
ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ପାଇଁ ବିଭିନ୍ନ ପ୍ରସଙ୍ଗରେ ଲଢେଇ କରି ଆସୁଥିବା ଜନଶକ୍ତି ପାର୍ଟି ପୁଣି ଏକ ସମବେଦନଶୀଳ ପ୍ରସଙ୍ଗକୁ ନେଇ ଅଭିଯାନ ଆରମ୍ଭ କରିଛି । ଓଡିଶା ରାଜ୍ୟର ନାଁ ପରିବର୍ତନ କରି ଉତ୍କଳ କରିବା ପାଇଁ ଦାବୀକୁ ଜୋରଦାର କରିବା ଓ ଏ ଦିଗରେ ଜନସଚେତନତା ସୃଷ୍ଟି କରିବା ପାଇଁ ଜନଶକ୍ତି ପାର୍ଟି ରାଜ୍ୟ ବ୍ୟାପି ଉତ୍କଳ ରଥ ପରିକ୍ରମା କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରରୁ ଆରମ୍ଭ ହୋଇଛି । ସର୍ବପୁରାତନ ବାଣୀ ଉତ୍କଳେ ନାହିଁ ନେତା ପ୍ରୟୋଜନ ଉତ୍କଳର ନେତା ନିଜେ ନାରାୟଣ ଆଜି ଦିନରେ ପ୍ରାସଙ୍ଗିକ ଓ ମହତ୍ୱପୂର୍ଣ୍ଣ ରହିଛି ବୋଲି ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ଆଡ଼ଭୋକେଟ ପ୍ରଦୀପ ଦାଶ ପ୍ରକାଶ କରିଛନ୍ତି । ଆଡ଼ଭୋକେଟ ଦାଶଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଉତ୍କଳ ରଥ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ରାଜନଗର, ଆଳି ଓ ରାଜକନିକା ସମେତ ଜିଲ୍ଲାର ବିଭିନ୍ନ ଅଂଚଳ ବୁଲି ଏ ଦିଗରେ ଜନସଚେତନତା ସୃଷ୍ଟି କରିବାରେ ଲାଗିଛି । ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ଶ୍ରୀଦାଶଙ୍କ ସହିତ ଧ୍ରୁବ ବାବା,ଅଶ୍ୱିନୀ ମିଶ୍ର, ଶଶୀକାନ୍ତ ସ୍ୱାଇଁ କିଶୋର ବିଶ୍ୱାଳ, ଶୁଭମରାଜ ବେହେରା,ପିୟୁଷ ବେହୁରା, ଶୁଭମ ଭୂୟାଁ, ଦୀପକ ନାୟକ ଅଭିଷେକ ସାହୁ, ଅଭିଜିତ ପାତ୍ର, ସିମିଲ ନାୟକ, ନିଗମାନନ୍ଦ ସାହୁ ଜ୍ୟୋତିବ୍ରତ ନାୟକ, ସୁବ୍ରତ ମଲିକ ଅଭିମନ୍ୟୁ ନାୟକ, ଯଦୁନାଥ ମଲ୍ଲିକ ପ୍ରମୁଖ ଜନଶକ୍ତି ପାର୍ଟିର କର୍ମକର୍ତ୍ତା ଓ ସମର୍ଥକ ସାମିଲ ହୋଇଥିଲେ ।











