ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ପାଇଁ ବିଭିନ୍ନ ପ୍ରସଙ୍ଗରେ ଲଢେଇ କରି ଆସୁଥିବା ଜନଶକ୍ତି ପାର୍ଟି ପୁଣି ଏକ ସମବେଦନଶୀଳ ପ୍ରସଙ୍ଗକୁ ନେଇ ଅଭିଯାନ ଆରମ୍ଭ କରିଛି । ଓଡିଶା ରାଜ୍ୟର ନାଁ ପରିବର୍ତନ କରି ଉତ୍କଳ କରିବା ପାଇଁ ଦାବୀକୁ ଜୋରଦାର କରିବା ଓ ଏ ଦିଗରେ ଜନସଚେତନତା ସୃଷ୍ଟି କରିବା ପାଇଁ ଜନଶକ୍ତି ପାର୍ଟି ରାଜ୍ୟ ବ୍ୟାପି ଉତ୍କଳ ରଥ ପରିକ୍ରମା କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରରୁ ଆରମ୍ଭ ହୋଇଛି । ସର୍ବପୁରାତନ ବାଣୀ ଉତ୍କଳେ ନାହିଁ ନେତା ପ୍ରୟୋଜନ ଉତ୍କଳର ନେତା ନିଜେ ନାରାୟଣ ଆଜି ଦିନରେ ପ୍ରାସଙ୍ଗିକ ଓ ମହତ୍ୱପୂର୍ଣ୍ଣ ରହିଛି ବୋଲି ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ଆଡ଼ଭୋକେଟ ପ୍ରଦୀପ ଦାଶ ପ୍ରକାଶ କରିଛନ୍ତି । ଆଡ଼ଭୋକେଟ ଦାଶଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଉତ୍କଳ ରଥ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ରାଜନଗର, ଆଳି ଓ ରାଜକନିକା ସମେତ ଜିଲ୍ଲାର ବିଭିନ୍ନ ଅଂଚଳ ବୁଲି ଏ ଦିଗରେ ଜନସଚେତନତା ସୃଷ୍ଟି କରିବାରେ ଲାଗିଛି । ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ଶ୍ରୀଦାଶଙ୍କ ସହିତ ଧ୍ରୁବ ବାବା,ଅଶ୍ୱିନୀ ମିଶ୍ର, ଶଶୀକାନ୍ତ ସ୍ୱାଇଁ କିଶୋର ବିଶ୍ୱାଳ, ଶୁଭମରାଜ ବେହେରା,ପିୟୁଷ ବେହୁରା, ଶୁଭମ ଭୂୟାଁ, ଦୀପକ ନାୟକ ଅଭିଷେକ ସାହୁ, ଅଭିଜିତ ପାତ୍ର, ସିମିଲ ନାୟକ, ନିଗମାନନ୍ଦ ସାହୁ ଜ୍ୟୋତିବ୍ରତ ନାୟକ, ସୁବ୍ରତ ମଲିକ ଅଭିମନ୍ୟୁ ନାୟକ, ଯଦୁନାଥ ମଲ୍ଲିକ ପ୍ରମୁଖ ଜନଶକ୍ତି ପାର୍ଟିର କର୍ମକର୍ତ୍ତା ଓ ସମର୍ଥକ ସାମିଲ ହୋଇଥିଲେ ।
kanikanews.in
Next Post
ଶାରଦୀୟ ଦୂର୍ଗାପୂଜା ପାଇଁ ପଟ୍ଟାମୁଣ୍ଡାଇ ଉତ୍ସବମୁଖର, ଆକର୍ଷଣୀୟ ସାଜସଜ୍ଜା, ତୋରଣ ଓ ଆଲୋକମାଳାରେ ଝଲସୁଛି ସହର
Sat Oct 21 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୂର୍ଗା ପୂଜା ପାଇଁ ସମଗ୍ର ଅଂଚଳ ଉତ୍ସବ ମୁଖର ହୋଇପଡିଛି । ପ୍ରାୟ ୬୦/୭୦ବର୍ଷର ପୁରୁଣା ଏହି ଶାରଦୀୟ ଉତ୍ସବର ଲମ୍ବା ଇତିହାସ ରହିଛି । ସାମ୍ପ୍ରଦାୟିକ ସଂପ୍ରୀତିର ସହର ପଟ୍ଟାମୁଣ୍ଡାଇ ଅଂଚଳରେ ଆୟୋଜିତ ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ ଉଭୟ ହିନ୍ଦୁ ଓ ସଂଖ୍ୟାଳଘୁ ସଂପ୍ରଦାୟମାନେ ଭାଗ ନେବାର ବିରଳ ପରମ୍ପରା ରହିଛି । ଚଳିତବର୍ଷ ଶାରଦୀୟ ଦୁର୍ଗା […]

KANIKA
- 2 years ago
କେନ୍ଦ୍ରାପଡାରେ ଜାତୀୟ ପେନସନ୍ ଦିବସ ପାଳିତ
- 1 year ago
ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
- 2 years ago
ଶିଳ୍ପଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ
- 1 year ago
ପୌରାଞ୍ଚଳରେ ବିଜେଡିର ବିଶାଳ ରୋଡସୋ