
ଅଣ୍ଢରା ଶ୍ରୀରାମ ସେବକ ସଂଘ ଆନୁକୂଲ୍ୟରେ ପବିତ୍ର ଗୀତା ଜୟନ୍ତୀ ଶୁଭ ଅବସରରେ ଗୀତା ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ପଣ୍ଡିତ ପ୍ରଦୀପ କୁମାର ପାଢ଼ୀ, ପଣ୍ଡିତ ଗଣେଶ ଚନ୍ଦ୍ର ଶତପଥି, ପଣ୍ଡିତ ମାନସ ରଞ୍ଜନ ମିଶ୍ର ଓ ପଣ୍ଡିତ ସଞ୍ଜୟ କୁମାର ପାଢ଼ୀଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ସମସ୍ତ ନୀତି ରୀତି ଅନୁଯାଇ ଯଜ୍ଞ କାର୍ଯ୍ୟ ସମାପନ କରାଯାଇ ଥିଲା। ଲୋକସେବକ ମଣ୍ଡଳର ପ୍ରାକ୍ତନ ଅଧକ୍ଷ ରାଧାନାଥ ରଥଙ୍କ କର କାମଳରେ ୧୯୮୭ରୁ ପ୍ରତିଷ୍ଠା ହୋଇଥିବା ଏହି ଧର୍ମାନୁଷ୍ଠାନରେ ସମଗ୍ର ଧୋୟାଞ୍ଚଳ ର ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ବିଭୁ କୃପା ଲାଭ କରିଥିଲେ। ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କର ପରମ ସେବକ କଳ୍ପତରୁ ବାବା ପ୍ରବଚନ ଓ ଆଶ୍ରି ବଚନ ପ୍ରଦାନ କରିଥିଲେ। ସଂଘର ସମ୍ପାଦକ ସୁରେଶ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମ ଅଣ୍ଢରା ଶ୍ରୀରାମ ସେବକ ସଂଘ ସଦସ୍ୟମାନେ ପରିଚାଳନା କରିଥିଲେ ।
