
କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ବାରୁଅସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ସହାୟତାରେ ପଟ୍ଟାମୁଣ୍ଡାଇ ପୌର ପ୍ରେକ୍ଷାଳୟ ପରିସରରେ ତୁଳସୀ ମହୋତ୍ସବ-୨୦୨୨-୨୩ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା ସଂପାଦକ ତଥା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ସାଂସ୍କୃତିକ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ମାନସ ଭୂଷଣ ପଣ୍ଡିତ୍ ହୃଷିକେଶ ରଥ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂବର୍କ ଏହାର ଶୁଭ ଉଦ୍ଘାଟନ କରିଥେôଲ । କେନ୍ଦ୍ରାପଡାର ପ୍ରାକ୍ତନ ବିଧାୟିକା ତଥା ବିଶିଷ୍ଟ ଶିକ୍ଷାବିତ୍ ଡ. ସିପ୍ରା ମଲ୍ଲିକ୍ ମୁଖ୍ୟ ବକ୍ତା ଭାବେର ଯୋଗଦେଇ ତୁଳସୀ କ୍ଷେତ୍ରର କ୍ଷେତ୍ରାଧିଶ୍ୱରୀ ମା ତୁଳସୀଦେବୀଙ୍କ ନାମେର ନାମିତ ଏହି ମେହାତ୍ସବର ସଫଳତା କାମନା କରିବା ସହିତ ମା ତୁଳସୀଦେବୀ ଉର୍ଦେଶ୍ୟର ଏକ ଭବ୍ୟ ମନ୍ଦିର ନିର୍ମାଣର ଆବଶ୍ୟକତା ରହିଛି ବୋଲି କହିଥେôଲ । ସମ୍ମାନୀତ ଅତିଥି ଭାବେର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ମହାକାଳପଡା ପଂଚାୟତ ସମିତିର ଉପାଧ୍ୟକ୍ଷ ବିଜୟ ଶୁକ୍ଳା ଯୋଗ ଦେଇ ଉତ୍କଳୀୟ କଳା ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରେର ଭାବଗ୍ରାହୀ କଳା ନେିକତନର ବଳିଷ୍ଠ ଭୂମିକା ସଂପକର୍ରେ ଅୋଲାକପାତ କରିଥôଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀ ବଳେଦବଜୀଉ, ମା ତୁଳସୀ ଦେବୀ, ଚିର ସବୁଜ ଅକ୍ଷୟ ମହାନ୍ତି ଏବଂ କବି ଭାବଗ୍ରାହୀ ପରିଡାଙ୍କ ଫଟୋଚିତ୍ର ଅତିଥିମୋନ ପୁଷ୍ପାର୍ଘ୍ୟ ଅପର୍ଣ କରିଥôଲେ । ବିମଳ ପରିଡା ଅତିଥି ପରିଚୟ ପ୍ରଦାନ, ସ୍ୱାଗତ ଭାଷଣ ଏବଂ କାର୍ଯ୍ୟକ୍ରମର ଲକ୍ଷ୍ୟ ଉର୍ଦେଶ୍ୟ ସଂପକର୍ରେ ଆଲୋଚନା କରିଥôଲେ । ଏହି ଅବସରରେ କବି ଡ. ମେନାରଂଜନ ଦାଶଙ୍କ ସଂଚାଳନେର ବାପା ଶୀଷର୍କ କବିତା ପୋଠଊତ୍ସବ ଅୟୋଜିତ ହୋଇଥିଲା । ସୁଶ୍ରୀ ଉଷାରାଣୀ ସାହୁ ପାଲା, ଫକୀର ଚରଣ ସିଂହ କେଣ୍ଢଇ ନୃତ୍ୟ, ଗୋକୁଳ ଚନ୍ଦ୍ର ସଂଗୀତ ସଦନ ଓଡିଶୀ ନୃତ୍ୟ, ପାୟଲ୍ ମ୍ୟୁଜିକ୍ ସ୍କୁଲ୍ ଓଡିଶୀ ଏବଂ ଲୋକ ନୃତ୍ୟ, ସ୍ତମ୍ଭକାର ସ୍ୱଗର୍ତ ଦିବାକର ବିଶ୍ୱାଳଙ୍କ ସଂସ୍ଥାପିତ କସ୍ତୁରୀ କଳା ନିକେତନର କଳାକାର ମାନେ ସମ୍ବଲପୁରୀ ନୃତ୍ୟ ସଫଳତାର ସହିତ ପ୍ରସ୍ତୁତ କରି ଉପସ୍ଥିତ ଦଶର୍କମାନଙ୍କୁ ବିମୋହିତ କରିଥôଲେ । କଳା ନିକେତନର ଛାତ୍ରୀ ରୂପାଲି ସୂତାର, ନମିତା ସ୍ୱାଇଁ, ରାଜଲକ୍ଷ୍ମୀ ପରିଡା ଏବଂ ଅଚ୍ଚର୍ନା ପରିଡା ସ୍ୱାଗତ ସଂଗୀତ ଗାଇଥôଲେ। ଅମ୍ରିତା ଦାସ୍, ଦିବ୍ୟଶ୍ରୀ ବେହରା, ପ୍ରତୀକ୍ଷା ନାୟକ, ଖୁସି ବିଶ୍ୱାଳ ଏବଂ ଅଂକିତା ପରିଡା କେନ୍ଦ୍ରାପଡା ଶୀଷର୍କ ନୃତ୍ୟ ପରିବେଷଣ କରିଥôଲେ । ମହୋତ୍ସବ ମୁଖ୍ୟ ଆକର୍ଷଣ ଅକ୍ଷୟ ମହାନ୍ତି ସ୍ମୃତି ସନ୍ଧ୍ୟାରେ ଅକ୍ଷୟଙ୍କ ଶିଷ୍ୟ ବିମଳ ପ୍ରସାଦ ପରିଡା ଏବଂ ବିଜୟ ଶୁକ୍ଳା କାଳଜୟୀ ଅକ୍ଷୟ ସଂଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥôଲେ । ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ବିଭିନ୍ନ ପ୍ରତିଯୋଗୀତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଶେଷରେ ତୁଳସୀ ମହୋତ୍ସବ ଉଦ୍ଯାପିତ ହୋଇଥିଲା । କାର୍ଯ୍ୟକ୍ରମରେ ବହୁ କବି, ସାହିତ୍ୟିକ, କଳାକାର ଏବଂ କଳା ପୀପାସୁ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଡ. ନୀଳମଣି ଲେଙ୍କା, କବି ଆରାଧନା ଦାଶ, ନବକିଶୋର ପଣ୍ଡା, ଗୋପୀନାଥ ତ୍ରିପାଠୀ, ରଂଜନ ବରାଳ, ଅଜୟ ରେଡିଓ ଭାବଗ୍ରାହୀ ମୁଖ୍ୟ ଧିରାମଣି ପରିଡା, ଇଂ. ବିଶ୍ୱଜିତ ପରିଡା, ସୁଶ୍ରୀ ସଂଗୀତା ଜେନା, ବାସନ୍ତୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥେôଲ । ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅପର୍ଣ କରିଥିଲେ ।










