ପଟ୍ଟାମୁଣ୍ଡାଇ ବ୍ଲକରେ ପାନୀୟଜଳ ଓ ପରିମଳ ତାଲିମ



ପଟ୍ଟାମୁଣ୍ଡାଇ ୧୨/୧୨ -ପଟ୍ଟାମୁଣ୍ଡାଇ ବ୍ଲକ ପକ୍ଷରୁ ଘରେ ଘରେ ବିଶୁଦ୍ଧ ପାନୀୟଜଳ ଯୋଗାଇବା, ଜଳର ସୁପରିଚାଳନା ଓ ସ୍ୱଚ୍ଛ ନିର୍ମଳ ପରିବେଶ ପାଇଁ ବ୍ୟବସ୍ଥିତ ପରିମଳ ବ୍ୟବସ୍ଥା ଉପରେ ପଂଚାୟତ ପ୍ରତିନିଧି ଓ ନିର୍ବାହୀ ଅଧିକାରୀଙ୍କୁ ନେଇ ଏକ ଦିନିକିଆ ତାଲିମ ଶିବିର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ସହକାରୀ ଯନ୍ତ୍ରୀ ଇଂ ଜଳଧର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ତାଲିମ ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜଳ ହଁ ଜୀବନ ଓ ପରିବେଶ ବଂଚିଲେ ଜୀବଜଗତ ବଂଚିବ ମଟୋକୁ ସଫଳ କରିବା ପାଇଁ ଘରେ ଘରେ ବିଶୁଦ୍ଧ ପାନୀୟଜଳ ଯୋଗାଣ, ଜଳ ନଷ୍ଟ ନହେବା ପାଇଁ ଉତମ ପରିଚାଳନା ଓ ନିର୍ମଳ ସ୍ୱଚ୍ଛ ପରିବେଶ ପାଇଁ ବ୍ୟବସ୍ଥିତ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱଆରୋପ କରି ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବାକୁ ନିବେଦନ କରିଥିଲେ ।ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ,ବିଡ଼ିଓ ଶୁଭାଂଶୁ ସାହୁ, କେନ୍ଦ୍ରାପଡ଼ା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ନିର୍ବାହୀଯନ୍ତ୍ରୀ ଇଂ ବସନ୍ତ ନାୟକ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ବିଶୁଦ୍ଧ ପାନୀୟଜଳ ଯୋଗାଣ ଓ ଉତମ ପରିମଳ ବ୍ୟବସ୍ଥା ବଜାୟ ରଖିବା ଉପରେ ଆଲୋକପାତ କରିଥିଲେ । ବ୍ଲକ ଜଳଯୋଗାଣ ବିଭାଗ କନିଷ୍ଠଯନ୍ତ୍ରୀ ଇଂ ବିଶ୍ୱଜିତ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ସହକାରୀ ଯନ୍ତ୍ରୀ କତୃଶେଷ ବ୍ରହ୍ମା, ସରପଂଚ ଯଶୋମତୀ ରାଉତ,ଅନିଲ ଲେଙ୍କା ପଦ୍ମିନୀ ବେହେରା, ରଂଜିତା ସାହୁ, ଦୀପ୍ତିମୟୀ ପରିଡା,ଦମୟନ୍ତୀ ସାମନ୍ତରାୟ ଜ୍ଞାନ ରଞ୍ଜନ ଖଣ୍ଡାୟୀ, ସନ୍ତୋଷୀନୀ ଜେନା,ନରେଶ ମଲିକ ରମେଶ ମଲ୍ଲିକ, ନିରାକାର ନାୟକ, ନିରୁପମା ଦାସ, ମମତା ସାମଲ ବନୋଜ ସେଠୀ ସଂଗ୍ରାମ ବାରିକ, ସସ୍ମିତା ସେଠୀ,ଦେବକୀ ମଲିକ, ଦେବବ୍ରତ ନାୟକ,କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ ମଲିକ, ଅନନ୍ତ ବିଶ୍ୱାଳ, ବିଶ୍ୱଜିତ ଜେନା, ତପନ ପ୍ରଧାନ, ସିପି ପ୍ରିୟରଞ୍ଜନ ସ୍ୱାଇଁ ପ୍ରମୁଖ ବହୁ ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ । ଶେଷରେ ଇଂ ବିଶ୍ୱଜିତ ମିଶ୍ର ଧନ୍ୟବାଦ ଦେଇଥିଲେ ।