଦିପ୍ତୀରଂଜନ ଦାଶ ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading