ଭୁବନେଶ୍ବର ସ୍ୱେଚ୍ଛାକୃତ ଅବସର ଗ୍ରହଣ କଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାର ପଠାଇଥିବା ଆବେଦନକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମଂଜୁର କରିଛନ୍ତି । ରାଜ୍ୟ ସରକାର ଅକ୍ଟୋବର ୨୦ ରେ ଚିଠି ପଠାଇଥିବା ବେଳେ ସର୍ବଭାରତୀୟ ସେବା ଆଇନ ୧୬ (୨ଏ) ଅନୁସାରେ ମଂଜୁର ହୋଇଥିବା ସୂଚନା ମିଳିଛି ।
୨୦୦୦ ମସିହାରେ ଭି. କାର୍ତିକେୟ ପାଣ୍ଡିଆନ୍ କ୍ଷମତାସୀନ ଅଧିକାରୀ ଭାବେ ୨୦୦୦ ମସିହାରେ ପାଣ୍ଡିଆନ୍ ଓଡ଼ିଶା ଆସିଥିଲେ । ଏହି ସମୟରେ ପାଣ୍ଡିୟାନ୍ ଧର୍ମଗଡ଼ ଉପ ଜିଲ୍ଲାପାଳ ଏବଂ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱ ତୁଲାଇଥିଲେ । ଏହାପରେ ରାଉରକେଲାରୁ ଭାରତର ସର୍ବ କନିଷ୍ଠ ଜିଲ୍ଲାପାଳ ଭାବେ ପାଣ୍ଡିଆନଙ୍କ ବଦଳି ମୟୂରଭଞ୍ଜକୁ ହୋଇଥିଲା । ପରବର୍ତୀ ସମୟରେ ଗଞ୍ଜାମ ଜିଲ୍ଲାପାଳ ଦାୟିତ୍ୱ ତୁଲାଇବା ପରେ ୨୦୧୧ ମସିହାରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ କାମ କରିବାର ସୁଯୋଗ ମିଳିଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସେ ନିଯୁକ୍ତ ହୋଇଥିଲେ । ୨୦୧୯ରେ ୫ଟି ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୨୩ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଭି କେ ପାଣ୍ଡିଆନ୍ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ ।