ପଟ୍ଟାମୁଣ୍ଡାଇ ବ୍ଲକରେ ଗ୍ରାମପଂଚାୟତ ବିକାଶ ସମ୍ପର୍କିତ ପ୍ରଶିକ୍ଷଣ ଶିବିର



ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଗ୍ରାମପଂଚାୟତ ବିକାଶ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଜିପିଓ ପ୍ରଭାତ କୁମାର ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ବିଭିନ୍ନ ସରକାରୀ ଯୋଜନାକୁ ସ୍ୱଚ୍ଛତାର ସହିତ ସଫଳ ରୂପାୟନ କରି ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟକୁ ପୂରଣ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ବ୍ଲକ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ ବିଭିନ୍ନ ସରକାରୀ ଯୋଜନା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମଧୁ ପେନସନ ଯୋଜନା ଆଦି ଅନେକ ଯୋଜନା ରହିଛି । ତାହାର ସଫଳ କାର୍ଯ୍ୟକାରିତା କୌଶଳ ଓ ସରକାରୀ ଗାଇଡ଼ଲାଇନ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ ପ୍ରଶିକ୍ଷଣ ଶିବିରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ ସରକାରୀ ଯୋଜନା ଗୁଡିକୁ ସଫଳ କରିବାକୁ ପରାମର୍ଶ ଦେଇଥିଲେ । ପ୍ରୋଜେକ୍ଟର ଜରିଆରେ ବିଭିନ୍ନ ଯୋଜନା କାର୍ଯ୍ୟକାରିତା ଓ ସରକାରୀ ଗାଇଡ଼ଲାଇନ ସମ୍ପର୍କରେ ଅଧିକାରୀମାନେ ତାଲିମ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ ଶିବିର ବିଭିନ୍ନ ପଂଚାୟତର ନିର୍ବାଚିତ ପ୍ରତିନିଧି, ପଂଚାୟତ ନିର୍ବାହୀଅଧିକାରୀ, ଗ୍ରାମ ରୋଜଗାର ସେବକ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ମୃତି ରଞ୍ଜନ ମଲିକ ଓ ରାଜଶ୍ରୀ ମଲିକ ପ୍ରମୁଖ ପରିଚାଳନା କରିଥିଲେ ।


Next Post

ନିଖୋଜ ଚାଷୀର ମୃତ ଦେହ ଉଦ୍ଧାର

Fri Oct 20 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳର ଅଣ୍ଢରା ଗ୍ରାମର କୃଷକ ନିଖୋଜ ଘଟଣାର ଦିନକ ପରେ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି ।ପ୍ରକାଶ ଯେ, ଗୁରୁବାର ପଟ୍ଟାମୁଣ୍ଡାଇ ଧୋୟାଂଚଳ ଅଣ୍ଢରା ଗ୍ରାମର ଚାଷୀ ଗଣେଶ ଚନ୍ଦ୍ର ମଲ୍ଲିକ ଗୁଡ଼ିଆ ଜୋର ଆରପାଖରେ ଥିବା ଭେଡାକୁ ବିରି ବୁଣି ବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଗଣେଶ ଘରକୁ ନ ଫେରିବାରୁ ପରିବାର ଲୋକେ ଗ୍ରାମବାସୀ ଓ ପଟ୍ଟାମୁଣ୍ଡାଇ […]

KANIKA