ଡାକ୍ତରଖାନାରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ନିମନ୍ତେ ଧାରଣା



କେନ୍ଦ୍ରାପଡା ୮ା୮: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ବିଶେଷଜ୍ଞ ଡାକ୍ତର ପଦବୀ ଓ ୬ ଜଣ ଏମ୍‌.ବି.ବି.ଏସ୍ ପଦବୀ ପୂରଣ ନିମନ୍ତେ ରାଜ୍ୟ ଭଜପା ମୁଖପାତ୍ର ତେଜେଶ୍ୱର ପରିଡାଙ୍କ ନେତୃତ୍ୱରେ ଭାଜପା କର୍ମି, ସମାଜସେବୀ ଓ ବୁଦ୍ଧିମାନେ ମୁହଁରେ କଳାପଟି ବାନ୍ଧି ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ । ବିଶେଷଜ୍ଞ ଓ ଅନ୍ୟ ଡାକ୍ତର ପଦବୀ ଖାଲି ପଡିଥିବାରୁ ସ୍ୱାସ୍ଥ୍ୟସେବାରେ ଡେରାବିଶ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ଲକର ଲକ୍ଷାଧିକ ଲୋକେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଡାକ୍ତର ଅଭାବ ଯୋଗୁଁ ସାଧାରଣ ଲୋକେ କଟକ, କେନ୍ଦ୍ରାପଡା, ସାଲେପୁର, ଚଣ୍ଡିଖୋଲ ଆଦି ଅଞ୍ଚଳରେ ଥିବା ଘରୋଇ ନସିଂହୋମ୍ ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଛନ୍ତି । ଏହି ଗୋଷ୍ଠ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀରୋଗ ବିଶେଷଜ୍ଞ ପଦବୀ ସହିତ ଶିଶୁ ରୋଗ, ଭେଷଜ, ସର୍ଜରୀ ଆଦି ପଦବୀ ଖାଲି ପଡିଛି । ଜିଲ୍ଲାର ମନ୍ତ୍ରୀ, ବିଧାୟକ, ସାଂସଦ ସମସ୍ତେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ କଥା ଜାଣିଥିଲେ ମଧ୍ୟ ସେମାନେ ଏ ଏପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନେଉନଥିବା ପରିତାପର ବିଷୟ । ଯଦି ତୁରନ୍ତ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଥିବା ଡାକ୍ତରୀ ପଦବୀ ଗୁଡିକ ପୂରଣ ନହୁଏ ତେବେ ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଜୋରଦାର କରାଯିବ ବୋଲି ଶ୍ରୀ ପରିଡା ଚେତାବନୀ ଦେଇଛନ୍ତି । ଧାରଣାସ୍ଥଳକୁ ସିଡିଏମଓ ଅନୀତା ପଟ୍ଟନାୟକ ଆସି ଧାରଣାକାରୀଙ୍କ ସହିତ ଆଲୋଚନା କରି ଦାବି ସମ୍ପର୍କରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେବା ପରେ ଧାରଣାକୁ ସ୍ଥଗିତ ରଖିଥରଲେ । ଏଡିଏମଓ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଡାକ୍ତର ନୁପିନ୍ ଶତପଥି, ଆସି ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚୀବ, ସ୍ୱାସ୍ଥ୍ୟ ସଚୀବଙ୍କ ଉଦ୍ଦେଶ୍ୟରେ ଦରଖାସ୍ତକୁ ଗ୍ରହଣ କରିଥିଲେ । ଏହି ଧାରଣାରେ ସମିତି ସଭ୍ୟ ନିରଞ୍ଜନ କର ଛତା ମଣ୍ଢଳ ସଭାପତି କ୍ଷିରୋଦ ବରାଳ, ସମ୍ପାଦକ ପ୍ରଦୀପ ବେହେରା, ନମିତା ବଳ, ମମତା ନାୟକ, ବନ୍ଧନା ରାଉତରାୟ, ଧିରେନ୍ଦ୍ର ଶତପଧି, କୁମାର ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।


Next Post

चिकित्सालयों में डक्टर कमी , स्वास्थ्य सेवाओं की समस्या   

Tue Aug 8 , 2023
केंद्रापड़ा जिला डेराबिश गोस्टीस्वास्थ्य केंद्र में 4 विशेषज्ञ डक्टर पद एवं 6 एमबीबीएस पद भरने की मांग को लेकर प्रदेश भाजपा प्रवक्ता तेजेश्वर परिडा के नेतृत्व में भाजपा कार्यकर्ताओं, सामाजिक कार्यकर्ताओं एवं बुद्धिजीवियों ने जिला मुख्य हस्पताल कार्यालय परिसर में धारना दिया. विशेषज्ञ एवं अन्य चिकित्सकों के पद खाली होने […]

KANIKA