୨୮ରେ ପୁନର୍ବାସ ମେଧାଛାତ୍ର ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ

୨୮ରେ ପୁନର୍ବାସ ମେଧାଛାତ୍ର ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା ୨୬ ।୧୦: ଆର୍ଥିକ ଅନଗ୍ରସର ଭିନ୍ନକ୍ଷମ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ପୁନର୍ବାସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବାର୍ଷିକ ମେଧାବୃତ୍ତି ପ୍ରଦାନ କରାଯାଉଅଛି । ଚଳିତ ବର୍ଷ କେନ୍ଦ୍ରାପଡା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ମନୋନୀତ ହୋଇଥିବା ସମୁଦାୟ ୮ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଫଳତା ନିମନ୍ତେ ଆସନ୍ତା ୨୮ ତାରିଖରେ ମାଧପୁରସ୍ଥିତ ଅମର ଉଦ୍ୟାନ ମଣ୍ଡପରେ ଅପରାହ୍ନ ୪ ଘଟିକାରେ ପୁନର୍ବାସ ମେଧାବୃତ୍ତି ପ୍ରଦାନ କରାଯିବ । ସେଥିମଧ୍ୟରୁ ହାଇସ୍କୁଲ ସ୍ତରରେ ସଫଳତା ଅର୍ଜନ କରିଥିବା ରାଜ କୁମାର ସାହୁ, ଗୌରୀଶଙ୍କର ବେହେରା ଓ ମଦନମୋହନ ସାହୁ ମନୋନୀତ ହୋଇଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ବର୍ଗରୁ ପଲକ ପ୍ରିୟା ସ୍ୱାଇଁ, ଶୁଭଦ୍ରା ଜେନା ଓ ଅମିତ୍ ଜେନା ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କାର ଆର୍ଥିକ ମେଧାବୃତ୍ତି ଏବଂ ଉଚ୍ଚତର ଶିକ୍ଷା ବର୍ଗରୁ ବରଜ କୁମାର ଦାସ ଓ ସ୍ନେହା ବେହେରା ପ୍ରମୁଖଙ୍କୁ ୧୦ ହଜାର ଟଙ୍କାର ମେଧାବୃତ୍ତି ରାଶି ପ୍ରଦାନ କରାଯିବ ବୋଲି ପୁନର୍ବାସର ସମ୍ପାଦିକା ବନସ୍ମିତା ନାୟକ ଓ ଅନୁଷ୍ଠାନର କାଉନ୍‌ସିଲର ସଞ୍ଜୀବ କୁମାର ଜେନା ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ।