ପାନୀୟ ଜଳର ଅପବ୍ୟବହାର: ପଞ୍ଚାୟତବାସୀ ପାଣି ପାଉନଥିବା ଅଭିଯୋଗ



କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ସାହସପୁର ଗ୍ରାମର କୁମ୍ଭାର ସାହି ଗଡାରେ ଜନୈକ ବ୍ୟବସାୟୀ ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟଜଳକୁ ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ କଂସାର ପଞ୍ଚାୟତର ପାନୀୟ ଜଳ ପ୍ରକଳ୍ପରୁ ପିଇବା ପାଣି ପଞ୍ଚାୟତର ଅଧିବାସୀମାନଙ୍କୁ ଯେଗାଇ ଦିଆଯାଇଥାଏ । ଜନୈକ ବ୍ୟକ୍ତି ସେହି ପାନୀୟ ଜଳକୁ ବିଦ୍ୟୁତ ଚାଳିତ ମୋଟର ସାହାଯ୍ୟରେ ଏକ ବିରାଟ ପାଣିଟାଙ୍କି କରି ଭର୍ତ୍ତି କରି ସେହି ପାଣିକୁ ଲୋକମାନଙ୍କ ଗାଡି, ମୋଟର, ଟ୍ରାକ୍ଟର ପ୍ରଭୃତି ଧୋଇ ବ୍ୟବସାୟ କରୁଥିବା କଂସାର ସରପଞ୍ଚଙ୍କ ନିକଟରେ ଅଭିଯୋଗ ହୋଇଛି । ବ୍ୟବସାୟୀ ଜଣଙ୍କ ଏଭଳି କରିବା ଦ୍ୱାରା ପଞ୍ଚାୟତରେ ପାନୀୟଜଳର ଅଭାବ ଦେଖାଦେଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପୂର୍ବରୁ କଂସାର ପଞ୍ଚାୟତବାସୀ ସରପଞ୍ଚ ସରୋଜିନୀ ନାୟକଙ୍କୁ ଅଭିଯୋଗ କରିବାରୁ ସରପଞ୍ଚ ସଂପୃକ୍ତ ବ୍ୟବସାୟୀକୁ ଏଭଳି କାର୍ଯ୍ୟ ନ କରିବା ପାଇଁ ତାଗିଦ୍ କରିଥିଲେ । କିନ୍ତୁ ସେହି ବ୍ୟବସାୟୀ ଜଣଙ୍କ ସରପଞ୍ଚଙ୍କ କଥା ନମାନି ପୂର୍ବଭଳି ପଞ୍ଚାୟତ ପାନୀୟ ଜଳର ବ୍ୟାପକ ଅପବ୍ୟବହାର କରୁଥିବାରୁ ଏ ସମ୍ପର୍କରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଗ୍ରାମାଞ୍ଚଳ ପାନୀୟଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।


Next Post

ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପଏଣ୍ଟ ଟେବୁଲ୍‌ ଶୀର୍ଷରେ ଟିମ୍‌ ଇଣ୍ଡିଆ

Sun Oct 22 , 2023
ଧର୍ମଶାଳା ୨୨/୧୦: ଚଳିତ ବିଶ୍ୱକପ୍‌ରେ ଦୁଇ ଅପରାଜେୟ ଦଳ ଥିବା ଭାରତ- ନ୍ୟୁଜିଲ୍ୟାଣ୍ଡ ମୁକାବିଲାରେ ଭାରତର ଜିତାପଟ ହୋଇଛି । ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ନ୍ୟୁଜିଲ୍ୟାଣ୍ଡକୁ ରବିବାର ଖେଳାଯାଇଥିବା ମୁକାବିଲାରେ ପରାଜିତ କରି ଟିମ୍‌ଇଣ୍ଡିଆ ଚଳିତ ବିଶ୍ୱକପ୍‌ରେ ବିଜୟ ଧାରା ଜାରି ରଖିଛି । ।ଜି ମ୍ୟାଚରେ ଟିମ୍‌ଇଣ୍ଡଆ ୪ ୱିକେଟ୍‌ରେ ବିଜୟୀ ହୋଇଛି । ଟିମ୍‌ଇଣ୍ଡିଆର ଏହି ବିଜୟର କର୍ଣ୍ଣଧାର ସାଜିଥିଲେ ରନ୍‌ମେସିନ୍ ବିରାଟ କୋହଲି । ଦୁର୍ଭାଗ୍ୟବଶତଃ […]

KANIKA