ୱାକଥନ୍ ଓ ପଥ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା,: ଭୋଟର୍ ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଶନିବାର ଆୟୋଜନ ହେବାକୁ ଥିବା ୱାକଥନ୍ ଓ ପଥଉତ୍ସବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଶନିବାର ସକାଳ ୭.୩୦ ମିନିଟ୍‌ରେ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବାହାରି ନୂଆ ବସ୍‌ଷ୍ଟାଣ୍ଡ ଅଭିମୁଖେ ଯିବ । ନୂଆ ବସ୍‌ଷ୍ଟାଣ୍ଡଠାରୁ କାକଟ, ବଡ଼ହାଟ ଦେଇ ପୈାରସଂସ୍ଥା ଟାଉନ୍‌ହଲ୍‌ରେ ୱାକଥନ୍ ପହଂଚିବ । ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଭୋଟର୍‌ଙ୍କ ଭୂମିକା ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ ହେବ ରଙ୍ଗୋଲି କାର୍ଯ୍ୟକ୍ରମ । ଏକ ମାନବ ଶୃଙ୍ଖଳ ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ପୈାରସଂସ୍ଥା ଟାଉନହଲରେ ଆୟୋଜିତ ହେବ ପଥ ଉତ୍ସବ । ଜିଲ୍ଲାର ବହୁ ବୁଦ୍ଧିଜୀବୀ, ସ୍ୱନାମଧନ୍ୟ ବ୍ୟକ୍ତି ସୁସ୍ଥ ଗଣତନ୍ତ୍ର ଗଠନରେ ଭୋଟରଙ୍କ ଭୂମିକା ଉପରେ ଆଲୋକପାତ କରିବେ । ଘୋଡ଼ା ନାଚ, ପାଲା, ନୃତ୍ୟ, ସଙ୍ଗୀତ ମାଧ୍ୟମରେ ସଚେତନ ନାଗରିକଙ୍କ ନିକଟରେ ଭୋଟର ତାଲିକା ସଂଶୋଧନ, ନୂତନ ପଞ୍ଜିକରଣ, ମୃତ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦେବା, ଏକାଧିକ ଥର ନାମ ପଞ୍ଜିକରଣ ହୋଇଥିଲେ ଗୋଟିଏ ସ୍ଥାନରେ ନାମ ରଖି ଅନ୍ୟତ୍ର ବାଦ୍ ଦେବା ଆଦି କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ବାର୍ତ୍ତା ପହଂଚାଯିବ । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ପୀତାମ୍ବର ସାମଲ ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଯୋଗ ଦେଇଥିଲେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି ନିର୍ବାଚନ ଅଧିକାରୀ ଶିବାଶିଷ ପରିଡ଼ା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନୀତା ପଟ୍ଟନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସତ୍ୟଭାମା ସେଠୀଙ୍କ ସମେତ ବିଭିନ୍ନ କଲେଜର ଅଧ୍ୟକ୍ଷ ପ୍ରମୂଖ ଉପସ୍ଥିତ ଥିଲେ ।


Next Post

ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀଙ୍କ ମୃତ୍ୟୁ , ସହାୟତା ପାଇଁ ପତ୍ନୀଙ୍କ ଜିଲ୍ଲାପାଳଙ୍କୁ ନିବେଦନ

Sat Oct 28 , 2023
କେନ୍ଦ୍ରାପଡ଼ା : ବିପଦସଙ୍କୁଳ ଅବସ୍ଥାରେ ରାସ୍ତାରେ ଝୁଲୁଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସରକାରୀ ସହାୟତା ପ୍ରଦାନ କରାଯିବାକୁ ନିବେଦନ କରିଛନ୍ତି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ପଞ୍ଚାୟତର କାଙ୍କଦିଆ ଗ୍ରାମର ସ୍ୱର୍ଗତ ମୀନକେତନ ମଳିକଙ୍କ ପତ୍ନୀ ବେବିନା ମଳିକ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଭେଟି ଅଭିଯୋଗ କରିଛନ୍ତି […]

KANIKA